ପାଲଲହଡ଼ା(ରବି ନାରାୟଣ ପ୍ରଧାନ): ଅନୁଗୋଳ ଜିଲ୍ଲା ଖମାର ଥାନI ଅନ୍ତର୍ଗତ ବନର ଗାଁ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜଗନ୍ନାଥ ସେଠୀ।
ଜଗନ୍ନାଥ ଆଜି ସକାଳେ କାମ କରିବାକୁ ଘରୁ ସାଇକେଲ ଯୋଗେ ବାହାରି ଯାଇଥିଲେ। ସେ ୧୪୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା।
ମୃତକଙ୍କ ପରିବାରକୁ ରେଡ୍କ୍ରସ୍ ପକ୍ଷରୁ ୧୦ ହଜାର ଟଙ୍କା ଦିଆଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଝୁମର ବିକ୍ରି ନାଁରେ ୧୯ ଲକ୍ଷ ଚୁନ ମାରିଲେ ବ୍ୟବସାୟୀ; ବଦଳାଇ ଦେଲେ ଟଙ୍କା ବାକ୍ସ
ଗତକାଲି ରାତିରେ ଅଜୟ ଓ ଶିବଶଙ୍କରଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୯ ଲକ୍ଷ ଟଙ୍କା ଜବତ କରିଥିଲା।
Miscellaneous
ଜଙ୍ଗଲରେ ପାଟ୍ରୋଲିଂ କରିବ ଅଲ୍-ଟେରେନ୍ ମୋଟର ଯାନ; ଆଖି ପିଛୁଳାକେ ଲିଭାଇବ ନିଆଁ
ଘଞ୍ଚ ଜଙ୍ଗଲ ଭିତରେ ଗଡ଼ିବ ମୋଟର ଯାନ । ନିଆଁ ଲାଗିଲେ ତାହାକୁ ପ୍ରତିହତ କରିବାକୁ ତତକ୍ଷଣାତ ଏହା ନେଇ ପାରିବ ପଦକ୍ଷେପ । ଏଥିପାଇଁ ରାଜ୍ୟର ବିଭିନ୍ନ ଜଙ୍ଗଲକୁ ମିଳିଛି ଅଲ୍-ଟେରେନ୍ ମୋଟର ଯାନ ବା ଏଟିଭି ଏବଂ ଅଗ୍ନି ନିରାକରଣ ସହାୟତା ୟୁନିଟ୍ ।
Crime
କାର୍ରୁ ବାହାରିଲା ୮୮ କେଜି ରୂପା ଇଟା ଓ ନଗଦ ୫ ଲକ୍ଷ ଟଙ୍କା
କାର୍ରେ ଚାଲାଣ ହେଉଥିଲା ରୂପା ଇଟା। ତା’ ସହ ନଗଦ ଟଙ୍କା ବି ଭର୍ତ୍ତି ହୋଇଥିଲା। ଜିଏସ୍ଟି ଫାଙ୍କି କାର୍ଟି ଯାଉଥିବା ବେଳେ ବାଟରେ ମାଡ଼ି ବସିଲା ପୁଲିସ୍।
Accident
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା;୨ ମୃତ, ୨ଗୁରୁତର
ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
Crime
ବିଚ୍ ବଜାରରେ ବୀଭତ୍ସ କାଣ୍ଡ; ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ପୂର୍ବ ଶତ୍ରୁତା ହେଲା କାଳ । ବିଚ୍ ବଜାରରେ ଜଣେ ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ।