ପରୀକ୍ଷା ଘୁଞ୍ଚାଇଲେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକ ସଂଶୋଧନ ଆଇନ୍‌ (ସିଏଏ), ଦରଦାମ ବୃଦ୍ଧି ଓ ବେକାରୀ ପ୍ରଭୃତି ସମସ୍ୟାକୁ ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍ ପକ୍ଷରୁ ‌ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ବନ୍ଦରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଥିବା ମଞ୍ଚ ପକ୍ଷରୁ କୁହାଯାଇଛି। ତଥାପି ବନ୍ଦକୁ ଲକ୍ଷ୍ୟ କରି ଆସନ୍ତାକାଲି ହେବାକୁ ଥିବା ବିଭିନ୍ନ ପରୀକ୍ଷା, ଉତ୍କଳ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଘୁଞ୍ଚାଇ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ […]

Utkal university

Manoranjan Sial
  • Published: Tuesday, 07 January 2020
  • , Updated: 07 January 2020, 03:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକ ସଂଶୋଧନ ଆଇନ୍‌ (ସିଏଏ), ଦରଦାମ ବୃଦ୍ଧି ଓ ବେକାରୀ ପ୍ରଭୃତି ସମସ୍ୟାକୁ ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍ ପକ୍ଷରୁ ‌ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ବନ୍ଦରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଥିବା ମଞ୍ଚ ପକ୍ଷରୁ କୁହାଯାଇଛି। ତଥାପି ବନ୍ଦକୁ ଲକ୍ଷ୍ୟ କରି ଆସନ୍ତାକାଲି ହେବାକୁ ଥିବା ବିଭିନ୍ନ ପରୀକ୍ଷା, ଉତ୍କଳ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଘୁଞ୍ଚାଇ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି। କାଲି ହେବାକୁ ଥିବା ସମସ୍ତ ପରୀକ୍ଷା ପୁନଃ ନିର୍ଘଣ୍ଟ କରାଯିବ ବୋଲି ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି।

Related story