ଦେଶର ଅର୍ଥନୀତିକୁ ତ୍ୱରାନ୍ୱିତ କରିବ ଉର୍ଜା କ୍ଷେତ୍ର : ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୋଭିଡ୍-୧୯ ପରବର୍ତ୍ତୀ ସମୟରେ ଭାରତର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ଉର୍ଜା କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି।  ସେରା ଉଇକ୍‌ ‘ଇଣ୍ଡିଆ ଏନର୍ଜି ଫୋରମ’(ଆଇଇଏଫ)ର ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହେବା ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ଆଇଏଚଏସ ମାର୍କିଟର ଉପାଧ୍ୟକ୍ଷ ଡା. ଡାନିଏଲ୍‌ ୟରଗେନଙ୍କ ଦ୍ୱାରା ଉର୍ଜା ଉପରେ ଲିଖିତ ପୁସ୍ତକ ‘ଦ ନିୟୁ ମ୍ୟାପ’ […]

dharmendra-pradhan

dharmendra-pradhan

Tapas Behera
  • Published: Tuesday, 27 October 2020
  • Updated: 27 October 2020, 08:42 PM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୋଭିଡ୍-୧୯ ପରବର୍ତ୍ତୀ ସମୟରେ ଭାରତର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ଉର୍ଜା କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି।  ସେରା ଉଇକ୍‌ ‘ଇଣ୍ଡିଆ ଏନର୍ଜି ଫୋରମ’(ଆଇଇଏଫ)ର ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହେବା ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ଆଇଏଚଏସ ମାର୍କିଟର ଉପାଧ୍ୟକ୍ଷ ଡା. ଡାନିଏଲ୍‌ ୟରଗେନଙ୍କ ଦ୍ୱାରା ଉର୍ଜା ଉପରେ ଲିଖିତ ପୁସ୍ତକ ‘ଦ ନିୟୁ ମ୍ୟାପ’ ର ଲୋକାର୍ପିତ ହୋଇଯାଇଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଉର୍ଜା କ୍ଷେତ୍ରକୁ ଆଗକୁ ନେବା ପାଇଁ ଏଭଳି କାର୍ଯ୍ୟକ୍ରମ ଭାରତରେଆୟୋଜନ ହେବା ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବା ଦେଶର ଉର୍ଜା ସୁରକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବ। ସେହିପରି କୋଭିଡ୍‌-୧୯ ସତ୍ତ୍ୱେ ଉର୍ଜା ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବାରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିବ। ସେ କହିଛନ୍ତି ବିଶ୍ୱ ଅର୍ଥନୀତି କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଏହା ଅନେକ ସୁଯୋଗ ଓ ସମ୍ଭାବନା ମଧ୍ୟ ଆଣିଦେଇଛି ।

ଭାରତ ସରକାରଙ୍କର ଉର୍ଜା ଏଜେଣ୍ଡା ସମ୍ମିଳିତ, ବଜାରଭିତ୍ତିକ ଏବଂ ଜଳବାୟୁ ଆଧାରିତ । ନିକଟ ବର୍ଷ ମାନଙ୍କରେ ଭରତୀୟ ତୈଳ ଏବଂ ଗ୍ୟାସ ଶିଳ୍ପରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ବର୍ତ୍ତମାନର ଆହ୍ୱାନପୂର୍ଣ୍ଣ ସମୟରେ ଦେଶର କୋଣ ଅନୁକୋଣରେ ସ୍ୱଚ୍ଛ ଇନ୍ଧନ ପହଞ୍ଚାଯାଇଛି ଏବଂ ଇନ୍ଧନ ଯୋଗାଣକୁ ନିଶ୍ଚିତ କରାଯାଇଛି । ଭାରତର ଏହି ଉଦ୍ୟମକୁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଇଛି । ଇଣ୍ଡିଆ ଏନର୍ଜି ଫୋରମ ଭାରତ ଉର୍ଜା କ୍ଷେତ୍ରକୁ ସ୍ୱତନ୍ତ୍ର ପ୍ଲାଟଫର୍ମ ଯୋଗାଇବ । ଏହା ବିଶ୍ୱର ଶିଳ୍ପପତିମାନଙ୍କୁ ଦେଶର ଉର୍ଜା କ୍ଷେତ୍ରରେ ଯୋଡ଼ି ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ଭାରତକୁ ଆଗେଇ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶ୍ରୀ ପ୍ରଧାନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos