ଲୋକ କଳା ଓ ଲୋକ ସଂଗୀତରେ କମ୍ପିଲା ଉତ୍କଳ ମଣ୍ଡପ
- Published: Tuesday, 03 April 2018
- , Updated: 03 April 2018, 07:56 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଲୋକକଳା ଓ ଲୋକ ସଂଗୀତ ମହୋତ୍ସବ। ୩ଦିନ ଧରି ହେବାକୁ ଥିବା ଏହି ମହୋତ୍ସବର ଗତକାଲି ଥିଲା ପ୍ରଥମ ସଂଧ୍ୟା। ସମ୍ବଲପୁରର ସାଲସା ନୃତ୍ୟ, କେନ୍ଦୁଝରର ଛଉ ନୃତ୍ୟ ଏବଂ ଏବଂ ଗଞ୍ଜାମ ଜିଲ୍ଲାର ଯୋଢି ଶଙ୍ଖ ‌ଆଦି ପରିବେଷଣ ହୋଇଥିଲା। ପରେ ନୂଆପଡ଼ା, ମୟୂରଭଞ୍ଜ, କଳାହାଣ୍ଡି, ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ ଓ ପୁରୀ ଆଦି ଜିଲ୍ଲାର ଲୋକ ସଂଗୀତ ଏବଂ ଲୋକ କଳା ନୃତ୍ୟ ପରିବେଷଣ ହୋଇଥିଲା। ୩ଦିନରେ ୩୦ଟି ଜିଲ୍ଲାର ଲୋକ କଳା ଓ ଲୋକ ନୃତ୍ୟ ପରିବେଷଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହ ଲୋକ କଳା ଓ ଲୋକ ସଂଗୀତକୁ ବଞ୍ଚାଇବା ଓ ଲୋକପ୍ରିୟ କରାଇବା କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ।</p>