ଓଡ଼ିଶାରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଲାଭାର୍ଥୀଙ୍କୁ ମିଳିବ ପକ୍କା ଘର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଓଡ଼ିଶାର ୮ ଲକ୍ଷ ୧୭ ହଜାର ୫୧୩ ଜଣ ଲାଭାର୍ଥୀଙ୍କୁ ମିଳିବ ପକ୍କା ଘର। ଏମାନଙ୍କୁ ମିଶାଇ ସାରାଦେଶରେ ୬୧.୮୪ ଲକ୍ଷ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପକ୍କା ଘର ସ୍ୱପ୍ନ ପୂରଣ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କରୋନାର ଏହି କଠିନ […]

PM Awas Yojana

PM Awas Yojana

Manoranjan Sial
  • Published: Monday, 24 May 2021
  • Updated: 25 May 2021, 11:26 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଓଡ଼ିଶାର ୮ ଲକ୍ଷ ୧୭ ହଜାର ୫୧୩ ଜଣ ଲାଭାର୍ଥୀଙ୍କୁ ମିଳିବ ପକ୍କା ଘର। ଏମାନଙ୍କୁ ମିଶାଇ ସାରାଦେଶରେ ୬୧.୮୪ ଲକ୍ଷ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପକ୍କା ଘର ସ୍ୱପ୍ନ ପୂରଣ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

https://twitter.com/dpradhanbjp/status/1396467115683508226?s=20

ଟ୍ୱିଟ୍‌ କରି ଶ୍ରୀ ପ୍ରଧାନ ଲେଖିଛନ୍ତି, କରୋନା ଭଳି କଠିନ ପରିସ୍ଥିତିରେ ମୋଦି ସରକାରଙ୍କ ଜନକଲ୍ୟାଣ ଯୋଜନା ଗୁଡ଼ିକ ଗରିବଙ୍କ ସାହାରା ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଦେଶର କୋଣ ଅନୁକୋଣରେ ଗରିବଙ୍କ ମୁଣ୍ଡ ଉପରେ ପକ୍କା ଛାତ ଦେଇ ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ତାଙ୍କର ସମ୍ମାନକୁ ସୁନିଶ୍ଚିତ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍‌ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos