“ଇସ୍ପାତ କ୍ଷେତ୍ରର ଅଭିବୃଦ୍ଧି ପାଇଁ ବଡ଼ ଋଣନୀତିର ଆବଶ୍ୟକତା ରହିଛି”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଇସ୍ପାତ କ୍ଷେତ୍ରର ଅଭିବୃଦ୍ଧି ପାଇଁ ବଡ଼ ଋଣନୀତିର ଆବଶ୍ୟକତା ରହିଛି। ଏହି ଇସ୍ପାତ ଶିଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଜାପାନ ସହଯୋଗୀ ରାଷ୍ଟ୍ର ହୋଇଛି। ତେଣୁ ଆମକୁ ସହଯୋଗୀ ରାଷ୍ଟ୍ର ଜାପାନ ସହ ମିଶି ଓଡ଼ିଶାକୁ ଇସ୍ପାତ ଶିଳ୍ପର ପୂର୍ବୋଦୟରେ ପ୍ରମୁଖ କେନ୍ଦ୍ର କରିବାର ଆବଶ୍ୟକତା ରହିଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଭୁବନେଶ୍ୱରଠାରେ ଇସ୍ପାତ ମନ୍ତ୍ରଣାଳୟ ଓ ଜାପାନ ଏମ୍‌ଇଟିଆଇର ମିଳିତ ସହଯୋଗରେ କର୍ମଶାଳା ଆୟୋଜିତ ହୋଇଥିଲା। […]

japan

japan

Manoranjan Sial
  • Published: Friday, 28 February 2020
  • Updated: 28 February 2020, 10:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଇସ୍ପାତ କ୍ଷେତ୍ରର ଅଭିବୃଦ୍ଧି ପାଇଁ ବଡ଼ ଋଣନୀତିର ଆବଶ୍ୟକତା ରହିଛି। ଏହି ଇସ୍ପାତ ଶିଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଜାପାନ ସହଯୋଗୀ ରାଷ୍ଟ୍ର ହୋଇଛି। ତେଣୁ ଆମକୁ ସହଯୋଗୀ ରାଷ୍ଟ୍ର ଜାପାନ ସହ ମିଶି ଓଡ଼ିଶାକୁ ଇସ୍ପାତ ଶିଳ୍ପର ପୂର୍ବୋଦୟରେ ପ୍ରମୁଖ କେନ୍ଦ୍ର କରିବାର ଆବଶ୍ୟକତା ରହିଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ଭୁବନେଶ୍ୱରଠାରେ ଇସ୍ପାତ ମନ୍ତ୍ରଣାଳୟ ଓ ଜାପାନ ଏମ୍‌ଇଟିଆଇର ମିଳିତ ସହଯୋଗରେ କର୍ମଶାଳା ଆୟୋଜିତ ହୋଇଥିଲା। ‘ଅର୍ଥନୀତିର ଅଭିବୃଦ୍ଧି ନିମନ୍ତେ ଇସ୍ପାତର ବ୍ୟବହାରକୁ ବଢାଇବା ପାଇଁ ସମର୍ଥ ପ୍ରକ୍ରିୟା’ ଶୀର୍ଷକ କର୍ମଶାଳାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, “ଇସ୍ପାତ ଶିଳ୍ପ ମାଧ୍ୟମରେ ଓଡ଼ିଶା ଦେଶର ୧ ନମ୍ୱର ରାଜ୍ୟ ହେବ। ଅର୍ଥନୀତିକୁ ଆଗକୁ ନେବାରେ ଇସ୍ପାତ କ୍ଷେତ୍ରର ବଡ଼ ଭୂମିକା ରହିଛି। ଓଡ଼ିଶା ଦେଶର ଇସ୍ପାତ ଉତ୍ପାଦନର କେନ୍ଦ୍ରସ୍ଥଳୀ ହେବାର ରାସ୍ତା ଅଛି। ୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ମିଲିୟନ ମେଟ୍ରିକ ଟନ ଇସ୍ପାତ ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେଥିରୁ ଓଡ଼ିଶାରୁ କେବଳ ୧୦୦ ମିଲିୟନ ମେଟ୍ରିକ୍‌ ଟନ୍‌ ଇସ୍ପାତ‌୍‍ ଉତ୍ପାଦନ ହେବାର ସମ୍ଭାନା ରହିଛି। ମାତ୍ର ଏହାକୁ ସାକାର କରିବା ପାଇଁ ଓଡ଼ିଶାର ଆନୁଷଙ୍ଗିକ ବ୍ୟବସ୍ଥାକୁ ବଢାଇବାକୁ ପଡ଼ିବ।”

ସେ କହିଛନ୍ତି-“ଭାରତବର୍ଷରେ ମୁଣ୍ଡ ପିଛା ଇସ୍ପାତ‌ ବ୍ୟବହାର ମାତ୍ର ୭୦ କିଲୋଗ୍ରାମ ଥିବାବେଳେ ଏହାକୁ ବଢାଇବା ପାଇଁ ଧ୍ୟାନ ଦିଆଯାଉଛି। ଅନ୍ୟପଟେ ବିଶ୍ୱରେ ଇସ୍ପାତ ବ୍ୟବହାର ମୁଣ୍ଡ ପିଛା ହାରାହାରି ୨୨୫ କିଲୋଗ୍ରାମ ଥିବାବେଳେ ପ୍ରଗତିଶୀଳ ରାଷ୍ଟ୍ର ଜାପାନରେ ୫୦୦ କିଲୋଗ୍ରାମ ମୁଣ୍ଡ ପିଛା ଇସ୍ପାତ ବ୍ୟବହାର ହେଉଛି। ଓଡ଼ିଶାରେ ଏହାକୁ ଅନ୍ୟୂନ ୧୫୦ କିଗ୍ରାରେ ପହଁଚାଇବାର ସମ୍ଭାବନା ରହିଛି। ଇସ୍ପାତର ବ୍ୟବହାର ବଢିଲେ ଗରିବ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିବ। ଆଉ ସ୍ଥାନୀୟ ଅର୍ଥନୀତି ମଧ୍ୟ ସୁଦୃଢ ହେବ। ସାମଗ୍ରିକ ଭାବେ ଦେଖିବାକୁ ଗଲେ ରାଜ୍ୟରେ ଇସ୍ପାତ ବ୍ୟବହାର ବଢିଲେ ସାମାଜିକ ଭିତିଭୂମି ସହ ସବୁ କ୍ଷେତ୍ରର ବିକାଶ ହୋଇପାରିବ।”

ଶ୍ରୀ ପ୍ରଧାନ ଅହୁରି ମଧ୍ୟ କହିଛନ୍ତି, “କେନ୍ଦ୍ର ସରକାରଙ୍କ ମାଇନ୍ସ ଆଣ୍ଡ ମିନେରାଲ୍ସ ଡେଭଲପମେଣ୍ଟ ରେଗୁଲେସନ୍‌ ଆକ୍ଟ(ଏମ‌୍‍ଏମ‌୍‍ଡିଆର) ନିୟମରେ ପରିବର୍ତ୍ତନ କାରଣରୁ ଓଡ଼ିଶା ବାର୍ଷିକ ପ୍ରାୟ ୨୦ ହଜାର କୋଟି ଟଙ୍କା ପାଇବ। ପୂର୍ବରୁ କେବଳ ରୟାଲିଟି ଓ ସେଲ୍ସ‌୍‍ ଟ୍ୟାକ୍ସ ରାଜ୍ୟକୁ ମିଳୁଥିଲା। ଦେଶର ୮୦ ପ୍ରତିଶତ ଖଣି ପୂର୍ବାଞ୍ଚଳରେ ରହିଛି। ରାଜ୍ୟରେ ଇସ୍ପାତ‌୍‍ ଶିଳ୍ପର ବିକାଶ ପାଇଁ ବିଜୁଳି ବିଲ‌୍‍ ଟାରିଫରେ ରିହାତି ଦେବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି।”

ସେ କହିଛନ୍ତି, “ଓଡ଼ିଶାରୁ ବୌଦ୍ଧ ଧର୍ମ ବିଶ୍ୱର ବିଭିନ୍ନ ସ୍ଥାନକୁ ଯାଇଛି। କଳିଙ୍ଗ ଯୁଦ୍ଧ ଏଠାରେ ହୋଇଥିଲା। ଏହି ଯୁଦ୍ଧ ପରେ ସମ୍ରାଟ୍‌ ଅଶୋକା ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତ୍ତନ ହୋଇଥିଲେ। ହଜାର ହଜାର ବର୍ଷର ପୁରୁଣା ଇତିହାସରେ ଓଡ଼ିଶା-ଜାପାନ ସମ୍ପର୍କ ସେତୁ ହେଉଛି ବୌଦ୍ଧ ଧର୍ମ। ଓଡ଼ିଶାର କୋଣାର୍କ ମନ୍ଦିର ଇଞ୍ଜିନିୟରିଂ, ଟେକ୍ନୋଲୋଜି ଓ ବୈଜ୍ଞାନିକ କଳା କୌଶଳର ଅନନ୍ୟ ଉଦାହରଣ ଓ ଇସ୍ପାତ ଏହାର ମେରୁଦଣ୍ଡ। କୋଣାର୍କ ମନ୍ଦିର ଚୂଡ଼ରେ ଥିବା ଚୁମ୍ୱକ ମନ୍ଦିରର ଢ଼ାଞ୍ଚାକୁ ଧରି ରଖିଥିଲା। ଚୁମ୍ୱକୀୟ ପ୍ରଭାବ ଦ୍ୱାରା ଭଗବାନ ସୂର୍ଯ୍ୟଙ୍କ ପ୍ରତିମୂର୍ତି ଭୂମି ସଲଗ୍ନ ନହୋଇ ଏହାଠାରୁ ଟିକେ ଉପରେ ରହୁଥିଲା। ଏବେ ନୂଆ ଅର୍ଥନୀତିରେ କୋଣାର୍କରୁ ପ୍ରେରଣା ନେବାର ଆବଶ୍ୟକତା ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos