କଟକରେ ବୁଲୁଛି ଲମ୍ବା ମୁହଁ ଓ ଲାଞ୍ଜ ଥିବା ଅଜଣା ଜନ୍ତୁ

କଟକ(ପ୍ରଭାତ ବିଷୋୟୀ): କଟକ ସହରରେ ଅଜଣା ଜନ୍ତୁ ଆତଙ୍କ।  କଟକ ସୂତାହାଟ ଅଞ୍ଚଳରେ ଏକ ଅଜଣା ଜନ୍ତୁ ଗତ ୩ ଦିନ ଧରି ଘୂରି ବୁଲୁଥିବା ଦେଖିବାକୁ ମିଳୁଛି। ତେବେ ଏହି ଅଜଣା ଜନ୍ତୁ କାହାରିକୁ ଆକ୍ରମଣ କରିନାହିଁ। ହେଲେ କୁକୁଡାଙ୍କୁ ମାରି ଖାଇ ଦେଉଥିବା ଅଭିଯୋଗ ହୋଇଛି।

ଗତ ଶୁକ୍ରବାର ଦିନ ଜଣଙ୍କ ଘର ଭିତରକୁ ଏହି ଜନ୍ତୁ ପଶି ଆସିଥିବା ଦେଖି ଲୋକେ ଡରିଯାଇଥିଲେ। ହେଲେ ସେଠାରୁ ସେ ଖସି ପଳାଇ ନିକଟରେ ଥିବା ଜଙ୍ଗଲକୁ ପଳାଇଯାଇଥିଲା। ଲମ୍ବା ମୁହଁ ଓ ଲମ୍ବା ଲାଞ୍ଜ ଥିବା ଏହି ଜନ୍ତୁକୁ ଆଗରୁ କେବେ ଦେଖି ନଥିବା ଲୋକେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।