ଜୁନ୍ ୧୫ପର୍ଯ୍ୟନ୍ତ ସକାଳୁଆ ଅଫିସ୍ ନିର୍ଦ୍ଦେଶ ମାନିବାକୁ ତାଗିଦ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ଲକଡାଉନ୍ ମଧ୍ୟରେ ଚଳିତ ଗ୍ରୀଷ୍ମ ଋତୁରେ ସରକାରୀ ଅଫିସଗୁଡ଼ିକ କାର୍ଯ୍ୟ କରିବାର ସମୟ ନିର୍ଘଣ୍ଟକୁ ନେଇ ଜିଲ୍ଲାସ୍ତରରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ମଧ୍ୟରେ ରାଜ୍ୟ ସରକାର ପୁଣିଥରେ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏପ୍ରିଲ ୧୦ରୁ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ କୋର୍ଟଗୁଡ଼ିକର ଅଫିସ୍ ସମୟ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପାଳନ ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଆଜି ପୁଣିଥରେ ଜିଲ୍ଲାପାଳମାନଙ୍କୁ […]

social distance office

social distance office

Manoranjan Sial
  • Published: Monday, 20 April 2020
  • Updated: 20 April 2020, 09:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ଲକଡାଉନ୍ ମଧ୍ୟରେ ଚଳିତ ଗ୍ରୀଷ୍ମ ଋତୁରେ ସରକାରୀ ଅଫିସଗୁଡ଼ିକ କାର୍ଯ୍ୟ କରିବାର ସମୟ ନିର୍ଘଣ୍ଟକୁ ନେଇ ଜିଲ୍ଲାସ୍ତରରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ମଧ୍ୟରେ ରାଜ୍ୟ ସରକାର ପୁଣିଥରେ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏପ୍ରିଲ ୧୦ରୁ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ କୋର୍ଟଗୁଡ଼ିକର ଅଫିସ୍ ସମୟ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପାଳନ ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଆଜି ପୁଣିଥରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସରକାରୀ ଅଫିସଗୁଡ଼ିକ ଖୋଲିବା ଓ ବନ୍ଦ କରିବା ସମୟ ସଂକ୍ରାନ୍ତରେ ଏପ୍ରିଲ ୪ତାରିଖରେ ଗୃହ ବିଭାଗ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶକୁ ପାଳନ ନିମନ୍ତେ ତାଗିଦ୍ କରିଛନ୍ତି। କଟକ, ଭୁବନେଶ୍ୱର, ପୁରୀ, ଛତ୍ରପୁର, ବ୍ରହ୍ମପୁର ଓ କୋରାପୁଟକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲା ଓ ସହରରେ ସବୁ ସରକାରୀ ଅଫିସ୍ ଓ ରାଜସ୍ୱ କୋର୍ଟଗୁଡ଼ିକ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲିବ। ଏହି ଅଫିସ୍ ଅବଧି ମଧ୍ୟରେ ଖାଇବା ପାଇଁ କୌଣସି ସମୟ ରହିବ ନାହିଁ ବୋଲି କୁହାଯାଇଛି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ଯୋଗୁ କେତେକ ଜିଲ୍ଲାରେ ସକାଳୁଆ ଅଫିସ୍ ଖୋଲିବାକୁ ନେଇ ଦ୍ୱନ୍ଦ୍ୱ ରହିଛି। ତେଣୁ ଗୃହ ବିଭାଗ ପକ୍ଷରୁ ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଫିସ୍ ଓ ରାଜସ୍ୱ କୋର୍ଟରେ ସକାଳୁଆ ଅଫିସ୍ ହେବ ବୋଲି ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos