୬ ଦିନିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ, ଜଳବିବାଦର ହେବ ଶୀଘ୍ର ସମାଧାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରରେ ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହେବାପରେ ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡ଼ୁ ପ୍ରଥମଥର ପାଇଁ ୬ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ମହାନଦୀ ଜଳବିବାଦର ତ୍ୱରିତ୍ ସମାଧାନ ହେବ ବୋଲି ସେ ଆଶ୍ୱସ୍ତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ଼ଙ୍କୁ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ବିଜେପି ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶ୍ରୀ ଟୁଡ଼ୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ପୁରୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପରେ […]

Er. Bishweswar Tudu

Er. Bishweswar Tudu

Ordigital Desk
  • Published: Monday, 06 September 2021
  • Updated: 06 September 2021, 10:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରରେ ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହେବାପରେ ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡ଼ୁ ପ୍ରଥମଥର ପାଇଁ ୬ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ମହାନଦୀ ଜଳବିବାଦର ତ୍ୱରିତ୍ ସମାଧାନ ହେବ ବୋଲି ସେ ଆଶ୍ୱସ୍ତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ଼ଙ୍କୁ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ବିଜେପି ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶ୍ରୀ ଟୁଡ଼ୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ପୁରୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପରେ ରାଜ୍ୟ କାର୍ଯ୍ୟାଳୟରେ ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଦୀର୍ଘ ଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦ ସମେତ ବିଭିନ୍ନ ଜଳ ସମସ୍ୟା କାରଣରୁ ରାଜ୍ୟବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟ୍ରିବୁନାଲରେ ଥିବା ସମସ୍ତ ମାମଲାକୁ ଅନୁଧ୍ୟାନ କରାଯାଉଛି। ଖୁବଶୀଘ୍ର ଓଡ଼ିଶାରେ ଜଳବିବାଦର ସମାଧାନ ହେବ। ଦୁଇ ରାଜ୍ୟ ଜିଦ୍ ଛାଡ଼ିଲେ ତ୍ୱରିତ୍ ସମାଧାନ ହୋଇପାରିବ ବୋଲି ସେ କହିଚନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦି ସରକାରରେ ଓଡିଶାର ବିକାଶକୁ ସର୍ବଦା ଗୁରୁତ୍ୱ ଦିଆଯାଉଛି। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଟଙ୍କା ଦିଏ ଏବଂ ରାଜ୍ୟ ସରକାର ତାକୁ କାର୍ଯ୍ୟକାରୀ କରନ୍ତି। ରାଜ୍ୟକୁ ପ୍ରଚୁର ପରିମାଣରେ କେନ୍ଦ୍ରୀୟ ଅନୁଦାନ ଆସୁଛି। ଏପରିକି ଦିଆଯାଉଥିବା କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ସରକାର ଖର୍ଚ୍ଚ କରିନପାରିବାରୁ ତାହା ପୁଣି କେନ୍ଦ୍ରକୁ ଫେରିଯାଉଛି । ‘ହର୍ ଘର୍ ଜଲ୍‌' ଯୋଜନାରେ ଓଡ଼ିଶାକୁ ୩୨୩୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ପଂଚଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ୧ଲକ୍ଷ ୪୨ କୋଟି ଟଙ୍କା ରାଜ୍ୟ ସରାକାର ପାଇଛନ୍ତି। ବିଶେଷ ଭାବେ ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ରରୁ ବ୍ୟାପକ ଅର୍ଥ ଆସୁଛି। ରାଜ୍ୟ ସରକାର ୟୁସି ଦେବାରେ ବିଫଳ ହେଉଛନ୍ତି । ଅନ୍ୟ ପଟେ ନିଜ ନାଁ ରେ ବ୍ରାଣ୍ଡିଂ କରି କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରିବାରେ ରାଜ୍ୟ ସରକାର ବ୍ୟସ୍ତ । ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ଓ ଦୂରଦୃଷ୍ଟି ଅଭାବରୁ ଆଦିବାସୀ କଲ୍ୟାଣ ପାଇଁ ଏ ସବୁ ଅର୍ଥ ଖର୍ଚ୍ଚ ହେଇପାରୁନାହିଁ। ଏହା ଦ୍ୱାରା ଆଦିବାସୀମାନଙ୍କ ଅର୍ଥନୈତିକ ବିକାଶରେ ବାଧାପ୍ରାପ୍ତ ହେଉଛି। ଓଡ଼ିଶାରେ ସଂଘୀୟ ବ୍ୟବସ୍ଥାରେ ବହୁ ବ୍ୟତୀକ୍ରମ ହେଉଛି । ସ୍ୱାସ୍ଥ୍ୟ ସେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ, ଆଦିବାସୀ କଲ୍ୟାଣକାରୀ ଯୋଜନାର ସଠିକ କାର୍ଯ୍ୟକାରୀ ହେବାରେ ବ୍ୟତିକ୍ରମ ଦେଖାଯାଉଛି। ଏହା ଅତ୍ୟନ୍ତ ଜନବିରୋଧୀ ବୋଲି ଶ୍ରୀ ଟୁଡ଼ୁ କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରରେ ମନ୍ତ୍ରୀ ହେବାପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ଟୁଡୁ ପ୍ରଥମେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି ସିଧାସଳଖ ପୁରୀ ଗସ୍ତ କରିଥିଲେ। ପୁରୀ ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ପିପିଲି, ସାକ୍ଷିଗୋପାଳ ଆଦି ସ୍ଥାନରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପୁରୀରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ପରେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି ଆଶୀର୍ବାଦ ଗ୍ରହଣ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଆସନ୍ତା କାଲି ବାଲେଶ୍ୱର ଦେଇ ବାରିପଦା ଗସ୍ତ କରି ରାତ୍ରଯାପନ କରିବେ। ଆସନ୍ତା ୮, ୯, ୧୦ ଓ ୧୧ ତରିଖ ଦିନ ମୟୁରଭଂଜ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସ୍ଥାନ ଗସ୍ତ କରି ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story