ରେଳଧାରଣାରୁ ଅଚିହ୍ନା ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

Ordigital Desk
  • Published: Saturday, 24 June 2017
  • , Updated: 24 June 2017, 11:35 AM IST
<p>ଟିଟିଲାଗଡ଼: ରେଳ ଧାରଣାରୁ ଅଚିହ୍ନା ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବଲାଙ୍ଗିର ଜିଲ୍ଲା ସିକେର ଷ୍ଟେସନର ପାଞ୍ଜିଝାଲଠାରୁ ମୃତଦେହ ଦୁଇଟି ମିଳିଛି। ମୃତ ଯୁବକ-ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ଟ୍ରେନରେ କଟି ଉଭୟଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଏହା ହତ୍ୟା ନାଁ ଆତ୍ମହତ୍ୟା ସେ ନେଇ ପୋଲିସର ଖୋଳତାଡ଼ କରୁଛି। ଆଜି ସକାଳୁ ୨ଟି ମୃତଦେହ ରେଳ ଧାରଣାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।</p>

Related story