ନ୍ୟାସନାଲ ବାମ୍ୱୋ ମିଶନରେ ଓଡ଼ିଶାକୁ ୩ ବର୍ଷରେ ମିଳିଛି ୬.୭୭ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନ୍ୟାସନାଲ ବାମ୍ୱୋ ମିଶନ ଅଧୀନରେ ଗତ ତିନି ବର୍ଷରେ ଓଡ଼ିଶାକୁ ୬.୭୭ କୋଟି ଟଙ୍କା ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅର୍ଥ ରାଜ୍ୟର ସାମଗ୍ରୀକ ବାଉଁଶ କ୍ଷେତ୍ରର ବିକାଶକୁ ଅଧିକ ସୁଦୃଢ଼ କରିବା ସହ ବାଉଁଶ ଶିଳ୍ପର ବୃଦ୍ଧି କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ‌୍‍ କରି କହିଛନ୍ତି। ନ୍ୟାସନାଲ […]

bamboo

bamboo

Manoranjan Sial
  • Published: Wednesday, 30 September 2020
  • Updated: 30 September 2020, 10:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନ୍ୟାସନାଲ ବାମ୍ୱୋ ମିଶନ ଅଧୀନରେ ଗତ ତିନି ବର୍ଷରେ ଓଡ଼ିଶାକୁ ୬.୭୭ କୋଟି ଟଙ୍କା ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅର୍ଥ ରାଜ୍ୟର ସାମଗ୍ରୀକ ବାଉଁଶ କ୍ଷେତ୍ରର ବିକାଶକୁ ଅଧିକ ସୁଦୃଢ଼ କରିବା ସହ ବାଉଁଶ ଶିଳ୍ପର ବୃଦ୍ଧି କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ‌୍‍ କରି କହିଛନ୍ତି।

https://twitter.com/dpradhanbjp/status/1311270332641075200?s=20

ଶ୍ରୀ ପ୍ରଧାନ ଟ୍ୱିଟ୍‌ କରି ଲେଖିଛନ୍ତି-“ଓଡ଼ିଶାର ପ୍ରାକୃତିକ ଜଙ୍ଗଲ ସମ୍ପଦର ଏକ ତୃତୀୟାଂଶରେ ବାଉଁଶ ରହିଛି। ବାଉଁଶ ଚାଷ ରାଜ୍ୟର ଲୋକମାନଙ୍କ ଅର୍ଥନୀତି ଏବଂ ଜୀବିକା ସହ ପରିବେଶ ସୁରକ୍ଷାକୁ ସୁନିଶ୍ଚିତ କରିଛି। ବିଶେଷ କରି ଜନଜାତି ଓ ଜଙ୍ଗଲରେ ବସବାସ କରୁଥିବା ଲୋକଙ୍କ ଅର୍ଥନୀତିର ମୁଖ୍ୟ ଉତ୍ସ ପାଲଟିଛି ବାଉଁଶ। ବଜେଟରେ କୃଷି ଯୋଜନାରେ ମହିଳାଙ୍କ ପାଇଁ ୩୦% ବ୍ୟବସ୍ଥା ରହିଛି। ନ୍ୟାସନାଲ ବାମ୍ୱୋ ମିଶନ ଅଧୀନରେ ଥିବା ଅର୍ଥ ବାଉଁଶ ଚାଷ କ୍ଷେତ୍ରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିଛି। କ୍ଷୁଦ୍ର, ମଧ୍ୟମ, ମହିଳା ଓ ଜନଜାତି ଚାଷୀଙ୍କ ଆୟକୁ ବୃଦ୍ଧି କରିବ। ନ୍ୟାସନାଲ ବାମ୍ୱୋ ମିଶନ ବଜାରର ଆବଶ୍ୟକତା ଅନୁଯାୟୀ ବାଉଁଶ କାରିଗରୀମାନଙ୍କ ଦକ୍ଷତା ବିକାଶ କରିବା ଦିଗରେ କାର୍ଯ୍ୟ କରୁଛି। ଏହି ମିଶନ କୃଷକଙ୍କ ଆୟକୁ ବୃଦ୍ଧି କରିବା ସହ ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବାରେ ବିଶେଷ ସହାୟକ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos