ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା!

କୋଣାର୍କ(ସଞ୍ଜୟ ଜେନା): ପୁରୀ-କୋଣାର୍କ ବେଳାମାର୍ଗର ଟିକନା ସ୍ଥିତ ପୁରୀ ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ତାଙ୍କ ନାଁ ଶେଖ୍ ଆକବର ମେହବୁବ୍। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ସରଧାପୁରରେ। ପୁଲିସ୍‌ କହିଛି, ଜଣେ ନାବାଳିକାଙ୍କ ସହ ଅନୈତିକ ସମ୍ପର୍କ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଗତକାଲି ମଧ୍ୟାହ୍ନରେ ଖାଇ ସାରିବା ପରେ ସେ ବାଥରୁମ୍‌କୁ ଯାଇଥିଲେ। ସେଠାରେ ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ। ପୁଲିସ୍‌ ମୃତଦେହକୁ […]

jail

Jitendra Garnayak
  • Published: Monday, 04 March 2019
  • , Updated: 04 March 2019, 10:17 AM IST

କୋଣାର୍କ(ସଞ୍ଜୟ ଜେନା): ପୁରୀ-କୋଣାର୍କ ବେଳାମାର୍ଗର ଟିକନା ସ୍ଥିତ ପୁରୀ ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ତାଙ୍କ ନାଁ ଶେଖ୍ ଆକବର ମେହବୁବ୍। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ସରଧାପୁରରେ।

ପୁଲିସ୍‌ କହିଛି, ଜଣେ ନାବାଳିକାଙ୍କ ସହ ଅନୈତିକ ସମ୍ପର୍କ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଗତକାଲି ମଧ୍ୟାହ୍ନରେ ଖାଇ ସାରିବା ପରେ ସେ ବାଥରୁମ୍‌କୁ ଯାଇଥିଲେ। ସେଠାରେ ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ।

ପୁଲିସ୍‌ ମୃତଦେହକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି। ଏ ଘଟଣାକୁ ନେଇ ଶେଖ୍‌ଙ୍କ ପରିବାର କିମ୍ବା ଜେଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related story