ଭୁବନେଶ୍ୱରରେ ଏନ୍‌ଆଇଭି ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ(ଏନ୍‌ଆଇଭି) ପ୍ରତିଷ୍ଠା କରାଯିବ। ଏନେଇ ଚଳିତ ସାଧାରଣ ବଜେଟରେ ଘୋଷଣା କରାଯାଇଥିଲା। ସେଥିମଧ୍ୟରୁ ଗୋଟିଏ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଲେଖିଛନ୍ତି-“ମହାମାରୀ କରୋନା ସମୟରେ ପୁନେ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଏହାକୁ ଦୃଷ୍ଟିରେ ରଖି […]

Dharmendra Pradhan and Harsh Vardhan

Dharmendra Pradhan and Harsh Vardhan

Manoranjan Sial
  • Published: Monday, 08 March 2021
  • Updated: 08 March 2021, 06:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ(ଏନ୍‌ଆଇଭି) ପ୍ରତିଷ୍ଠା କରାଯିବ। ଏନେଇ ଚଳିତ ସାଧାରଣ ବଜେଟରେ
ଘୋଷଣା କରାଯାଇଥିଲା। ସେଥିମଧ୍ୟରୁ ଗୋଟିଏ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ର
ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଲେଖିଛନ୍ତି-“ମହାମାରୀ କରୋନା ସମୟରେ ପୁନେ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏହିପରି ଭୂତାଣୁ ଉତ୍ପନ୍ନ ହେବାର ସମ୍ଭାବନା ରହିଛି। ତେଣୁ ମାନବ ସମାଜକୁ ପ୍ରଭାବିତ କରୁଥିବା କରୋନା ମହାମାରୀ ଭଳି ଭୂତାଣୁ ଗୁଡିକ ସହ ଲଢିବା ପାଇଁ ପଦକ୍ଷେପ ସ୍ୱରୂପ ଚଳିତ ସାଧାରଣ ବଜେଟରେ ଅତିରିକ୍ତ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରାଯାଇଛି।”

ସେ ଆହୁରି କହିଛନ୍ତି-“ପୂର୍ବ ଭାରତରେ ଆୟୁର୍ବିଜ୍ଞାନ ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ଭୁବନେଶ୍ୱର ଏକ ପ୍ରମୁଖ ସହର ଭାବରେ ଉଭା ହୋଇଛି। ତେଣୁ ଭୁବନେଶ୍ୱରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ), ଜୀବ ବିଜ୍ଞାନ ସଂସ୍ଥାନ(ଆଇଏଲଏସ), ଆଞ୍ଚଳିକ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର (ଆଇସିଏମଆର) ଓ ଇଣ୍ଟରନ୍ୟାସନାଲ୍‌ ସେଣୋଟର ଫର ଫୁଟ୍‌ ଏଣ୍ଡ ମାଉଥ୍‌ ଡିଜିଜ‍ (ଆଇସିଏଆର-ଆଇସିଏଫଏମଡି) ଭଳି ବିଶ୍ୱସ୍ତରୀୟ କେନ୍ଦ୍ର ଗୁଡିକ ରହିଛି। ତେଣୁ ଭୌଗଳିକ ଅବସ୍ଥିତି ଏବଂ ଦକ୍ଷପୂର୍ଣ୍ଣ ମାନବସମ୍ୱଳ ଦୃଷ୍ଟି କୋଣରୁ ଭୁବନେଶ୍ୱରରେ ଗୋଟିଏ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା ହେବାର କ୍ଷମତା ରଖିଛି। ଭୁବନେଶ୍ୱରରେ ଏହି ସଂସ୍ଥାନ ପ୍ରତିଷ୍ଠା ହେଲେ ଗବେଷଣା ଓ ବିକାଶରେ କେନ୍ଦ୍ରକୁ ସହଯୋଗୀ ହେବ। ଏହାସହ ଏହି ସଂସ୍ଥାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଦୋୟ ମିଶନ ପରିକଳ୍ପନାର ଅଂଶବିଶେଷ ହେବା ସହ ପୂର୍ବ, ଦକ୍ଷିଣ-ପୂର୍ବ ଓ ଭାରତର କେନ୍ଦ୍ରାଞ୍ଚଳ ରାଜ୍ୟ ଗୁଡିକର ଆବଶ୍ୟକତାକୁ ପୂରଣ କରିପାରିବ।”

ଶ୍ରୀ ପ୍ରଧାନ ଆହୁରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ କେବଳ କରୋନା ମହାମାରୀ ସଂକଟରୁ ମୁକ୍ତ ହୋଇନାହିଁ ବରଂ ବିଶ୍ୱର କୋଣ
ଅନୁକୋଣକୁ ମଧ୍ୟ ଟିକା ରପ୍ତାନୀ କରିଛି। ତେଣୁ ଉପରୋକ୍ତ ତଥ୍ୟ ଆଧାରରେ କେନ୍ଦ୍ରମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଦେଶରେ ପ୍ରସ୍ତାବିତ ୪ଟି ଜାତୀୟ ଭୂତାଣୁ
ବିଜ୍ଞାନ ସଂସ୍ଥାନ ମଧ୍ୟରୁ ଗୋଟିଏ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରିବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos