ସକାଳୁ ସକାଳୁ ବସ୍‌ରୁ ଓହ୍ଲାଇଲେ ଛାତ୍ରୀ, ଛୁରୀ ଭୁସି ଦେଲା ଦୁର୍ବୃତ୍ତ

ରାଉରକେଲା (ପବନ ତିୱାରୀ):  ଛାତ୍ରୀଙ୍କୁ ଛୁରୀରେ ଆକ୍ରମଣ କରି ମୋବାଇଲ ଓ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ରିଙ୍ଗ୍ ରୋଡ୍‌ର ରାଉରକେଲା ହାଉସ ନିକଟରେ।  ଆହତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ସେ ଘରକୁ ଫେରିଛନ୍ତି। ତାଙ୍କ ହାତ, ମୁଣ୍ଡ ଓ ମୁହଁରେ ଆଘାତ ଲାଗିଛି।  ଛାତ୍ରୀ ଜଣଙ୍କ ଭୁବନେଶ୍ୱରର ଏକ କଲେଜରେ ପାଠ ପଢ଼ନ୍ତି। ତାଙ୍କ ଘର ରାଉରକେଲାରେ। ମିଳିଥିବା ସୂଚନା ଅନୁସାରେ, ଛାତ୍ରୀ ଜଣଙ୍କ ଭୁବନେଶ୍ୱରରୁ ବସ୍‌ […]

Knife-attack

Tapaswini Nayak
  • Published: Saturday, 25 December 2021
  • , Updated: 25 December 2021, 02:49 PM IST

ରାଉରକେଲା (ପବନ ତିୱାରୀ):  ଛାତ୍ରୀଙ୍କୁ ଛୁରୀରେ ଆକ୍ରମଣ କରି ମୋବାଇଲ ଓ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ରିଙ୍ଗ୍ ରୋଡ୍‌ର ରାଉରକେଲା ହାଉସ ନିକଟରେ।  ଆହତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ସେ ଘରକୁ ଫେରିଛନ୍ତି। ତାଙ୍କ ହାତ, ମୁଣ୍ଡ ଓ ମୁହଁରେ ଆଘାତ ଲାଗିଛି।  ଛାତ୍ରୀ ଜଣଙ୍କ ଭୁବନେଶ୍ୱରର ଏକ କଲେଜରେ ପାଠ ପଢ଼ନ୍ତି। ତାଙ୍କ ଘର ରାଉରକେଲାରେ।

ମିଳିଥିବା ସୂଚନା ଅନୁସାରେ, ଛାତ୍ରୀ ଜଣଙ୍କ ଭୁବନେଶ୍ୱରରୁ ବସ୍‌ ଯୋଗେ ଆସି ଆଜି ସକାଳେ ରାଉରକେଲାରେ ପହଞ୍ଚିଥିଲେ। ଏଠାରେ ପହଞ୍ଚିବା ପରେ ସେ ରିଙ୍ଗ୍ ରୋଡ୍‌ର ରାଉରେକାଲା ହାଉସ୍ ନିକଟରେ ଓହ୍ଲାଇଥିଲେ ଓ ଘରକୁ ଫୋନ କରିଥିଲେ।  ତେବେ ନିଛାଟିଆ ଜାଗାର ସୁଯୋଗ ନେଇ ଜଣେ ଦୁର୍ବୃତ୍ତ ପଛରୁ ଆସି ତାଙ୍କ ବେକରେ ଛୁରୀ ଲଗାଇ ମୁହଁକୁ ଜାବୁଡ଼ି ଧରିଥିଲା। ଏହା ପରେ ଦୁର୍ବୃତ୍ତ ଜଣଙ୍କ ତାଙ୍କ ବ୍ୟାଗ ଓ ମୋବାଇଲ ନେବାକୁ ଚେଷ୍ଟା କରିଥିଲା।

ଛାତ୍ରୀ ଜଣଙ୍କ ବାଧା ଦେବାରୁ ଦୁର୍ବୃତ୍ତ ଜଣଙ୍କ ଛୁରୀରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନକୁ ଭୁସି ଦେଇଥିଲେ। ଛାତ୍ରୀଜଣଙ୍କ ଚିତ୍କାର କରୁଥିବା ବେଳେ ସେ ତାଙ୍କ ବ୍ୟାଗ ଓ ମୋବାଇଲ ନେଇ ପଳାଇଥିଲା। ଏନେଇ ରାଉରକେଲା ସେକ୍ଟର ୩ ନମ୍ବର ଥାନାରେ ମାମଲା ରୁଜୁ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Related story