‘ମୋଦି ସରକାର ଥିବା ପର୍ଯ୍ୟନ୍ତ ଏମ୍‌ଏସ୍‌ପି ବନ୍ଦ ହେବନି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିବା ପର୍ଯ୍ୟନ୍ତ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବନ୍ଦ ହେବନାହିଁ।” ବୁଧବାର ମଧ୍ୟପ୍ରଦେଶର ଇନ୍ଦୋରଠାରେ ନୂଆ କୃଷି ଆଇନ ସମର୍ଥନରେ ଅନୁଷ୍ଠିତ କୃଷି ସମ୍ମିଳନୀରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସରକାର ନୂଆ କୃଷି ଆଇନ ଆଣି ଚାଷୀଙ୍କ ପାଇଁ ଥିବା ସମସ୍ତ ପ୍ରତିବନ୍ଧକକୁ ଦୂର କରିଛନ୍ତି ସେ କହିଛନ୍ତି। ଉଦ୍‌ବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି-“ପୂର୍ବରୁ ଚାଷୀମାନେ ନିଜର ଉତ୍ପାଦିତ ସାମଗ୍ରୀକୁ ମଣ୍ଡି ବ୍ୟତୀତ […]

modi

modi

Manoranjan Sial
  • Published: Wednesday, 16 December 2020
  • Updated: 16 December 2020, 06:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିବା ପର୍ଯ୍ୟନ୍ତ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବନ୍ଦ ହେବନାହିଁ।” ବୁଧବାର ମଧ୍ୟପ୍ରଦେଶର ଇନ୍ଦୋରଠାରେ ନୂଆ କୃଷି ଆଇନ ସମର୍ଥନରେ ଅନୁଷ୍ଠିତ କୃଷି ସମ୍ମିଳନୀରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସରକାର ନୂଆ କୃଷି ଆଇନ ଆଣି ଚାଷୀଙ୍କ ପାଇଁ ଥିବା ସମସ୍ତ ପ୍ରତିବନ୍ଧକକୁ ଦୂର କରିଛନ୍ତି ସେ କହିଛନ୍ତି।

ଉଦ୍‌ବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି-“ପୂର୍ବରୁ ଚାଷୀମାନେ ନିଜର ଉତ୍ପାଦିତ ସାମଗ୍ରୀକୁ ମଣ୍ଡି ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବିକ୍ରି କରିପାରୁନଥିଲେ। ନିଜର ଉତ୍ପାଦିତ ଫସଲ ସାମଗ୍ରୀ ବିକ୍ରି କରିବା ପାଇଁ ଦଲାଲଙ୍କର ସାହାଯ୍ୟ ନେଉଥିଲେ। ଫଳରେ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏପରିକି ନିଜ ଉତ୍ପାଦନକୁ ବିକ୍ରି କରି ଉଚିତ ମୂଲ୍ୟ ପାଇ ପାରୁନଥିଲେ। ଚାଷୀର ନିଜ ଜମି ମଧ୍ୟ ସୁରକ୍ଷିତ ନଥିଲା। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ନୂଆ କୃଷି ଆଇନ ଆଣି ଏ ସମସ୍ତ ପ୍ରତିବନ୍ଧକରୁ ଚାଷୀଙ୍କୁ ମୁକ୍ତି କରିଛନ୍ତି। ନୂଆ ଆଇନ୍‌ ଫଳରେ ଚାଷୀମାନେ ନିଜର ମଣ୍ଡି ସମେତ ଦେଶର ଯେ କୌଣସି ବଜାରରେ ନିଜର ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିପାରିବେ। ଆଇନରେ ଚାଷୀଙ୍କ ପାଇଁ ସଠିକ ମୂଲ୍ୟ ନିଶ୍ଚିତ କରାଯାଇଛି। ଚାଷୀଙ୍କ ଜମି ସୁରକ୍ଷିତ ସହ ଜମିର ମାଲିକାନାରେ ସେହି ଚାଷୀର ରହିବାର ବ୍ୟବସ୍ଥା ମଧ୍ୟ ଆଇନ୍‌ରେ କରାଯାଇଛି। ଚାଷୀର ଏକ ଇଞ୍ଚ ଜମିକୁ ମଧ୍ୟ ଅନ୍ୟ କେହି ନେଇପାରିବେ ନାହିଁ।”

ସେ ଆହୁରି କହିଛନ୍ତି-“ସ୍ୱାଧୀନତାର ୭ ଦଶନ୍ଧିରେ ଦେଶର ଚାଷୀମାନଙ୍କର ବିକାଶ ପାଇଁ ଯାହା କରା ଯାଇପାରି ନ ଥିଲା, ପ୍ରଧାନମନ୍ତ୍ରୀ ମୋଦି ୬ ବର୍ଷରେ ତା’ଠାରୁ ଅଧିକ କରିଛନ୍ତି। କୃଷି ଓ କୃଷକର କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀ ପାଖକୁ ସିଧାସଳଖ ଟଙ୍କା ଦେବାର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଚାଷୀଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ ବିହିତ ପଦକ୍ଷେପ ନିଆଯାଇଛି। ଆତ୍ମନିର୍ଭର ଭାରତ ପ୍ୟାକେଜରେ ୧ ଲକ୍ଷ କୋଟିର କୃଷି ଭିତିଭୂମି ପାଣ୍ଠି, ୧୦ ହଜାର କୃଷି ଉତ୍ପାଦ ସଂସ୍ଥା(ଏଫପିଓ) ଗଠନ ପାଇଁ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ସଏଲ ହେଲଥ୍‌ କାର୍ଡ, କ୍ଷୁଦ୍ର ଜଳ ସେଚନର ବ୍ୟବସ୍ଥା ମୋଦି ସରକାର କରିଛନ୍ତି।”

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି-“ମଧ୍ୟପ୍ରଦେଶରେ ବାର୍ଷିକ ୬୫ ହଜାର କୋଟି ଟଙ୍କାର ପେଟ୍ରୋଲ, ଡିଜେଲ, ଏଲପିଜି ଓ ଅନ୍ୟାନ୍ୟ ଇନ୍ଧନ ବିକ୍ରି କରାଯାଉଛି। ଆଗାମୀ ଦିନରେ ବିଦେଶରୁ ଆମଦାନୀ ହ୍ରାସ କରାଯାଇ ମଧ୍ୟପ୍ରଦେଶର ଧାନ, ଆଖୁ ଓ ବିଭିନ୍ନ କୃଷି ବର୍ଜ୍ୟବସ୍ତୁରୁ ୮ ହଜାରରୁ ୧୦ ହଜାର କୋଟି ଟଙ୍କାର ଇନ୍ଧନ ଇତ୍ପାଦନ କରାଯିବ। ଯାହାର ଅଧିକ ଲାଭ ମଧ୍ୟପ୍ରଦେଶର ଚାଷୀମାନଙ୍କୁ ମିଳିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos