‘୬ ବର୍ଷରେ ଦେଶରେ ସିଏନ୍ଜି ଷ୍ଟେସନ୍ ଦୁଇ ଗୁଣା ହୋଇଛି’
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୬ ବର୍ଷରେ ଦେଶରେ ସିଏନ୍ଜି ଷ୍ଟେସନ୍ ଦୁଇ ଗୁଣା ହୋଇଛି। ୨୦୧୪ରେ ଦେଶରେ ୯୩୮ ସିଏନଜି ଷ୍ଟେସନ ଥିବାବେଳେ ଏବେ ତାହା ବୃଦ୍ଧି ପାଇ ୨୩୦୦ରେ ପହଞ୍ଚିଛି। ପରିବେଶକୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଟୋରେଂଟ୍ ଗ୍ୟାସର ୪୨ଟି କମ୍ପ୍ରେସଡ୍ ନ୍ୟାଚୁରାଲ ଗ୍ୟାସ(ସିଏନଜି) ଏବଂ ୩ଟି ସିଟି ଗେଟ୍ ଷ୍ଟେସନ ଲୋକାର୍ପିତ ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମଙ୍ଗଳବାର ଟୋରେଂଟ୍ ଗ୍ୟାସର ୪୨ଟି କମ୍ପ୍ରେସଡ୍ ନ୍ୟାଚୁରାଲ ଗ୍ୟାସ(ସିଏନଜି) ଏବଂ ୩ଟି ସିଟି ଗେଟ୍ ଷ୍ଟେସନକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି। ଦେଶର ଗ୍ୟାସ୍ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ପାଇପଲାଇନର ଶିଳାନ୍ୟାସ ଓ ଟର୍ମିନାଲ, ଗାସ କ୍ଷେତ୍ରରେ ୬୦ ବିଲିୟନ ଅର୍ଥାତ ୪ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପୁଞ୍ଜିନିବେଶ କରାଯାଉଛି ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି। ଦେଶରେ ସିଟି ଗ୍ୟାସ ବିତରଣ(ସିଜିଡି) ନେଟୱାର୍କର ସଂପ୍ରସାରଣ ପାଇଁ ୮ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରାଯିବା ନେଇ ଟୋରେଂଟ୍ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଏହାକୁ ସ୍ୱାଗତ କରିଛନ୍ତି ଶ୍ରୀ ପ୍ରଧାନ।
Compliment Torrent Gas for their efforts in expanding the natural gas infrastructure in the country. The 42 CNG stations dedicated today will further enhance our efforts to transform India into a gas-based economy in line with the vision of PM Shri @narendramodi. pic.twitter.com/Yg2CvwWlrj
— Dharmendra Pradhan (@dpradhanbjp) October 6, 2020
ସେ କହିଛନ୍ତି-“ବହୁତ କମ୍ ସମୟ ମଧ୍ୟରେ ଦେଶରେ ଟେରେଂଟ ପକ୍ଷରୁ ୧୦୦ ସିଏନଜି ଷ୍ଟେସନ ସ୍ଥାପନ କରାଯାଇଛି। ଦେଶରେ ପ୍ରାକୃତିକ ଗ୍ୟାସ ଭିତିଭୂମିକୁ ସଂପ୍ରସାରଣ କରିବାରେ ଟୋରେଂଟ ଗ୍ୟାସର ଉଦ୍ୟମ ପ୍ରଶଂସନୀୟ। ଆଜି ଉତ୍ତରପ୍ରଦେଶରେ ୧୪ଟି, ମହାରାଷ୍ଟ୍ରରେ ୮ଟି, ଗୁଜୁରାଟରେ ୬ଟି, ପଞ୍ଜାବରେ ୪ଟି, ତେଲେଙ୍ଗାନା ଓ ରାଜସ୍ଥାନରେ ୫ଟି ଲେଖାଏଁ ସିଏନଜି ଷ୍ଟେସନର ଲୋକାର୍ପଣ କରାଯାଇଛି। ଏହାବ୍ୟତୀତ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ପଞ୍ଜାବରେ ଗୋଟିଏ ଲେଖାଁଏ ସିଟି ଗେଟ୍ ଷ୍ଟେସନ ଲୋକାର୍ପଣ କରାଯାଇଛି। ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ସମସ୍ତ ୪୨ଟି ସିଏନ୍ଜି ଷ୍ଟେସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ଥିବା ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବାରେ ସହାୟକ ହେବ। ଦେଶ ଗ୍ୟାସ ଆଧାରିତ ଅର୍ଥନୀତି ଦିଗକୁ ଅଗ୍ରସର ହେଉଥିବା ବେଳେ ଏହା ଦେଶର ଅଶୋଧିତ ତୈଳର ନିର୍ଭରତାକୁ ହ୍ରାସ କରିବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।