ଭୁବନେଶ୍ୱର: ପାରଳାଖେମୁଣ୍ଡି ବି ସୀତାପୁର ଅଞ୍ଚଳର ପର୍ବତାରୋହୀ ଗଣେଷ ଚନ୍ଦ୍ର ଜେନା ୟୁରୋପର ସର୍ବୋଚ୍ଚ ଶୃଙ୍ଗ ଋଷିଆରେ ଅବସ୍ଥିତ ଏଲବ୍ରସ ୬,୬୪୨ ମିଟର ତଥା ୧୮.୫୧୦ ମିଟରକୁ ଅତିକ୍ରମ କରି ବିଶ୍ୱର ବିରଳ କ୍ଲବରେ ସାମିଲ ହୋଇଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଏହାକୁ ଅତିକ୍ରମ କରିବାର ଗୌରବ ଅର୍ଜନ କରିଛନ୍ତି। ଏଲବ୍ରସ ଆରୋହଣ ବା ଟ୍ରାଭର୍ସ କ୍ଲାଇମ୍ୱିଂ ହେଉଛି ଗୋଟିଏ ପାର୍ଶ୍ୱରୁ ଚଢି ଅନ୍ୟ ପାର୍ଶ୍ୱରେ ଖସିବା। ଏହି ଅଭିଯାନରେ ଯାଇଥିବା ୬ ଜଣିଆ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ଗଣେଷ। ସେ ୧୯୯୫ରୁ ପର୍ବତାରୋହଣ ଆରମ୍ଭ କରିଥିବାବେଳେ ବିଦେଶରେ ଏହା ତାଙ୍କର ତୃତୀୟ ପର୍ବତାରୋହଣ ସଫଳତା ।