‘କରୋନା ଲଢ଼େଇରେ ଆଇଏଲ୍‌ଏସ୍‌ ପ୍ରମୁଖ ଭୂମିକା ନେଇଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ନେତୃତ୍ୱରେ ଭାରତ କୋଭିଡ୍‌କୁ ସଫଳ ମୁକାବିଲା କରିଛି। ସ୍ୱଦେଶୀ ଟିକା ବିକାଶ ଓ ଗବେଷଣାରେ ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ ସାଇନ୍ସ(ଆଇଏଲ୍‌ଏସ୍‌) ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଏପରି ସ୍ଥିତିରେ ଓଡ଼ିଶାବାସୀଙ୍କ ଜୀବନ ଓ ଜୀବିକା କ୍ଷେତ୍ରରେ ଆହୁରି ବଳିଷ୍ଠ ଯୋଗଦାନ ଦେବା ପାଇଁ ଆଇଏଲଏସକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗୁରୁବାର ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ ସାଇନ୍ସର ୩୨ […]

ils

Manoranjan Sial
  • Published: Thursday, 18 February 2021
  • , Updated: 19 February 2021, 01:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ନେତୃତ୍ୱରେ ଭାରତ କୋଭିଡ୍‌କୁ ସଫଳ ମୁକାବିଲା କରିଛି। ସ୍ୱଦେଶୀ ଟିକା ବିକାଶ ଓ ଗବେଷଣାରେ ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ ସାଇନ୍ସ(ଆଇଏଲ୍‌ଏସ୍‌) ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଏପରି ସ୍ଥିତିରେ ଓଡ଼ିଶାବାସୀଙ୍କ ଜୀବନ ଓ ଜୀବିକା କ୍ଷେତ୍ରରେ ଆହୁରି ବଳିଷ୍ଠ ଯୋଗଦାନ ଦେବା ପାଇଁ ଆଇଏଲଏସକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଗୁରୁବାର ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ ସାଇନ୍ସର ୩୨ ତମ ପ୍ରତିଷ୍ଠା ଦିବସ ସମାରୋହ ହୋଇଥିଲା। ଏଥିରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି-“ମାନବ ସ୍ୱାସ୍ଥ୍ୟ, କୃଷି ଓ ପରିବେଶର ସାମଗ୍ରିକ ବିକାଶ ତଥା ଏହାର ଉନ୍ନତି ପାଇଁ ଉଚ୍ଚମାନର ଏବଂ ଅନେକ ଶୃଙ୍ଖଳିତ ଗବେଷଣା କରିବାରେ ଆଇଏଲ୍‌ଏସ୍‌ ଭୁବନେଶ୍ୱର ଅଗ୍ରଣୀ ଭୂମିକା ନେଇଛି। ସେହିପରି ମେକ୍‌ ଇନ୍‌ ଇଣ୍ଡିଆକୁ ମଜବୁତ କରିବା ଦିଗରେ ଆଇଏଲ୍‌ଏସ୍‌ କେବଳ ସହଯୋଗ କରୁନାହିଁ, ବରଂ ଉତ୍ତର-ପୂର୍ବ ତଥା ଓଡ଼ିଶାର ଆକାଂକ୍ଷୀ ଜିଲ୍ଲା ନବରଙ୍ଗପୁରରେ ବୈଜ୍ଞାନିକ ଜ୍ଞାନକୌଶଳର ବିକାଶ କରିବା ଦିଗରେ ମଧ୍ୟ କାର୍ଯ୍ୟ କରୁଛି। ଆଇଏଲ୍‌ଏସ୍‌ ଭୁବନେଶ୍ୱରର ଉତ୍ସର୍ଗୀକୃତ ମନୋଭାବ ଏବଂ ଉଦ୍ୟମ ଲୋକଙ୍କୁ ଆକାଂକ୍ଷାକୁ ପୂରଣ କରିବା ସହ ସମାଜକୁ ଲାଭ ଦେବ।”

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି-“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀଳ ଅର୍ଥନୀତି ଦୂରଦୃଷ୍ଟିରେ ଓଡ଼ିଶାର ସୁଦୀର୍ଘ ବେଳାଭୂମି ପ୍ରାଥମିକତାରେ ରହିଛି।
ତେଣୁ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ସମୁଦ୍ରକୂଳ ତଥା ପ୍ରାକୃତିକ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଗବେଷଣା ପାଇଁ ଆଇଏଲଏସ୍‌ ଭୁବନେଶ୍ୱର

ଠାରେ ସେଣ୍ଟଟର ଅଫ୍‌ ଏକ୍ସିଲେନ୍ସ ଅନ୍‌ ମେରାଇନ‌୍‍ ବାୟୋ- ଟେକ୍ନୋଲୋଜି ପ୍ରତିଷ୍ଠା କରିବାକୁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ
ଅନୁରୋଧ କରିଛି। ଭୁବନେଶ୍ୱରଠାରେ ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ ରାଜ୍ୟର ସାମୁଦ୍ରିକ ଆଧାରିତ ସ୍ଥାୟୀ ଅର୍ଥନୀତି ଅଭିବୃଦ୍ଧିର ସଠିକ ସମ୍ଭାର ଖୋଲିପାରିବ।
ଅନୁରୋଧ ପରେ ଡା. ହର୍ଷବର୍ଦ୍ଧନ ଏହି ପ୍ରସଙ୍ଗକୁ ବିଚାରକୁ ନିଆଯିବା ସହ ଆଇଏଲ୍‌ଏସ୍‌ ଭୁବନେଶ୍ୱରଠାରେ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଅନ୍‌ ମେରାଇନ
ବାୟୋ-ଟେକ୍ନୋଲୋଜି ପ୍ରତିଷ୍ଠା କରିବା ପାଇଁ ଆବଶ୍ୟକ ସହଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।”

Related story