ଅନିଶ୍ଚିତତାରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ମରାମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାରର ମରାମତି ଆବଶ୍ୟକ ଥିବା ନେଇ ଗଜପତି ମହାରାଜାଙ୍କଠୁ ଆରମ୍ଭ କରି ବିଭିନ୍ନ ରାଜନୀତିକ ଦଳ ଓ ବୁଦ୍ଧିଜୀବୀମାନେ ଦାବି କରୁଥିଲେ ମଧ୍ୟ ଏହାର ଖୋଲିବାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ରାଜ୍ୟ ସରକାରଙ୍କ ଏହି ରତ୍ନଭଣ୍ଡାର ଖୋଲି ମରାମତି କରିବା ମୁଡରେ ନଥିବା ସ୍ପଷ୍ଟ ହୋଇଛି । ବିଧାୟକ ଦାଶରଥୀ ଗମାଙ୍ଗ ଓ ମୋହନ ମାଝୀଙ୍କ ଦୁଇଟି ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା […]

puri-

puri-

Ordigital Desk
  • Published: Saturday, 16 July 2022
  • Updated: 16 July 2022, 10:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାରର ମରାମତି ଆବଶ୍ୟକ ଥିବା ନେଇ ଗଜପତି ମହାରାଜାଙ୍କଠୁ ଆରମ୍ଭ କରି ବିଭିନ୍ନ ରାଜନୀତିକ ଦଳ ଓ ବୁଦ୍ଧିଜୀବୀମାନେ ଦାବି କରୁଥିଲେ ମଧ୍ୟ ଏହାର ଖୋଲିବାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ରାଜ୍ୟ ସରକାରଙ୍କ ଏହି ରତ୍ନଭଣ୍ଡାର ଖୋଲି ମରାମତି କରିବା ମୁଡରେ ନଥିବା ସ୍ପଷ୍ଟ ହୋଇଛି । ବିଧାୟକ ଦାଶରଥୀ ଗମାଙ୍ଗ ଓ ମୋହନ ମାଝୀଙ୍କ ଦୁଇଟି ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଆଜି ବିଧାନସଭାରେ ଦେଇଥିବା ସୂଚନାରୁ ହିଁ ଏହା ସ୍ପଷ୍ଟ ଜଣାପଡ଼ୁଛି ।

ଆଇନମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ, ରତ୍ନଭଣ୍ଡାର ଚାବି ହଜିବା ଘଟଣା ଉପରେ ତଦନ୍ତ କରିବା ପାଇଁ ନିଯୁକ୍ତ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ହସ୍ତଗତ ହେବା ପରେ କମିଶନଙ୍କ ସୁପାରିସ୍ ଅନୁସାରେ ଆବଶ୍ୟକ ମରାମତି କରିବା ନିମନ୍ତେ ପଦକ୍ଷେପ ନିଆଯାଇ ପାରିବ । ଅର୍ଥାତ୍ ଯେପର୍ଯ୍ୟନ୍ତ କମିଶନଙ୍କ ରିପୋର୍ଟ ନମିଳିବ ସେପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲିବ ନାହିଁ କିମ୍ବା ମରାମତି ହେବ ନାହିଁ । ସେହିପରି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତୀ ଶ୍ରୀ ସାରକା କହିଛନ୍ତି ଯେ, ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ଖୋଲି ସେଥିରେ କେତେକ ପରିମାଣର ସୁନା ରୂପା, ହୀରା ଓ ଅନ୍ୟାନ୍ୟ ରତ୍ନାଦି ଅଛି ତାହା ସୁମାରି କରିବା ପାଇଁ ପ୍ରସ୍ତାବ ହସ୍ତଗତ ହେଲେ ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ତେବେ ଏହି ପ୍ରସ୍ତାବ କିଏ ଦେବ ତାହା ମନ୍ତ୍ରୀ ଶ୍ରୀ ସାରକା ସ୍ପଷ୍ଟ କରିନାହାନ୍ତି ।

ଶ୍ରୀ ସାରକା ଗୃହକୁ ଜଣାଇଛନ୍ତି ଯେ, ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ନାମରେ ଓଡ଼ିଶାର ୨୪ଟି ଜିଲ୍ଲାରେ ସାବିକ ବନ୍ଦୋବସ୍ତ ରେକର୍ଡକୁ ଭିତ୍ତି କରି ମୋଟ ୬୦ହଜାର ୪୨୩ ଏକର ୯୪୩ ଡେସିମିଲ୍ ପରିମିତ ଜମି ଚିହ୍ନଟ କରାଯାଇଛି । ସେଥିରୁ ୩୪୩ ଏକର ୬୫୬ ଡେସିମିଲ ପରିମିତ ଜମି ବିକ୍ରି କରାଯାଇଥିବାବେଳେ ୭୬୫.୫୦୫ଏକର ଜମି ବଭିନ୍ନ ପ୍ରକଳ୍ପ ପାଇଁ ଭୂ ଅଧିଗ୍ରହଣ ହୋଇଛି । ଏଭଳି ଭାବେ ମୋଟ ୧୧୦୯ ଏକର ୧୬୧ ଡେସିମିଲ୍ ଜମି ବିକ୍ରି ଓ ଅଧିଗ୍ରହଣ ବାବଦରେ ମିଳିଥିବା ଟଙ୍କା ଶ୍ରୀମନ୍ଦିର ପାଣ୍ଠିରେ ଜମା କରାଯାଇଛି ।

ରାଜ୍ୟ ଭିତରେ ଥିବା ଜମିଜମାରୁ ରାଜଭାଗ, ଖଣି, ତୋଟାବଗିଚା ଓ ଖମାର ଇତ୍ୟାଦିରୁ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୬୧କୋଟି ୭୩ଲକ୍ଷ ୭୫ହଜାର ୪୯୭ଟଙ୍କା ଆୟ ହୋଇଛି । ଓଡ଼ିଶା ବାହାରେ ଥିବା ଜମିଜମାରୁ ଏହି ଅବଧିରେ ୧୧୩୬୫ଟଙ୍କା ଆଦାୟ ହୋଇଛି । ଆଉ ଏହି ସମସ୍ତ ଆୟ ଶ୍ରୀମନ୍ଦିର ପାଣ୍ଠିରେ ଜମା ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos