ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅମ୍ଫାନ ବାତ୍ୟା ଦ୍ୱାରା ପ୍ରଭାବିତ ଓଡ଼ିଶାକୁ ପ୍ରଥମେ ତତ୍କଳ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା କେନ୍ଦ୍ର। ପରେ ପୁଣି ଅତିରିକ୍ତ ୧୨୮.୨୩ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଆର୍ଥିକ ସହାୟତା ଓଡ଼ିଶାକୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଏବଂ ବାତ୍ୟା ପରବର୍ତ୍ତୀ ସଂକଟ ସମୟରେ ଲଢ଼ିବା ପାଇଁ ସହାୟକ ହେବ […]

Dhramendra Pradhan

Dhramendra Pradhan

Manoranjan Sial
  • Published: Friday, 13 November 2020
  • Updated: 13 November 2020, 06:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅମ୍ଫାନ ବାତ୍ୟା ଦ୍ୱାରା ପ୍ରଭାବିତ ଓଡ଼ିଶାକୁ ପ୍ରଥମେ ତତ୍କଳ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା କେନ୍ଦ୍ର। ପରେ ପୁଣି ଅତିରିକ୍ତ ୧୨୮.୨୩ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଆର୍ଥିକ ସହାୟତା ଓଡ଼ିଶାକୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଏବଂ ବାତ୍ୟା ପରବର୍ତ୍ତୀ ସଂକଟ ସମୟରେ ଲଢ଼ିବା ପାଇଁ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ‌୍‍ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି-“ବାତ୍ୟା ଅମ୍ଫାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଓ ପଶ୍ଚିମବଙ୍ଗକୁ ଗସ୍ତ କରିଥିଲେ। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୫୦୦ କୋଟି ଓ ପଶ୍ଚିମବଙ୍ଗକୁ ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ସର୍ବଦା ଓଡ଼ିଆ ଲୋକଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି।”

ସେ ଆହୁରି କହିଛନ୍ତି-“ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଥିବା ରାଜ୍ୟ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ସିକ୍କିମ, କର୍ଣ୍ଣାଟକ ଓ ମହାରାଷ୍ଟ୍ରକୁ ଅତିରିକ୍ତ ୪୩୮୧.୮୮ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଦିଆଯାଇଛି। ଏହି ଆର୍ଥିକ ସହାୟତା ବାତ୍ୟା, ବନ୍ୟା, ଭୂସ୍ଖଳନ ଯୋଗୁ କ୍ଷତି ହୋଇଥିବା ରାଜ୍ୟ ଗୁଡ଼ିକର ଭିତ୍ତିଭୂମି ଏବଂ ଜୀବନଜୀବିକାର ପୁନଃଉଦ୍ଧାର କାମକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos