‘ନନ୍ଦିନୀ ଦେବୀଙ୍କ ପ୍ରଶାସନିକ ଦକ୍ଷତା ଓ ଦୃଢ଼ ନେତୃତ୍ୱ ନୂଆପିଢ଼ି ପାଇଁ ପ୍ରେରଣା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦିନୀ ଦେବୀଙ୍କ ପ୍ରଶାସନିକ ଦକ୍ଷତା ଓ ଦୃଢ଼ ନେତୃତ୍ୱ ନୂଆପିଢ଼ି ପାଇଁ ପ୍ରେରଣା। ଓଡ଼ିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀ ଅବସରରେ ଭୁବନେଶ୍ୱରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ଏହା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀ ଓଡ଼ିଶାର ଗୌରବ। ଓଡ଼ିଶା ରାଜନୀତିକ […]

tiop

tiop

Tapas Behera
  • Published: Sunday, 09 June 2019
  • Updated: 09 June 2019, 05:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦିନୀ ଦେବୀଙ୍କ ପ୍ରଶାସନିକ ଦକ୍ଷତା ଓ ଦୃଢ଼ ନେତୃତ୍ୱ ନୂଆପିଢ଼ି ପାଇଁ ପ୍ରେରଣା। ଓଡ଼ିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀ ଅବସରରେ ଭୁବନେଶ୍ୱରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ଏହା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀ ଓଡ଼ିଶାର ଗୌରବ। ଓଡ଼ିଶା ରାଜନୀତିକ ଇତିହାସରେ ତଥା ଭାରତୀୟ ରାଜନୀତିରେ ଓଡିଶାର ନାଁ ବଢ଼ାଇଥିବା ଜଣେ ବ୍ୟକ୍ତିତ୍ୱ । ଆଜି ତାଙ୍କ ଜୟନ୍ତୀରେ ସମସ୍ତେ ତାଙ୍କୁ ମନେପକାଇବାର ଆବଶ୍ୟକତା ରହିଛି।

ଶ୍ରୀ ପ୍ରଧାନ କହିଛନ୍ତି, ଲମ୍ବା ସମୟର ପ୍ରତିନିଧି ଭାବେ ରାଜ୍ୟ ଓ ଦେଶକୁ ନେତୃତ୍ୱ କରୁଥିବାର ବ୍ୟକ୍ତିତ୍ୱ ଥିଲେ ଶ୍ରୀମତୀ ଶତପଥୀ। ଆଜିର ଦିନରେ ମଧ୍ୟ ତାଙ୍କ ଅଞ୍ଚଳରେ ବୁଲିଲେ କିମ୍ବା ରାଜ୍ୟର ବିଶେଷ କିଛି ଘଟଣାକୁ ମନେପକାଇଲେ, ନନ୍ଦିନୀ ଦେବୀଙ୍କର ପ୍ରଶାସନିକ ଦକ୍ଷତାକୁ ମନେପକାଇବା ପାଇଁ ସମସ୍ତେ ବାଧ୍ୟ ହୁଅନ୍ତି।

ନନ୍ଦିନୀ ଦେବୀଙ୍କ ଆଦର୍ଶ ସମସ୍ତଙ୍କୁ ରାଜନୀତିକ ଓ ସାମାଜିକ କାମରେ ପ୍ରେରଣା ଦେଉ ବୋଲି ଶ୍ରୀ ପ୍ରଧାନ କାମନା କରିଛନ୍ତି। ଏହି ଅବସରରେ ନନ୍ଦିନୀ ଦେବୀଙ୍କ ସୁପୁତ୍ର, ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos