ୱେବସାଇଟ୍‌ ହ୍ୟାକିଂ ମାମଲା: ଏନ୍‌ଆଇସିକୁ ଚିଠି ଲେଖିଲା ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୱେବସାଇଟ୍‌ ହ୍ୟାକିଂ ମାମଲାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଜି ନ୍ୟାସନାଲ୍ ଇନଫର ମାଟିକ୍ସ ସେଣ୍ଟର ବା ଏନ୍‌ଆଇସିକୁ ଚିଠି ଲେଖିଛନ୍ତି। ୱେବସାଇଟ୍‌ ସୁରକ୍ଷା ଓ ପରିଚାଳନା ଦାୟିତ୍ୱ ନେବା ପାଇଁ କର୍ତ୍ତୃପକ୍ଷ ଏନ୍‌ଆଇସିକୁ ଅନୁରୋଧ କରିଛନ୍ତି। ପିଜି କାଉନସିଲର ଚେୟାରମ୍ୟାନ୍ ରଞ୍ଜନ ବଳ କହିଛନ୍ତି,“ ଏନ୍‌ଆଇସିକୁ ଆମେ ଚିଠି ଲେଖିସାରିଛୁ। ଖୁବ୍‌ ଶୀଘ୍ର ତାଙ୍କ ପାଖରୁ ଜବାବ ଆସିବା ପରେ ଏନ୍‌ଆଇସି ଆମର ସବୁ କାମ କରିବ।” ସୂଚନାଯୋଗ୍ୟ, ଗତ ୩ ତାରିଖରେ ଉତ୍କଳ […]

university

Rakesh Mallick
  • Published: Wednesday, 18 May 2016
  • , Updated: 18 May 2016, 09:21 AM IST

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୱେବସାଇଟ୍‌ ହ୍ୟାକିଂ ମାମଲାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଜି ନ୍ୟାସନାଲ୍ ଇନଫର ମାଟିକ୍ସ ସେଣ୍ଟର ବା ଏନ୍‌ଆଇସିକୁ ଚିଠି ଲେଖିଛନ୍ତି। ୱେବସାଇଟ୍‌ ସୁରକ୍ଷା ଓ ପରିଚାଳନା ଦାୟିତ୍ୱ ନେବା ପାଇଁ କର୍ତ୍ତୃପକ୍ଷ ଏନ୍‌ଆଇସିକୁ ଅନୁରୋଧ କରିଛନ୍ତି। ପିଜି କାଉନସିଲର ଚେୟାରମ୍ୟାନ୍ ରଞ୍ଜନ ବଳ କହିଛନ୍ତି,“ ଏନ୍‌ଆଇସିକୁ ଆମେ ଚିଠି ଲେଖିସାରିଛୁ। ଖୁବ୍‌ ଶୀଘ୍ର ତାଙ୍କ ପାଖରୁ ଜବାବ ଆସିବା ପରେ ଏନ୍‌ଆଇସି ଆମର ସବୁ କାମ କରିବ।”

ସୂଚନାଯୋଗ୍ୟ, ଗତ ୩ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟର ୱେବସାଇଟ୍‌ ହ୍ୟାକିଂ ହୋଇଥିଲା। ଏହାପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚର ସାଇବର ଥାନାରେ ଅଭିଯୋଗ କରିଥିଲେ। ଜର୍ମାନୀର ଏକ ସର୍ଭର ମାଧ୍ୟମରେ ବିଶ୍ୱବିଦ୍ୟାଳୟର ୱେବସାଇଟ୍ ହ୍ୟାକିଂ କରାଯାଇଥିବା କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଡିଜି ବି.କେ ଶର୍ମା ସୂଚନା ଦେଇଥିଲେ। ତଥ୍ୟ ସଂଗ୍ରହ ପାଇଁ ଲେଟର୍ ଅଫ୍ ରିକ୍ୱେଷ୍ଟ ପନ୍ଥା ନିଆଯିବା ସହ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ମାଧ୍ୟମରେ ଚିଠି କରାଯିବ ବୋଲି ସେ କହିଥିଲେ।

ସପ୍ତାହକ ମଧ୍ୟରେ ଦୁଇ ଥର ଉତ୍କଳ ବିଶ୍ୱବିଦ୍ୟାଳୟର ୱେବସାଇଟ୍‌ ହ୍ୟାକ୍‌ କରାଯିବା ପରେ ଚଳିତବର୍ଷ ଅଫ୍‌ଲାଇନରେ ନାମ ଲେଖାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

Related story