ମେଡିକାଲରୁ ବିଚାରାଧୀନ କଏଦୀ ଫେରାର

ବ୍ରହ୍ମପୁର: ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯାଇଛି । କଏଦୀର ନାମ ମନୋଜ କୁମାର ସିଂହ। ତା’ର ଘର ଝାଡ଼ଖଣ୍ତରେ। ମନୋଜଙ୍କ ନାଁରେ ଅନେକ ଡକାୟତ ମାମଲା ରହିଛି।

ସୂଚାଯୋଗ୍ୟ, ଗତ ୩୦ ତାରିଖ ଦିନ ମନୋଜକୁ ଜୟପୁର ସବଜେଲରୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ଅଣାଯାଇଥିଲା। ତେବେ ପୋଲିସ୍‌ର ପହରା ସତ୍ତ୍ୱେ ୩୧ ତାରିଖ ଦିନ ମନୋଜ ମେଡିକାଲରୁ ଖସି ପଳାଇଥିଲା। ଘଟଣା ପରେ ପୋଲିସ ସିସିଟିଭି ଫୁଟେଜକୁ ଦେଖି ଘଟଣାର ତଦନ୍ତ କରୁଛି।