‘କରୋନା’ ଯୋଦ୍ଧାଙ୍କ ପାଇଁ କ୍ୟାବିନେଟ୍‌ ନେଇଥିବା ନିଷ୍ପତ୍ତିକୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ‘କରୋନା’ ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିଆଯାଇଥିବା କ୍ୟାବିନେଟ୍‌‌‍ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିସହିତ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। କେନ୍ଦ୍ର କ୍ୟାବିନେଟ୍‌ କୋଭିଡ-୧୯ର ମୁକାବିଲା ପାଇଁ ୧୫ ହଜାର କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଯାହାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାଗତ କରିଛନ୍ତି। ସେ କହିଛନ୍ତି-“ଏହି ଅର୍ଥ କରୋନା ରୋଗୀଙ୍କ ଚିକିତ୍ସାରେ ସହାୟକ ହେବ। ଏହାଛଡ଼ା […]

dharmendra-1--1

Manoranjan Sial
  • Published: Wednesday, 22 April 2020
  • , Updated: 22 April 2020, 08:19 PM IST

ନୂଆଦିଲ୍ଲୀ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ‘କରୋନା’ ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିଆଯାଇଥିବା କ୍ୟାବିନେଟ୍‌‌‍ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିସହିତ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

କେନ୍ଦ୍ର କ୍ୟାବିନେଟ୍‌ କୋଭିଡ-୧୯ର ମୁକାବିଲା ପାଇଁ ୧୫ ହଜାର କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଯାହାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାଗତ କରିଛନ୍ତି। ସେ କହିଛନ୍ତି-“ଏହି ଅର୍ଥ କରୋନା ରୋଗୀଙ୍କ ଚିକିତ୍ସାରେ ସହାୟକ ହେବ। ଏହାଛଡ଼ା ଦେଶ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜବୁତ‌୍‍ ହୋଇପାରିବ। ଏହି ଅର୍ଥରୁ ୪ ହଜାର ୧୧୩ କୋଟି ଟଙ୍କା ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମଞ୍ଜୁରି ହୋଇସାରିଥିବା ବେଳେ ୭ ହଜାର ୭୭୪ କୋଟି ଟଙ୍କା ଜରୁରୀକାଳୀନ ପାଣ୍ଠିକୁ ଯିବ। ବଳକା ଅର୍ଥ ମଧ୍ୟକାଳୀନ ସହଯୋଗ ତଥା ୧ରୁ ୪ ବର୍ଷ ପାଇଁ ମିଶନ ମୋଡରେ ଖର୍ଚ୍ଚ କରାଯିବ। ‘କରୋନା’ ମହାମାରୀ ସହ ଲଢେଇ କରୁଥିବା ଆଗଧାଡିର ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହ ଦେଶ କାନ୍ଧକୁ କାନ୍ଧ ମିଳାଇ ଛିଡା ହୋଇଛି। ନିଜ ଜୀବନକୁ ବିପଦରେ ପକାଇ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ସୁସ୍ଥ ଭାରତ ଗଠନ ପାଇଁ ଦିନରାତି କାମ କରୁଛନ୍ତି। ‘କରୋନା’ ଯୋଦ୍ଧାଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ ଯଥେଷ୍ଟ ନୁହେଁ। ତେଣୁ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସମର୍ଥନ ଦେବା ସହ ସେମାନଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂକଟରେ ଲଢିବା ପାଇଁ ସହଯୋଗ କରିବା। ସମସ୍ତେ ଏକାଠୀ ହୋଇ ଏହି ମହାମାରୀ ଚ୍ୟାଲେଞ୍ଜକୁ ଦୂର କରିପାରିବା।”

ସେ ଆହୁରି କହିଛନ୍ତି-“ଡାକ୍ତର, ମେଡିକାଲ କର୍ମଚାରୀ, ଆଶା କର୍ମୀ ଓ ଅନ୍ୟ ସମସ୍ତ ଆଗଧାଡିର ଯୋଦ୍ଧାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ମହାମାରୀ ରୋଗ ଅଧିନିୟମ,୧୯୮୭ରେ ସଂଶୋଧନ କରିବା ପାଇଁ ଏକ ନିଦ୍ଦେର୍ଶନାମା ଜାରୀ କରିଛନ୍ତି। ଏହି ଅଧିନିୟମରେ ଥିବା କଠୋର ବ୍ୟବସ୍ଥା ଦେଶର ସ୍ୱାସ୍ଥ୍ୟ କର୍ମଚାରୀ ତଥା ସେମାନଙ୍କର ବାସଗୃହ ଓ କାର୍ଯ୍ୟକ୍ଷେତ୍ରକୁ ମଧ୍ୟ ସୁରକ୍ଷା ଦେବ।”

Related story