ଧୈର୍ଯ୍ୟର ସହ ‘କରୋନା’ର ମୁକାବିଲା ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାକୃତିକ ସଙ୍କଟକୁ ସାମ୍ନା କରିବାକୁ ପଡ଼ିବ। ରାଜ୍ୟ ତଥା ଦେଶବାସୀ ଭୟଭୀତ ନହୋଇ ଧୈର୍ଯ୍ୟ ଓ ସାହସର ସହ ବିଶ୍ୱ ମହାମାରୀ ‘କରୋନା’ ବିରୋଧରେ ମୁକାବିଲା କରିବାକୁ ପଡ଼ିବ। ଆଜି ସାମାଜିକ ଗଣମାଧ୍ୟମରେ ଭିଡ଼ିଓ ବାର୍ତ୍ତାରେ ମାଧ୍ୟମରେ ଏପରିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି-“‘କରୋନା’ ସମଗ୍ର ମାନବ ଜାତିକୁ ସଙ୍କଟରେ ପକାଇଛି। ଏହା ବିଶ୍ୱଯୁଦ୍ଧଠାରୁ ଭୟଙ୍କର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ‘କରୋନା’ ଭାଇରସକୁ ପ୍ରତିହତ କରିବା ପାଇଁ […]

dharmendra-pradhan

dharmendra-pradhan

Manoranjan Sial
  • Published: Friday, 20 March 2020
  • Updated: 20 March 2020, 10:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାକୃତିକ ସଙ୍କଟକୁ ସାମ୍ନା କରିବାକୁ ପଡ଼ିବ। ରାଜ୍ୟ ତଥା ଦେଶବାସୀ ଭୟଭୀତ ନହୋଇ ଧୈର୍ଯ୍ୟ ଓ ସାହସର ସହ ବିଶ୍ୱ ମହାମାରୀ ‘କରୋନା’ ବିରୋଧରେ ମୁକାବିଲା କରିବାକୁ ପଡ଼ିବ। ଆଜି ସାମାଜିକ ଗଣମାଧ୍ୟମରେ ଭିଡ଼ିଓ ବାର୍ତ୍ତାରେ ମାଧ୍ୟମରେ ଏପରିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି-“‘କରୋନା’ ସମଗ୍ର ମାନବ ଜାତିକୁ ସଙ୍କଟରେ ପକାଇଛି। ଏହା ବିଶ୍ୱଯୁଦ୍ଧଠାରୁ ଭୟଙ୍କର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ‘କରୋନା’ ଭାଇରସକୁ ପ୍ରତିହତ କରିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାର ଅନେକ ସକରାତ୍ମକ ପଦକ୍ଷେପ ନେଉଛନ୍ତି। ଏଭଳି ସମୟରେ ସରକାରଙ୍କ ସହଯୋଗୀ ଭାବେ ଲୋକଙ୍କୁ ବ୍ୟାପକ ସଚେତନତା ହେବାକୁ ପଡ଼ିବ। ଯୁବପିଢି, ରାଜନୈତିକ କାର୍ଯ୍ୟକର୍ତ୍ତା, ଗଣମାଧ୍ୟମ ଓ ସରକାରୀ କର୍ମଚାରୀ ଏହି ଦାୟିତ୍ୱରୁ ମୁହଁ ନଫେରାଇ ସମସ୍ତେ ସାମ୍ନା କରିବା ଦରକାର। ବିଦେଶରୁ ଓଡ଼ିଶାକୁ ଫେରୁଥିବା ବନ୍ଧୁମାନେ ସରକାରୀ ବ୍ୟବସ୍ଥା ଅନୁସାରେ ନିଜକୁ ପଞ୍ଜିକୃତ କରିବା ଦରକାର। ଏପରିକି ଡାକ୍ତରୀ ପରାମର୍ଶ ଅନୁସାରେ ସଂକ୍ରମଣର ଲକ୍ଷଣ ଥିଲେ ନିଜକୁ କ୍ୱାରେଟାଇନ ବା ଅନ୍ୟମାନଙ୍କଠାରୁ ଦୂରରେ ରଖିବା ଜରୁରୀ।”

ସେ କହିଛନ୍ତି-“ଡାକ୍ତର ବା ବିଶେଷଜ୍ଞଙ୍କ କହିବାନୁସାରେ ଥଣ୍ଡା, ଜ୍ୱର, କାଶ ଭଳି ଲକ୍ଷଣ ଦେଖାଗଲେ ଲୋକମାନେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ସେହିପରି ଲୋକଙ୍କୁ ଧାର୍ମିକ, ବିବାହ ଉତ୍ସବ ସମେତ ଭିଡ଼ ଅଞ୍ଚଳରେ ଦୂରତା ଅବଲମ୍ୱନ କରିବା ଦରକାର। ଗତକାଲି ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆସନ୍ତା ରବିବାର ଦେଶର ଲୋକମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରେ ରହି ‘ଜନତା କର୍ଫ୍ୟୁ’କୁ ସଫଳ କରିବା।”

‘କରୋନା’ ମୁକାବିଲା ପାଇଁ ଓଡ଼ିଶାରେ ସରକାରଙ୍କ ପ୍ରସ୍ତୁତିକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି। ସେ କହିଛନ୍ତି-“କରୋନାର ମୁକାବିଲା କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଭଲ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅପରପକ୍ଷରେ ସାର୍କ ଦେଶ ଗୁଡିକରେ କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନେତୃତ୍ୱ ନେଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos