କେନ୍ଦ୍ର ଜଳ ସମ୍ପଦ ଦାୟିତ୍ୱ ସମ୍ଭାଳିବେ ଓଡ଼ିଶା କ୍ୟାଡ଼ର ଅଫିସର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ଜଳସମ୍ପଦ ବିଭାଗର ନୂଆ ସଚିବ ହେଲେ ଓଡ଼ିଶା କ୍ୟାଡର ଆଇଏଏସ୍ ଉପେନ୍ଦ୍ର ପ୍ରସାଦ ସିଂ। ଗୋଟିଏ ପଟେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ନେଇ ଦାବି ଜୋର ଧରିଥିବା ବେଳେ କେନ୍ଦ୍ର ଜଳସମ୍ପଦ ସଚିବ ପଦରେ ଏହି ଅଫିସରଙ୍କ ନିଯୁକ୍ତି ଅନେକ ସମ୍ଭାବନା ସୃଷ୍ଟି କରିଛି। ପୂର୍ବରୁ ସେ ଗଙ୍ଗା ସଫେଇ ଅଭିଯାନର ଡିଜି ଭାବେ  କାର୍ଯ୍ୟକରୁଥିଲେ। ୧୯୮୫ ମସିହା ଓଡ଼ିଆ କ୍ୟାଡରର ଆଇଏଏସ ଉପେନ୍ଦ୍ର ପ୍ରସାଦ […]

upendra-singh

Rakesh Mallick
  • Published: Tuesday, 28 November 2017
  • , Updated: 28 November 2017, 07:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ଜଳସମ୍ପଦ ବିଭାଗର ନୂଆ ସଚିବ ହେଲେ ଓଡ଼ିଶା କ୍ୟାଡର ଆଇଏଏସ୍ ଉପେନ୍ଦ୍ର ପ୍ରସାଦ ସିଂ। ଗୋଟିଏ ପଟେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ନେଇ ଦାବି ଜୋର ଧରିଥିବା ବେଳେ କେନ୍ଦ୍ର ଜଳସମ୍ପଦ ସଚିବ ପଦରେ ଏହି ଅଫିସରଙ୍କ ନିଯୁକ୍ତି ଅନେକ ସମ୍ଭାବନା ସୃଷ୍ଟି କରିଛି। ପୂର୍ବରୁ ସେ ଗଙ୍ଗା ସଫେଇ ଅଭିଯାନର ଡିଜି ଭାବେ  କାର୍ଯ୍ୟକରୁଥିଲେ।

୧୯୮୫ ମସିହା ଓଡ଼ିଆ କ୍ୟାଡରର ଆଇଏଏସ ଉପେନ୍ଦ୍ର ପ୍ରସାଦ ସିଂଙ୍କୁ ଜଳ ସମ୍ପଦ ସହ ନଦୀ ଉନ୍ନତୀକରଣ ଓ ଗଙ୍ଗା ସଂରକ୍ଷଣ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି। ପୂର୍ବରୁ ଏହି ଦାୟିତ୍ୱରେ ଥିବା ଅଫିସର ଅମରଜିତ ସିଂ ନଭେମ୍ବର ୩୦ ତାରିଖରେ କାର୍ଯ୍ୟରୁ ଅବସର ନେବେ। କେନ୍ଦ୍ର ଡେପୁଟେସନକୁ ଯିବା ପୂର୍ବରୁ ଉପେନ୍ଦ୍ର ସିଂ ଓଡ଼ିଶାରେ ଖଣି ଓ ଇସ୍ପାତ, ଜଳ ସମ୍ପଦ ସହ କୃଷି ବିଭାଗ ସଚିବ ଦାୟିତ୍ୱ ମଧ୍ୟ ତୁଲାଇଥିଲେ।

Related story