ଅପର କୋଲାବ ଜଳ ଭଣ୍ଡାରରେ ବୁଡ଼ି ଇଞ୍ଜିନିୟରଂଙ୍କ ମୃତ୍ୟୁ

କୋରାପୁଟ: କୋରାପୁଟ ଜିଲ୍ଲା ଅପର କୋଲାବ ଜଳଭଣ୍ଡାରରେ ଆଜି ଏକ ଡଙ୍ଗା ବୁଡ଼ି ଯିବା ଯୋଗୁଁ ଜଣେ ଯନ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଏସ୍‌.ଶ୍ରୀବାସ୍ତବ। ଦିଲ୍ଲୀର ଆପାରା ଇନ୍‌ଫ୍ରାଟେକ୍ ନାମକ ଏକ ଘରୋଇ କଂପାନୀରେ ସେ କାର୍ଯ୍ୟ କରୁଥିଲେ। ତାଙ୍କ ନିଜ ଘର ବନାରସରେ। ଅପର କୋଲାବ ଡ୍ୟାମ୍‌ରେ ସୃଷ୍ଟି ହୋଇଥିବା ଏକ ଫାଟର ମରାମତି କରିବା ପାଇଁ ସେ ଓ ଅନ୍ୟ ଜଣେ ବ୍ୟକ୍ତି ଜଳ ଭଣ୍ଡାର ମଧ୍ୟକୁ ଏକ ଡଙ୍ଗାରେ ଯାଇଥିଲେ। ତେବେ […]

koraput

Rakesh Mallick
  • Published: Wednesday, 18 May 2016
  • , Updated: 18 May 2016, 12:23 PM IST

କୋରାପୁଟ: କୋରାପୁଟ ଜିଲ୍ଲା ଅପର କୋଲାବ ଜଳଭଣ୍ଡାରରେ ଆଜି ଏକ ଡଙ୍ଗା ବୁଡ଼ି ଯିବା ଯୋଗୁଁ ଜଣେ ଯନ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଏସ୍‌.ଶ୍ରୀବାସ୍ତବ। ଦିଲ୍ଲୀର ଆପାରା ଇନ୍‌ଫ୍ରାଟେକ୍ ନାମକ ଏକ ଘରୋଇ କଂପାନୀରେ ସେ କାର୍ଯ୍ୟ କରୁଥିଲେ। ତାଙ୍କ ନିଜ ଘର ବନାରସରେ।

ଅପର କୋଲାବ ଡ୍ୟାମ୍‌ରେ ସୃଷ୍ଟି ହୋଇଥିବା ଏକ ଫାଟର ମରାମତି କରିବା ପାଇଁ ସେ ଓ ଅନ୍ୟ ଜଣେ ବ୍ୟକ୍ତି ଜଳ ଭଣ୍ଡାର ମଧ୍ୟକୁ ଏକ ଡଙ୍ଗାରେ ଯାଇଥିଲେ। ତେବେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ଯନ୍ତ୍ରୀ ଜଣଙ୍କ ଜଳଭଣ୍ଡାରରେ ବୁଡ଼ି ଯାଇଥିବା ବେଳେ ତାଙ୍କ ସହିତ ଯାଇଥିବା ଅନ୍ୟ ବ୍ୟକ୍ତି ଜଣଙ୍କ ପହଁରି ପହଁରି କୂଳକୁ ଫେରି ଆସିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ଜଳଭଣ୍ଡାର ମଧ୍ୟରୁ ଇଞ୍ଜିନିୟର ଏସ୍‌.ଶ୍ରୀବାସ୍ତବଙ୍କ ମୃତଦେହ ଉଦ୍ଧାର କରିଥିଲେ।

Related story