ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବାଜା ବଜାଇ ଧାରଣା ଦେଲେ ଶିକ୍ଷକ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଓଡ଼ିଶା କଳା ଓ କ୍ରୀଡା ଶିକ୍ଷକ ମହାସଂଘ  ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଭୁବନେଶ୍ୱର ବାସଭବନ ସମ୍ମୁଖରେ ଅଭିନବ ଉପାୟରେ ବିକ୍ଷୋଭ କରିଛି।  ହାରମୋନିୟମ ବଜାଇ ଗୀତ ଗାଇ ସଂଘ ଦାବି ଜଣାଇଛି। ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ପାଇଥିବା ସମସ୍ତ ପାର୍ଟଟାଇମ୍ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ,ପାର୍ଟଟାଇମ ଶିକ୍ଷକଙ୍କ ଲାଗି ଚାକିରିରେ ସର୍ତ୍ତାବଳୀ ଲାଗୁ ଓ  ଅଣ ତାଲିମପ୍ରାପ୍ତ କ୍ରୀଡ଼ା ଶିକ୍ଷକଙ୍କୁ ତାଲିମ ଦେବାର ବ୍ୟବସ୍ଥା ଆଦି ଦାବି କରିଛି ସଂଘ।

ଜଣେ ଆନ୍ଦୋଳନକାରୀ ଶିକ୍ଷୟିତ୍ରୀ କହିଛନ୍ତି,“ସ୍ଥାୟୀ ନିଯୁକ୍ତି ଦାବିରେ ଆମେ ଧାରଣାରେ ବସିଛୁ। ଗତ ଦୁଇ ମାସ ତଳେ ଚାକିରିର ସ୍ଥାୟୀ ନିଯୁକ୍ତି ପାଇଁ ଧାରଣାରେ ବସିଥିଲୁ। ଦୁଇ ମାସ ଭିତରେ ଦାବି ପୂରଣ  ହେବ ବୋଲି ସରକାର କହିଥିଲେ। ବର୍ତ୍ତମାନ ସୁଦ୍ଧା ସରକାର ଆମ କଥା ଶୁଣୁ ନାହାନ୍ତି। ଦୀର୍ଘ ୫ ବର୍ଷ ହେବ ସରକାରଙ୍କ ତରଫରୁ  ଆମକୁ ପାଟଟାଇମ ଭର୍ତ୍ତିରେ ଚାକିରି ମିଳିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।