ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, “କୋଭିଡ୍ ମୁକାବିଲା ତଥା ସଠିକ ପରିଚାଳନା ପାଇଁ ରାଜ୍ୟର ସବୁ ଗାଁ ଓ ଓ୍ୱାର୍ଡ ସ୍ତରରେ ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ନେଇ ଏକ ‘କୋଭିଡ୍ କ୍ରାଇସିସ୍ ମ୍ୟାନେଜମେଣ୍ଟ କମିଟି ଗଠନ କରାଯାଉ। ଓଡ଼ିଶାରେ କିପରି ଭ୍ୟାକସିନ ଉପଲବ୍ଧି ହୋଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ମୋତେ ଅବଗତ କରାଇଛନ୍ତି। ରାଜ୍ୟକୁ କିପରି ଭ୍ୟାକସିନ, ରେମଡ଼େସିଭର ଡ୍ରଗ୍ସ ଓ ରାପିଡ୍ ଆଣ୍ଟିଜେନ ଟେଷ୍ଟ କିଟ୍ ଅଧିକରୁ ଅଧିକ ଯୋଗାଯାଇ ପାରିବ ସେ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ କଥା ହୋଇଥିବା ମୁଖ୍ୟମନ୍ତ୍ରୀ ମୋତେ ଜଣାଇଛନ୍ତି।”
https://twitter.com/dpradhanbjp/status/1392425128881836037?s=20
ସେ ଆହୁରି କହିଛନ୍ତି-“ବର୍ତ୍ତମାନ କୋଭିଡ୍ ମହାମାରୀର ସଂକଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ରାଜ୍ୟ ସରକାରଙ୍କୁ ଯଥାସମ୍ଭବ ସହଯୋଗ କରିବା ପାଇଁ ପଦକ୍ଷେପ ନେଉଛନ୍ତି। ମିଳିତ ସହଯୋଗ ଓ ସମନ୍ୱୟ ବଳରେ ଓଡ଼ିଶା ଏବଂ ଭାରତ ଏହି ମହାମାରୀ ବିରୋଧ ଲଢ଼େଇରେ ବିଜୟୀ ହୋଇପାରିବ। ଆମେ ଏକାଠୀ ହୋଇ ଜିତିପାରିବା।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।