ଉତ୍କଳରେ ଜଳୁଛି ରମାଦେବୀ ନିଆଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ବନ୍ଦ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ। ଏକ ଘଣ୍ଟା ଧରି ଅବରୋଧ କରାଗଲା ଜାତୀୟ ରାଜପଥ। ଛାତ୍ରଛାତ୍ରୀଙ୍କ ସହ ସାମିଲ ହୋଇଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ। ଯୁକ୍ତି ରଖିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଯାଜପୁରରେ ହେଉଥିବା ବେଳେ ରମାଦେବୀ ଦ୍ୱିତୀୟ କ୍ୟାମ୍ପସ୍ ଏଠାରେ କିଭଳି ହେବ? ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ୩୦ ଏକର ଜମି ଚିହ୍ନଟ […]

RD-campus-720x430

Rakesh Mallick
  • Published: Thursday, 01 February 2018
  • , Updated: 01 February 2018, 07:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ବନ୍ଦ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ। ଏକ ଘଣ୍ଟା ଧରି ଅବରୋଧ କରାଗଲା ଜାତୀୟ ରାଜପଥ। ଛାତ୍ରଛାତ୍ରୀଙ୍କ ସହ ସାମିଲ ହୋଇଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ। ଯୁକ୍ତି ରଖିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଯାଜପୁରରେ ହେଉଥିବା ବେଳେ ରମାଦେବୀ ଦ୍ୱିତୀୟ କ୍ୟାମ୍ପସ୍ ଏଠାରେ କିଭଳି ହେବ?

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ୩୦ ଏକର ଜମି ଚିହ୍ନଟ ପାଇଁ ଉଚ୍ଚ ଶିକ୍ଷା ବିଭାଗ ଯୋଜନା କରିଛି। ଏହାକୁ ଜୋରଦାର ବିରୋଧ କରାଯାଇଛି। ସମସ୍ତ ଛାତ୍ର ସଂଗଠନ ଏକାଠି ହୋଇ ବାଣୀବିହାର ମୁଖ୍ୟ ଫାଟକ ସାମ୍ନାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଅଧ୍ୟାପକମାନେ ମଧ୍ୟ ଉଚ୍ଚଶିକ୍ଷା ବିଭାଗର ଏଭଳି ଯୋଜନାକୁ ବିରୋଧ କରିବାରୁ ପରିସ୍ଥିତି ଜଟିଳ ହୋଇଛି। ଦୁଇ ଦିନ ହେଲା ପାଠ ପଢା ହେଉନାହିଁ। ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ସରକାରଙ୍କ ଏଭଳି ଯୋଜନାକୁ ନିନ୍ଦା କରିଛନ୍ତି।

Related story