ଉତ୍ତମ ସେବା ପାଇଁ ୨୧ ଜଣଙ୍କୁ ମିଳିବ ପୋଲିସ୍ ପଦକ

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଉତ୍ତମ ସେବା ପାଇଁ ୨୧ ଜଣ ପୋଲିସ୍ ଅଧିକାରୀଙ୍କୁ ପୋଲିସ୍ ପଦକ ପାଇବା ପାଇଁ ଘୋଷଣା କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶା ପୋଲିସ୍ ହାଉସିଂ କର୍ପୋରେସନର ଅଧ୍ୟକ୍ଷ ମନୋଜ କୁମାର ଛାବ୍ରା ରାଷ୍ଟ୍ରପତି ପୋଲିସ୍ ପଦକ ପାଇବେ। ସେହିପରି ଉତ୍ତମ ସେବା ପାଇଁ ଦେବଗଡ଼ର ଡେପୁଟି କମାଣ୍ଡାଣ୍ଟ କାହ୍ନୁଚରଣ ପଟ୍ଟନାୟକ, କଟକ ଡିଏସ୍ପି ସିଷ୍ଟମ ଆନାଲିଷ୍ଟ କୃଷ୍ଣକୁମାର ଦାସ, ବାଲୁଗାଁ ଇନ୍ସପେକ୍ଟର ପ୍ରସନ୍ନ କୁମାର ମଲ୍ଲ, ଏସ୍ଆଇଡବ୍ଳୁ ଏସ୍ଆଇ ମନୋଜ କୁମାର […]

police

Rakesh Mallick
  • Published: Saturday, 15 August 2015
  • , Updated: 15 August 2015, 02:07 AM IST

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଉତ୍ତମ ସେବା ପାଇଁ ୨୧ ଜଣ ପୋଲିସ୍ ଅଧିକାରୀଙ୍କୁ ପୋଲିସ୍ ପଦକ ପାଇବା ପାଇଁ ଘୋଷଣା କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶା ପୋଲିସ୍ ହାଉସିଂ କର୍ପୋରେସନର ଅଧ୍ୟକ୍ଷ ମନୋଜ କୁମାର ଛାବ୍ରା ରାଷ୍ଟ୍ରପତି ପୋଲିସ୍ ପଦକ ପାଇବେ। ସେହିପରି ଉତ୍ତମ ସେବା ପାଇଁ ଦେବଗଡ଼ର ଡେପୁଟି କମାଣ୍ଡାଣ୍ଟ କାହ୍ନୁଚରଣ ପଟ୍ଟନାୟକ, କଟକ ଡିଏସ୍ପି ସିଷ୍ଟମ ଆନାଲିଷ୍ଟ କୃଷ୍ଣକୁମାର ଦାସ, ବାଲୁଗାଁ ଇନ୍ସପେକ୍ଟର ପ୍ରସନ୍ନ କୁମାର ମଲ୍ଲ, ଏସ୍ଆଇଡବ୍ଳୁ ଏସ୍ଆଇ ମନୋଜ କୁମାର ନାଏକ, ଏସ୍ଆଇ ଜନ୍ମେଜୟ ମଲ୍ଲିକ, କଟକ ସିଆଇଡିର ଏସ୍ଆଇ ବିକାଶ ଚନ୍ଦ୍ର ମହାନ୍ତି ପ୍ରମୁଖଙ୍କୁ ପୋଲିସ୍ ପଦକ ପ୍ରଦାନ କରାଯିବ। ସେହିପରି ଜେଲ୍ ବିଭାଗରେ ଉଲ୍ଲେଖନୀୟ ସେବା ପାଇଁ ବାଲେଶ୍ୱର ଜେଲ୍ ସୁପରିଟେଣ୍ଡେଣ୍ଟ ସୁରେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ରାଷ୍ଟ୍ରପତି ଜେଲ୍ ସଂସ୍କାର ସେବା ପଦକ ପ୍ରଦାନ କରାଯିବ।

Related story