ଉନ୍ନତ ବିଏସଏନଏଲ ସେବା ଯୋଗାଇବା ଦାବିରେ ଧାରଣା

ସମ୍ୱଲପୁର: ବିଏସଏନଏଲ ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଇବା ଦାବିରେ ପ୍ରୋଗ୍ରେସିଭ ସମ୍ୱଲପୁର ପକ୍ଷରୁ ବୁଧବାର ଜିଲ୍ଲା ଜିଏମଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା। ଏହି ଅନୁଷ୍ଠାନର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି ଯେ ୨୦୦୭ ରୁ ୨୦୧୫ ମଧ୍ୟରେ ସମ୍ୱଲପୁରରେ କୌଣସି ନୂଆ ଟାୱାର ପ୍ରତିଷ୍ଠା କରାଯାଇନାହିଁ। ଭିତ୍ତିଭୂମିରେ ମଧ୍ୟ କିଛି ଉନ୍ନତି ଆଣାଯାଇନାହିଁ କିମ୍ୱା ନୂଆ ନିଯୁକ୍ତି  ମଧ୍ୟ ଦିଆଯାଇନାହିଁ ବୋଲି ପ୍ରୋଗ୍ରେସିଭ ସମ୍ୱଲପୁର ଆବାହକ ସଂଜିତ ମହାନ୍ତି   କହିଛନ୍ତି । ବିଏସଏନଏଲ ଭଳି ରାଷ୍ଟ୍ରାୟତ […]

vlcsnap-2015-06-17-17h20m20s127

Rakesh Mallick
  • Published: Wednesday, 17 June 2015
  • , Updated: 17 June 2015, 12:11 PM IST

ସମ୍ୱଲପୁର: ବିଏସଏନଏଲ ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଇବା ଦାବିରେ ପ୍ରୋଗ୍ରେସିଭ ସମ୍ୱଲପୁର ପକ୍ଷରୁ ବୁଧବାର ଜିଲ୍ଲା ଜିଏମଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା। ଏହି ଅନୁଷ୍ଠାନର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି ଯେ ୨୦୦୭ ରୁ ୨୦୧୫ ମଧ୍ୟରେ ସମ୍ୱଲପୁରରେ କୌଣସି ନୂଆ ଟାୱାର ପ୍ରତିଷ୍ଠା କରାଯାଇନାହିଁ। ଭିତ୍ତିଭୂମିରେ ମଧ୍ୟ କିଛି ଉନ୍ନତି ଆଣାଯାଇନାହିଁ କିମ୍ୱା ନୂଆ ନିଯୁକ୍ତି  ମଧ୍ୟ ଦିଆଯାଇନାହିଁ ବୋଲି ପ୍ରୋଗ୍ରେସିଭ ସମ୍ୱଲପୁର ଆବାହକ ସଂଜିତ ମହାନ୍ତି   କହିଛନ୍ତି । ବିଏସଏନଏଲ ଭଳି ରାଷ୍ଟ୍ରାୟତ ଉଦ୍ୟୋଗର ଏହପରି ଦୁର୍ଦିନ ଅବସ୍ଥା ହୋଇଛି ବୋଲି ପ୍ରୋଗ୍ରେସିଭ ସମ୍ୱଲପୁର ଅଭିଯୋଗ କରିଛି। ଅନ୍ୟପକ୍ଷରେ ସମ୍ୱଲପୁର ଟେଲିକମ ଜିଲ୍ଲାରେ ବିଏସଏନଏଲ ସେବାରେ ଖୁବ ଶୀଘ୍ର ଉନ୍ନତୀ ଆସିବ ବୋଲି କହିଛନ୍ତି ବିଏସଏନଏଲ ସମ୍ୱଲପୁରର ଜି.ଏମ (ବରିଷ୍ଠ) ଏସ.ନାୟକ। ଉନ୍ନତ ସେବା ପାଇଁ ଆଉ ଅଧିକ ୧୩୭ ଟି ବେସ ଟ୍ରାନ୍ସରିସିଭର ଷ୍ଟେସନ  ବା ବି.ଟି.ଏସ ସ୍ଥାପନ କରାଯିବ। ଏବେ ୫୦ ଟି ବି.ଟି.ଏସରେ କାମ ଚାଲିଛି ବୋଲି କହିଛନ୍ତି ଶ୍ରୀ ନାୟକ।

Related story