ଉତ୍କଳ ବିଶ୍ୱବିଦ୍ୟାଳୟକୁ ୧୦୦ କୋଟି ଟଙ୍କାର ଅନୁଦାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ୧୦୦କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବିଶ୍ୱବିଦ୍ୟାଳୟର ୫ ଦିନିଆ ପ୍ଲାଟିନମ୍‌ ଜୁବୁଲି ସମାରୋହକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସବୁସ୍ତରର ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବାକୁ ତାଙ୍କ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର […]

utkal-university

Manoranjan Sial
  • Published: Saturday, 23 November 2019
  • , Updated: 23 November 2019, 07:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ୧୦୦କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବିଶ୍ୱବିଦ୍ୟାଳୟର ୫ ଦିନିଆ ପ୍ଲାଟିନମ୍‌ ଜୁବୁଲି ସମାରୋହକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସବୁସ୍ତରର ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବାକୁ ତାଙ୍କ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ୬ଟି ଉତ୍କର୍ଷ କେନ୍ଦ୍ର ଖୋଲିବା ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ରାଜ୍ୟର ଅଭିବୃଦ୍ଧିରେ ଯୋଗଦାନ ପାଇଁ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେବା ସହ ଉଲ୍ଲେଖନୀୟ ବିକାଶ ପ୍ରକ୍ରିୟାରେ ଭାଗିଦାରୀ ହେବାକୁ କହିଛନ୍ତି। ରାଜ୍ୟର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ ଓ ପଣ୍ଡିତ ଗୋଦାବରୀଶ ମିଶ୍ର ଭଳି ବରପୁତ୍ରମାନେ ରାଜ୍ୟରେ ବୁଦ୍ଧିଜୀବୀ ସମ୍ବଳ ସୃଷ୍ଟି ପାଇଁ ଏହି ବିଶ୍ୱବିଦ୍ୟାଳୟ ମାଧ୍ୟମରେ କଳ୍ପନା କରିଥିଲେ। ଏଭଳି ଶିକ୍ଷା ପ୍ରତିଷ୍ଠାନରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ହେଉଛନ୍ତି ପ୍ରମୁଖ ଅଙ୍ଗ। ଅଧ୍ୟାପନା, ଶିକ୍ଷାଗ୍ରହଣ ହେଉଛି ଚିରାଚରିତ ଓ ବିକାଶଶୀଳ ପ୍ରକ୍ରିୟା। ମ୍ୟାନେଜମେଣ୍ଟ,  ଭିତ୍ତିଭୂମି,  ଶିକ୍ଷାଗ୍ରହଣ ସମ୍ବଳ ଓ ଏପରିକି ପାଠ୍ୟକ୍ରମ ହେଉଛି ଏସବୁର ଅଙ୍ଗ। ଏସବୁ ମାଧ୍ୟମରେ ଗୁଣାତ୍ମକ ମାନବ ସମ୍ବଳ ସୃଷ୍ଟି ହୋଇପାରିଥାଏ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଶ୍ୱବିଦ୍ୟାଳୟର ଡିଜିଟାଲ ଲାଇବ୍ରେରୀ ବିଲଡିଂ ଓ ସେଣ୍ଟ୍ରାଲ ଇନଷ୍ଟ୍ର‌୍ୟୁମେଣ୍ଟାଲ ସେଣ୍ଟରର ଉଦଘାଟନ କରିଥିଲେ। ବିଶ୍ୱବିଦ୍ୟାଳୟର ପାଚେରୀ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଥିଲେ।

ଏହି ଉଦଘାଟନୀ ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତୋ ବାଗଚୀ, ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ ଓ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ବରିଷ୍ଠ ଅଧିକାରୀ ଓ ବହୁ ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Related story