କେନ୍ଦ୍ର ବଜେଟରୁ ସିଂହଭାଗ ଲାଭ ପାଇବ ଓଡ଼ିଶା: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରୁ ସିଂହଭାଗ ଲାଭ ଓଡ଼ିଶା ପାଇବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବଜେଟକୁ ଯୁଗାନ୍ତକାରୀ ବୋଲି କହିବା ସହ ଓଡ଼ିଶା ପାଇଁ ବଜେଟରେ ଅନେକ ସମ୍ଭାବନା ଆଣିଥିବା କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବଜେଟ୍ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଚଳିତ ବଜେଟର ବିଭିନ୍ନ କ୍ଷେତ୍ରରୁ ଓଡ଼ିଶା ସିଂହଭାଗ ଲାଭ ପାଇବ ଓ ରାଜ୍ୟର ସବୁ ବର୍ଗର ଲୋକମାନେ ବିଶେଷଭାବେ ଉପକୃତ ହୋଇପାରିବେ। […]

dharmendra

dharmendra

Manoranjan Sial
  • Published: Monday, 01 February 2021
  • Updated: 01 February 2021, 10:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରୁ ସିଂହଭାଗ ଲାଭ ଓଡ଼ିଶା ପାଇବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବଜେଟକୁ ଯୁଗାନ୍ତକାରୀ ବୋଲି କହିବା ସହ ଓଡ଼ିଶା ପାଇଁ ବଜେଟରେ ଅନେକ ସମ୍ଭାବନା ଆଣିଥିବା କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବଜେଟ୍ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଚଳିତ ବଜେଟର ବିଭିନ୍ନ କ୍ଷେତ୍ରରୁ ଓଡ଼ିଶା ସିଂହଭାଗ ଲାଭ ପାଇବ ଓ ରାଜ୍ୟର ସବୁ ବର୍ଗର ଲୋକମାନେ ବିଶେଷଭାବେ ଉପକୃତ ହୋଇପାରିବେ। ଓଡ଼ିଶାରେ ପୋଷଣ ଅଭିଯାନରେ ୧୦ଟି ଆକାଂକ୍ଷୀ ଜିଲ୍ଲାକୁ ପ୍ରାଥମିକତା ମିଳିବ। ବଜେଟରେ ଢାଂଚାଗତ କ୍ଷେତ୍ର ତଥା ସଡ଼କ, ରେଳ, ଅର୍ଥନୀତିକ କରିଡର ତଥା ମାନବ ସମ୍ବଳର ବିକାଶ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ବଜେଟ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାର ଇସ୍ପାତ, ଖଣି କ୍ଷେତ୍ର ଓ ମାନବପୁଞ୍ଜିର ଅନେକ ସମ୍ଭାବନା ଆଣିଛି। ଆଗାମୀ ୩ବର୍ଷରେ ଦେଶରେ ହେବାକୁ ଥିବା ୭ଟି ଟେକ୍ସଟାଇଲ୍ ପାର୍କରେ ଓଡ଼ିଶାକୁ ପ୍ରାଧାନ୍ୟ ମିଳିବ। ସେହିପରି ଭଦ୍ରକରେ ଆଇଓସିଏଲ୍ ଦ୍ୱାରା ସୂତା କାରଖାନା ପ୍ରତିଷ୍ଠା କରାଯାଉଛି। ଏହି ଦୃଷ୍ଟିରୁ ଓଡ଼ିଶାରେ ଦେଶ ଓ ବିଶ୍ୱର ଆବଶ୍ୟକତାକୁ ଦେଖି ଟେକ୍ସଟାଇଲ୍ କ୍ଲଷ୍ଟର ନିର୍ମାଣ ହୋଇପାରିବ। ଏହି କ୍ଷେତ୍ରରେ କାମ କରୁଥିବା ଓଡ଼ିଆମାନେ ଲାଭ ପାଇବେ। ମତ୍ସ୍ୟ ବ୍ୟବସାୟରେ ଅଗ୍ରଣୀ ରାଜ୍ୟ ଓଡ଼ିଶାର ପାରାଦୀପଠାରେ ବୃହତ୍ ସମନ୍ୱିତ ମତ୍ସ୍ୟ ବନ୍ଦର ପ୍ରତିଷ୍ଠାର ଯୋଜନା ରଖାଯାଇଛି। ଏହି ସବୁ ଯୋଜନାର ଲାଭ ଓଡ଼ିଶା ପାଇବ।

ସେହିପରି ଶିକ୍ଷା କ୍ଷେତ୍ରରେ ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଷ୍ଠା ହୋଇଥିବା ଏକଲବ୍ୟ ବିଦ୍ୟାଳୟ ପାଇଁ ଚଳିତବର୍ଷ ୨୦କୋଟିରୁ ୩୮କୋଟି ଟଙ୍କାକୁ ବ୍ୟୟବରାଦ ବୃଦ୍ଧି କରାଯାଇଛି। ଏଥିରୁ ଓଡ଼ିଶା ଲାଭାନ୍ୱିତ ହେବ। ସେହିପରି ନୂଆ ଜାତୀୟ ଶିକ୍ଷା ନୀତି ଜରିଆରେ ପିଲାଙ୍କୁ ପାଠପଢ଼ା ସହ ରୋଜଗାରଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପାଇଁ ନୂଆ ମଡେଲ ଆରମ୍ଭ କରାଯାଉଛି। ଏଥିରେ ୧୫ହଜାର ସ୍କୁଲକୁ ଅଗ୍ରାଧିକାର ଦିଆଯିବ। ଏନଜିଓ ସହଭାଗିତାରେ ୧୦୦ଟି ସୈନିକ ସ୍କୁଲ ନିର୍ମାଣ କରାଯିବ। ଏଥିରେ ମଧ୍ୟ ଓଡ଼ିଶାକୁ ସୁଯୋଗ ମିଳିବ।

ସେହିପରି ସମଗ୍ର ଦେଶରେ ସଫଳତାର ସହ ୮କୋଟି ମହିଳାଙ୍କୁ ଉଜ୍ୱଳା ଯୋଜନାରେ ସାମିଲ କରାଯାଇଛି ଓ ପୁଣି ୧କୋଟି ମହିଳାଙ୍କୁ ଏହି ଯୋଜନାରେ ଗ୍ୟାସ ସଂଯୋଗ ଦିଆଯିବ। ବଜେଟରେ ଚାଷୀ, ଯୁବକ, ମହିଳା, ଶିଶୁ, ବରିଷ୍ଠ ନାଗରିକ, ଶ୍ରମିକ ତଥା ସବୁ ଶ୍ରେଣୀର ଲୋକଙ୍କୁ ପ୍ରାଥମିକତା ଦିଆଯାଇଛି। କରୋନା ଟୀକାକରଣ ପାଇଁ ୩୫ହଜାର କୋଟି ଟଙ୍କାର ଆବଣ୍ଟନ ପ୍ରଶଂସନୀୟ। ଏହି ବଜେଟ ଦେଶର ଅର୍ଥନୀତିରେ ନୂଆ ସଂଚାର ଆଣିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story