ତଥାପି ବେଫିକର, ବେପରବାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ହେବାକୁ ୩ ଦିନ ହେଲାଣି । ତଥାପି ସୁଧୁରି ନାହାନ୍ତି ଲୋକେ। ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଜୋରଦାର ଧରପଗ଼ଡ଼ ହୋଇଥିବା ବେଳେ ଫାଇନ୍ ଦେଇଛନ୍ତି ନିୟମ ଉଲ୍ଲଂଘନକାରୀ । ତେବେ କେବଳ ସାଧାରଣ ଲୋକେ ନୁହଁନ୍ତି, ସରକାରୀ କାର୍ଯ୍ୟରେ ନିୟୋଜିତ ଗାଡ଼ି ଏପରିକି ପୋଲିସ କର୍ମଚାରୀଙ୍କୁ ବି ତଣ୍ଡ ଗଣିବାକୁ ପଡ଼ିଛି। ୬ ମାସର କୋହଳ ଆଉ ୩ ଦିନର ଧରପଗଡ଼ । ତାପରେ ବି […]

6nmz

Tapas Behera
  • Published: Tuesday, 03 March 2020
  • , Updated: 03 March 2020, 09:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ହେବାକୁ ୩ ଦିନ ହେଲାଣି । ତଥାପି ସୁଧୁରି ନାହାନ୍ତି ଲୋକେ। ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଜୋରଦାର ଧରପଗ଼ଡ଼ ହୋଇଥିବା ବେଳେ ଫାଇନ୍ ଦେଇଛନ୍ତି ନିୟମ ଉଲ୍ଲଂଘନକାରୀ । ତେବେ କେବଳ ସାଧାରଣ ଲୋକେ ନୁହଁନ୍ତି, ସରକାରୀ କାର୍ଯ୍ୟରେ ନିୟୋଜିତ ଗାଡ଼ି ଏପରିକି ପୋଲିସ କର୍ମଚାରୀଙ୍କୁ ବି ତଣ୍ଡ ଗଣିବାକୁ ପଡ଼ିଛି।

୬ ମାସର କୋହଳ ଆଉ ୩ ଦିନର ଧରପଗଡ଼ । ତାପରେ ବି ଆଇନକୁ ସମ୍ମାନ ନାହିଁ କି ଫାଇନକୁ ଡର ନାହିଁ । ଆଜି ତୃତୀୟ ଦିନରେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏମିତି ଚିତ୍ର। ଆଜି ବି ବେଫିକର ଗାଡ଼ି ଚାଳନା ଆଉ ବେପରବାଏ ଗାଡ଼ି ଚାଳକ।

ଆଜି DL ଓ RC ନଥାଇ ଓଭର ଲୋଡିଂରେ ଅଟୋ ଚଳାଉଥିବା ଜଣେ ବ୍ୟକ୍ତିଙ୍କୁ ସେହି ସମାନ ସ୍ଥାନରେ ୩୦ ହଜାର ୫ ଶହ ଟଙ୍କା ଫାଇନ କାଟିଥିଲେ ପରିବହନ ଅଧିକାରୀ । ବୈଧ କାଗଜପତ୍ର ନଥାଇ ରାସ୍ତାକୁ ଆସିଥିବା ଏକ ଡିଜେ ଗାଡି ମାଲିକଙ୍କୁ ମିଳିଥିଲା ୨୦ ହଜାର ଟଙ୍କାର ଚାଲାଣ । ସେହିପରି ମଦ ପିଇ ରାସ୍ତାରେ ଗାଡ଼ି ଚଳାଉଥିବା ଜଣେ ଯୁବକଙ୍କୁ ଗିରଫ କରିଥିଲା ପୁଲିସ।

ଟ୍ରାଫିକ୍ ଧରପଗଡ଼ ଭିତରେ ବଲାଙ୍ଗିର ସହରରେ କାର୍ଯ୍ୟରତ ଜଣେ ପୁଲିସ କନଷ୍ଟେବଳଙ୍କ ନିୟମ ଉଲ୍ଲଂଘନ ଭିଜୁଆଲ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ବିନା ହେଲମେଟ୍‌ରେ ଗାଡି ଚଳାଇ ନିୟମର ଧଜିଆ ଉଡ଼ାଇଥିବାରୁ ତୁରନ୍ତ ବଲାଙ୍ଗିର ଏସ୍‌ପି ତାଙ୍କ ନାଁରେ ହଜାରେ ଟଙ୍କାର ଚାଲାଣ କାଟି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏପଟେ ରାଜଧାନୀ ଭୁବନେଶ୍ୱରରେ ପରିବହନ ବିଭାଗ ଚେକିଂ ସ୍କାନରରେ ପଡ଼ିଥିଲେ BMCର ଆବର୍ଜନା ବହୁଥିବା ଦୁଇଟି ଭାରିଯାନ । ପରମିଟ୍, ପଲ୍ୟୁସନ୍ ଓ ଇନ୍ସ୍ୟୁରାନ୍ସ ନଥାଇ ବି ରାସ୍ତାରେ ଗଡୁଥିବା ଏ ୨ ଗାଡ଼ିକୁ ମୋଟ୍ ୩୨ ହଜାର ୫୦୦ ଟଙ୍କାର ଫାଇନ୍ କାଟିଥିଲା RTO ଅଧିକାରୀ। ରାଜଧାନୀର ବିଭିନ୍ନ ସ୍ଥାନରେ ଚେକିଂ ଜୋରଦାର ଥିବାରୁ ନିୟମ ଭାଙ୍ଗିଥିବା ବହୁ ଗାଡ଼ି ଚାଳକଙ୍କୁ ଜରିମାନା ଦେବାକୁ ପଡ଼ିଥିଲା।

Related story