‘ଲୋକତନ୍ତ୍ରରେ ମିଡିଆ ଭୂମିକାକୁ ଠିକ୍ ଭାବେ ନିର୍ବାହ କରୁଛି ଓଟିଭି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରେ ଆୟୋଜିତ ହେଉଛି ଓଟିଭିର ଦ୍ୱାଦଶ ବାର୍ଷିକ ସମ୍ମିଳନୀ ଫୋର୍‌ସାଇଟ୍‌-୨୦୨୨। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓଟିଭିର ୨୫ ବର୍ଷର ଯାତ୍ରାକୁ ସ୍ୱାଗତ ଜଣାଇଛନ୍ତି। ସେ କହିଛନ୍ତି, ଓଟିଭି ଓଡ଼ିଶାର ବହୁତ ଭଲ ଏବଂ ଲୋକପ୍ରିୟ ଚ୍ୟାନେଲ୍ । ଓଟିଭି ୨୫ ବର୍ଷର ଯାତ୍ରା […]

minister

Niharika Rout
  • Published: Friday, 04 March 2022
  • , Updated: 04 March 2022, 03:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରେ ଆୟୋଜିତ ହେଉଛି ଓଟିଭିର ଦ୍ୱାଦଶ ବାର୍ଷିକ ସମ୍ମିଳନୀ ଫୋର୍‌ସାଇଟ୍‌-୨୦୨୨। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଛନ୍ତି।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓଟିଭିର ୨୫ ବର୍ଷର ଯାତ୍ରାକୁ ସ୍ୱାଗତ ଜଣାଇଛନ୍ତି। ସେ କହିଛନ୍ତି, ଓଟିଭି ଓଡ଼ିଶାର ବହୁତ ଭଲ ଏବଂ ଲୋକପ୍ରିୟ ଚ୍ୟାନେଲ୍ । ଓଟିଭି ୨୫ ବର୍ଷର ଯାତ୍ରା ପୂରଣ କରିବା ଏକ ବଡ଼ ସଫଳତା।  ଏହି ଅବସରରେ ସାମିଲ ହୋଇଥିବାରୁ ବହୁତ ଭଲ ଲାଗୁଛି । ବୈଜୟନ୍ତ ପଣ୍ଡାଙ୍କ ଅନୁରୋଧ କ୍ରମେ କାର୍ଯ୍ୟକ୍ରମରେ ସାମିଲ ହୋଇଛି । ଏଥିଲାଗି ବୈଜୟନ୍ତ ପଣ୍ଡାଙ୍କୁ ଧନ୍ୟବାଦ ଜଣାଉଛି ।

ସେ କହିଛନ୍ତି, ଲୋକତନ୍ତ୍ରରେ ମିଡିଆର ଯେଉଁ ଭୂମିକା ଥାଏ, ଓଟିଭି ତାକୁ ଠିକ୍ ଭାବେ ନିର୍ବାହ କରିଛି । ରାଜ୍ୟର ନମ୍ବର ୱାନ୍‌ ନ୍ୟୁଜ୍‌ ଚ୍ୟାନେଲ ଭାବେ ଓଟିଭି ତା’ର କାର୍ଯ୍ୟ ଠିକ୍‌ ଭାବେ ସମ୍ପାଦନ କରୁଛି। ଓଟିଭି ରାଜ୍ୟର ଅଗଣିତ ଜନତାଙ୍କ ହୃଦୟରେ ସ୍ଥାନ ପାଇଛି। ଏଥିପାଇଁ ଓଟିଭି ପରିବାର ସଦସ୍ୟ ପ୍ରଶଂସାର ପାତ୍ର।

ଫୋର୍‌ସାଇଟ୍‌-୨୦୨୨ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ଗୁରୁ ସଦ୍‌ଗୁରୁଙ୍କ ଯୋଗଦାନ ନେଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆନନ୍ଦ ପ୍ରକଟ କରିଛନ୍ତି। ସଦ୍‌ଗୁରୁଙ୍କଠାରୁ ବହୁତ କିଛି ଶିଖିବାକୁ ମିଳିବ ବୋଲି  କହିଛନ୍ତି ତୋମାର।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଆଜି ବହୁ ପ୍ରତୀକ୍ଷିତ ଫୋର୍‌ସାଇଟ୍‌-୨୦୨୨ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଓଟିଭି MD ଜଗି ମଙ୍ଗତ ପଣ୍ଡା ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଶାସକ, ପ୍ରଶାସକ, ରାଜନେତା, ଫିଲ୍ମ ନିର୍ମାତା, ବୁଦ୍ଧିଜୀବୀଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଅଛନ୍ତି। ଏଥର ଥିମ୍‌ ରହିଛି-  ‘“Covid: Winners And The Disadvantaged In The New World Order”।

Related story