ଇଣ୍ଡିଆନ ଅଏଲର ଅତ୍ୟାଧୁନିକ ଲ୍ୟୁବ୍ରିକାଂଣ୍ଟ ପ୍ଲାଂଟକୁ  ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ୱିତୀୟ ଦିନରେ ଇଣ୍ଡିଆନ ଅଏଲର ଅତ୍ୟାଧୁନିକ ଲ୍ୟୁବ୍ରିକାଣ୍ଟ ପ୍ଲାଂଟ‌ର ଲୋକାର୍ପଣ କରିଛନ୍ତି। ଏହି ପ୍ଲାଂଟ ପୂର୍ବ ଭାରତର ସାମାଜିକ ଓ ଅର୍ଥନୈତିକ ବିକାଶର ଗେମ‌ ଚେଞ୍ଜର ହେବ ବୋଲି ସେ କହିଛନ୍ତି। ଏହି ପ୍ଲାଂଟ‌ ପାଇଁ ଇଣ୍ଡିଆନ ଅଏଲର ପଦକ୍ଷେପକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ପ୍ରଧାନ। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଦୃଷ୍ଟିକୋଣରେ ଥିବା ପୂର୍ବ ଭାରତର ତ୍ୱରିତ ବିକାଶ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ବୋଲି […]

8nm

8nm

Tapas Behera
  • Published: Saturday, 19 December 2020
  • Updated: 19 December 2020, 08:36 PM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର: ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ୱିତୀୟ ଦିନରେ ଇଣ୍ଡିଆନ ଅଏଲର ଅତ୍ୟାଧୁନିକ ଲ୍ୟୁବ୍ରିକାଣ୍ଟ ପ୍ଲାଂଟ‌ର ଲୋକାର୍ପଣ କରିଛନ୍ତି। ଏହି ପ୍ଲାଂଟ ପୂର୍ବ ଭାରତର ସାମାଜିକ ଓ ଅର୍ଥନୈତିକ ବିକାଶର ଗେମ‌ ଚେଞ୍ଜର ହେବ ବୋଲି ସେ କହିଛନ୍ତି। ଏହି ପ୍ଲାଂଟ‌ ପାଇଁ ଇଣ୍ଡିଆନ ଅଏଲର ପଦକ୍ଷେପକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ପ୍ରଧାନ।

ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଦୃଷ୍ଟିକୋଣରେ ଥିବା ପୂର୍ବ ଭାରତର ତ୍ୱରିତ ବିକାଶ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଇଣ୍ଡିଆନ ଅଏଲ ଦ୍ୱାରା ନିର୍ମିତ ସର୍ଭୋ ଲ୍ୟୁବ୍ରିକାଣ୍ଟ ବିଶ୍ୱସ୍ତରୀୟ ସ୍ୱଦେଶୀ ନିର୍ମିତ ଲ୍ୟୁବ୍ରିକାଂଟ‌। ଯାହା ଆତ୍ମନିର୍ଭର ଭାରତରେ ବଡ଼ ଉଦାହରଣ । ଏହି ଲ୍ୟୁବ୍ରିକାଣ୍ଟ ଭାରତର ଇନ୍ଧନ କ୍ଷେତ୍ରରେ ଥିବା ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବ। ଆଗାମୀ ଦିନରେ ମୁମ୍ୱାଇ ଏବଂ ଚେନ୍ନାଇରେ ଲୁବ୍ରିକାଂଟ ପ୍ଲାଂଟ ପ୍ରତିଷ୍ଠା ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos