ଭାଇରାଲ ଭିଡ଼ିଓ ପାଇଁ ଉନ୍ମୟଙ୍କୁ ହତ୍ୟା କରାଯାଇନି! ତାହାହେଲେ ମୃତ୍ୟୁ ପଛର କାରଣ କ’ଣ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାଇରାଲ ଭିଡ଼ିଓ ପାଇଁ ଉନ୍ମୟ ପଣ୍ଡାଙ୍କୁ ହତ୍ୟା କରାଯାଇନି। ବରଂ ସେ ନିଜେ ଆତ୍ମହତ୍ୟା କରିଛନ୍ତି। ନିଜେ ନିଜକୁ ଛୁରି ଭୁସି ମାରିଛନ୍ତି। ପରେ ଦଳନଶୀଳ ପଦର୍ଥ ନିଜ ଉପରେ ଢ଼ାଳି ପୋଡ଼ି ହୋଇଯାଇଛନ୍ତି। ମାନସିକ ଚାପରେ ସେ ଏମିତି କରିଛନ୍ତି। ତାଙ୍କର ମୃତ୍ୟୁ ପଛରେ ଭାଇରାଲ ଭିଡିଓରେ ଥିବା ଯୁବତୀ କିମ୍ବା ତାଙ୍କ ପୁରଷ ବନ୍ଧୁଙ୍କର ହାତ ନାହିଁ। ପୋଷ୍ଟମର୍ଟମ ରିପୋର୍ଟ, ଫୋରେନସିକ ରିପୋର୍ଟ ଓ ପୋଲିସ ତଦନ୍ତରୁ ଏହା ସ୍ପଷ୍ଟହୋଇଥିବା […]

sex-video-viral-in-bbsr (1)

Rakesh Mallick
  • Published: Thursday, 17 May 2018
  • , Updated: 17 May 2018, 08:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାଇରାଲ ଭିଡ଼ିଓ ପାଇଁ ଉନ୍ମୟ ପଣ୍ଡାଙ୍କୁ ହତ୍ୟା କରାଯାଇନି। ବରଂ ସେ ନିଜେ ଆତ୍ମହତ୍ୟା କରିଛନ୍ତି। ନିଜେ ନିଜକୁ ଛୁରି ଭୁସି ମାରିଛନ୍ତି। ପରେ ଦଳନଶୀଳ ପଦର୍ଥ ନିଜ ଉପରେ ଢ଼ାଳି ପୋଡ଼ି ହୋଇଯାଇଛନ୍ତି। ମାନସିକ ଚାପରେ ସେ ଏମିତି କରିଛନ୍ତି। ତାଙ୍କର ମୃତ୍ୟୁ ପଛରେ ଭାଇରାଲ ଭିଡିଓରେ ଥିବା ଯୁବତୀ କିମ୍ବା ତାଙ୍କ ପୁରଷ ବନ୍ଧୁଙ୍କର ହାତ ନାହିଁ। ପୋଷ୍ଟମର୍ଟମ ରିପୋର୍ଟ, ଫୋରେନସିକ ରିପୋର୍ଟ ଓ ପୋଲିସ ତଦନ୍ତରୁ ଏହା ସ୍ପଷ୍ଟହୋଇଥିବା ଭୁବନେଶ୍ୱର କମିଶନରେଟ୍‌ କହିଛନ୍ତି। ତେବେ ଉନ୍ମୟଙ୍କ ପରିବାର ଓ ତାଙ୍କ ଓକିଲ ପୋଲିସର ଏହି ଥିଓରୀକୁ ଗ୍ରହଣ କରିନାହାନ୍ତି। ପୋଲିସ ତଦନ୍ତକୁ କୋର୍ଟରେ ଚାଲେଞ୍ଜ କରାଯିବ ବୋଲି ଉନ୍ମୟଙ୍କ ଭାଇ ଓ ତାଙ୍କ ଓକିଲ କହିଛନ୍ତି।

ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀ ପଠାରୁ ଉନ୍ମୟଙ୍କ ପୋଡ଼ିଯାଇଥିବା ମୃତଦେହ ଓ ଲାପ୍‌ଟପ୍‌ ମିଳିଥିଲା। କିଛି ଦୂରରେ ଜଣେ ମହିଳାଙ୍କ ଚପଲ ମିଳିଥିଲା। ଏହାକୁ ନେଇ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଆଗେଇ ଥିଲା। କିନ୍ତୁ କିଛି ଖିଅ ପାଉନଥିଲା। ଏହି ସମୟରେ ମୃତ ଉନ୍ମୟଙ୍କ ଭାଇ ଭାଇରାଲ ଭିଡ଼ିଓ କଥା ଉଠାଇ ଥିଲା। ଏପରିକି ଭିଡ଼ିଓରେ ଥିବା ଯୁବତୀଙ୍କ ପ୍ରତି ସେ (ଉନ୍ମୟଙ୍କ ଭାଇ) ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ତେଣୁ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଉପରେ ପୋଲିସର ସନ୍ଦେହ ଘନୀଭୂତ ହୋଇଥିଲା। ସେଥିପାଇଁ ଭିଡ଼ିଓରେ ଥିବା ଯୁବତୀ, ତାଙ୍କ ପୁରୁଷ ବନ୍ଧୁ ଓ ତାଙ୍କ ଭାଇଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ। ଏମାନେ କଲିକତା ପଳାଇ ଯାଉଥିବା ବେଳେ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି।

Related story