ଉପକୂଳ ଆଶ୍ୱସ୍ତ, ପଶ୍ଚିମ ଓଡ଼ିଶା ଅସ୍ତବ୍ୟସ୍ତ

ଭୁବନେଶ୍ୱର: ଗୁରୁବାର ତାତିରୁ ଟିକେ ଆଶ୍ୱସ୍ତି ମିଳିଛି। ତେବେ ଏହି ଆଶ୍ୱସ୍ତି କେବଳ ଉପକୂଳ ଓଡ଼ିଶାରେ। ପଶ୍ଚିମ ଓଡ଼ିଶାରେ ଅସ୍ତବ୍ୟସ୍ତ ସ୍ଥିତି ଜାରି ରହିଛି। ଆଜି ପଶ୍ଚିମ ଓଡିଶାର ୬ଟି ପ୍ରମୁଖ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବଲାଙ୍ଗୀର ଥିଲା ସବୁଠାରୁ ଉତ୍ତପ୍ତ ସହର। ଏଠାରେ ଆଜି ୪୩ ଡିଗ୍ରୀ ତପମାତ୍ରା ରେକର୍ଡ କରାଯାଇଥିଲା। ସେହିପରି ସୁନ୍ଦରଗଡରେ ତାପମାତ୍ରା ୪୨.୫ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡରେ ୪୨, ସମ୍ୱଲପୁରରେ ୪୧.୬, ଭବାନୀପାଟଣାରେ ୪୧.୫, ଝାରସୁଗୁଡାରେ […]

Odisha

Rakesh Mallick
  • Published: Thursday, 11 June 2015
  • , Updated: 11 June 2015, 02:25 PM IST

ଭୁବନେଶ୍ୱର: ଗୁରୁବାର ତାତିରୁ ଟିକେ ଆଶ୍ୱସ୍ତି ମିଳିଛି। ତେବେ ଏହି ଆଶ୍ୱସ୍ତି କେବଳ ଉପକୂଳ ଓଡ଼ିଶାରେ। ପଶ୍ଚିମ ଓଡ଼ିଶାରେ ଅସ୍ତବ୍ୟସ୍ତ ସ୍ଥିତି ଜାରି ରହିଛି। ଆଜି ପଶ୍ଚିମ ଓଡିଶାର ୬ଟି ପ୍ରମୁଖ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବଲାଙ୍ଗୀର ଥିଲା ସବୁଠାରୁ ଉତ୍ତପ୍ତ ସହର। ଏଠାରେ ଆଜି ୪୩ ଡିଗ୍ରୀ ତପମାତ୍ରା ରେକର୍ଡ କରାଯାଇଥିଲା। ସେହିପରି ସୁନ୍ଦରଗଡରେ ତାପମାତ୍ରା ୪୨.୫ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡରେ ୪୨, ସମ୍ୱଲପୁରରେ ୪୧.୬, ଭବାନୀପାଟଣାରେ ୪୧.୫, ଝାରସୁଗୁଡାରେ ୪୧.୧ ଡିଗ୍ରୀ ରେକର୍ଡ କରାଯାଇଥିଲା।

ବାରିପଦାରରେ ୪୦.୮ ଡିଗ୍ରୀ ଓ ଅନୁଗୋଳରେ ୪୧.୩ ଡିଗ୍ରୀ ତାପମାତ୍ରା ରହିଥିଲା।

ଅନ୍ୟପକ୍ଷରେ ଗତକାଲି ୪୪ ଡିଗ୍ରୀରେ ସିଝିଥିବା ରାଜଧାନୀ ଭୁବନେଶ୍ୱରରେ ଆଜି ତାପମାତ୍ରା ୩୮.୭ ଡିଗ୍ରୀ ତଳକୁ ଖସି ଆସିଥିଲା। ସକାଳୁ ପାଗ ମେଘୁଆ ରହିଥିବା ବେଳେ ସନ୍ଧ୍ୟାରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା। ଏହାସହ ରାଜ୍ୟର ଆଉ କେତୋଟି ସ୍ଥାନରେ ମଧ୍ୟ ବର୍ଷା ହୋଇଥିଲା।

ସେହିପରି କେନ୍ଦୁଝରରେ ତାପମାତ୍ରା ୩୯.୯ ଡିଗ୍ରୀ ରହିଥିବା ବେଳେ ତାଳଚେରରେ ୩୯.୫, ହୀରାକୁଦରେ ୩୮.୫, ଢେଙ୍କାନାଳରେ ୩୮.୦,ବାଲେଶ୍ୱରରେ ୩୭.୦, କଟକରେ ୩୬.୮, ଗୋପାଳପୁରରେ ୩୪.୮, ପୁରୀରେ ୩୩.୪ ଓ ପାରାଦ୍ୱୀପରେ ତାପମାତ୍ରା ୩୨.୮ ଡିଗ୍ରୀ ରେକର୍ଡ କରାଯାଇଥିଲା।

ଅନ୍ୟପକ୍ଷରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ଆଜି ୪୨ରେ ପହଞ୍ଚିଛି। ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗଂଜାମ ଜିଲ୍ଲାରେ ସର୍ବାଧିକ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ବେସରକାରୀ ଭାବେ ଅଂଶୁଘାତ ଜନିତ ମୃତ୍ୟୁ ୧୬୮ରେ ପହଞ୍ଚିଛି।

Related story