ଉଷସୀ ବିଗିଡିଲେ ଏଇଥିପାଇଁ…
- Published: Monday, 23 April 2018
- , Updated: 23 April 2018, 09:30 AM IST

ଅନୁଗୋଳ(ଓଡିଶା ରିପୋର୍ଟର): ଯାତ୍ରା ହେବ ବୋଲି ଅଭିନେତ୍ରୀ ଉଷସୀ ଗତକାଲି ରାତିରେ ପହଞ୍ଚିଥିଲେ କଣିହାଁ। ସେଠାରେ ସେ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମଞ୍ଚ ଆଡକୁ ଯିବାପାଇଁ ନିଜ କାର୍‌ରୁ ଓହ୍ଲାଇଥିଲେ। ଏତିକି ବେଳେ ତାଙ୍କୁ ଦେଖିବାକୁ ଭିଡ ଜମି ଯାଇଥିଲା। ଚାରିପଟେ ଘେରିଯାଇଥିଲେ ଲୋକେ। ଉଷସୀଙ୍କ ଝଲକ୍‌ ଟିକେ ପାଇବା ପାଇଁ ସମସ୍ତେ ତାଙ୍କ ଗାଡି ମୁହାଁ ହେଉଥିବା ବେଳେ ଠେଲାପେଲା ହେଲା। ଏତିକି ବେଳେ କେହିଜଣେ ତାଙ୍କ ଦେହରେ ଧକ୍କା ହେଲେ। ଆଉ ଏଇ କଥାରେ ବିଗିଡି ଗଲେ ଉଷସୀ। ବାସ୍‌ ଏହି କଥାକୁ ନେଇ କିଏ କାହାକୁ ଚଟକଣାଟିଏ ମାରିଥାଇପାରେ ବୋଲି କହିଛି ପୋଲିସ। ଆଉ ତା ପରେ ଆରମ୍ଭ ହେଲା ଉତ୍ତେଜନା।

ଏହି କଥାକୁ ନେଇ ଥାନାରେ ପହଞ୍ଚିଥିଲେ ଉଷସୀ। ଆଜି ସକାଳୁ ସକାଳୁ ଇନ୍ଦ୍ରମଣୀ ସାହୁ ଓ ତାଙ୍କ ୨ ପୁଅଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି ସେ। ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିଥିବା ଏପରିକି ସ୍ଥାନୀୟ ଲୋକେ ତାଙ୍କ ଗାଡି ଭଙ୍ଗାରୁଜା କରିଥିବା ମଧ୍ୟ ଅଭିଯୋଗ ହୋଇଛି।

[caption id="attachment_229786" align="alignnone" width="989"](image)  ଥାନାରେ ଅଭିଯୋଗ କରୁଛନ୍ତି ଉଷସୀ[/caption]

ଘଟଣା ସମ୍ପର୍କରେ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମତ ମଧ୍ୟ ରଖିଛନ୍ତି ।

(image)

https://www.youtube.com/watch?v=LRB5VlQjxks