କାଲିଠାରୁ ଷ୍ଟିଲ ସିଟିରେ ୧୮ରୁ ୪୪ ବର୍ଷ ବର୍ଗଙ୍କୁ ଟିକା

ରାଉରକେଲା(ପବନ ତିୱାରୀ): ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିମାନଙ୍କୁ ମଙ୍ଗଳବାରଠାରୁ ରାଉରକେଲା ମହାନଗ ନିଗମ(ଆରଏମସି) ଅଞ୍ଚଳରେ କରୋନା ଟିକା ଦିଆଯିବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡ଼ା । ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବର୍ଗରେ ମଙ୍ଗଳବାର ଦିନଠାରୁ ଟିକାକରଣ ଆରମ୍ଭ ହେଉଛି। ଟିକାକରଣ ପାଇଁ ଦିନେ ଛଡ଼ା ଦିନେ ଦିଆଯିବ। ଅନଲାଇନ ପଞ୍ଜୀକରଣ କରି ସ୍ଲଟ୍ ବୁକିଂ କରିଥିବା […]

Vaccine

Vaccine

Manoranjan Sial
  • Published: Monday, 10 May 2021
  • Updated: 10 May 2021, 04:18 PM IST

Sports

Latest News

ରାଉରକେଲା(ପବନ ତିୱାରୀ): ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିମାନଙ୍କୁ ମଙ୍ଗଳବାରଠାରୁ ରାଉରକେଲା ମହାନଗ ନିଗମ(ଆରଏମସି) ଅଞ୍ଚଳରେ କରୋନା ଟିକା ଦିଆଯିବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡ଼ା ।

ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବର୍ଗରେ ମଙ୍ଗଳବାର ଦିନଠାରୁ ଟିକାକରଣ ଆରମ୍ଭ ହେଉଛି। ଟିକାକରଣ ପାଇଁ ଦିନେ ଛଡ଼ା ଦିନେ ଦିଆଯିବ। ଅନଲାଇନ ପଞ୍ଜୀକରଣ କରି ସ୍ଲଟ୍ ବୁକିଂ କରିଥିବା ବ୍ୟକ୍ତିମାନେ ମଙ୍ଗଳବାର, ଗୁରୁବାର ଓ ଶନିବାର ଟିକା ନେଇପାରିବେ।
ସେହିପରି ୪୫ ବର୍ଷରୁ ଅଧିକ ବର୍ଗର ବ୍ୟକ୍ତିମାନେ ବୁଧବାର, ଶୁକ୍ରବା ଓ ସୋମବାରକୁ ଦ୍ୱିତୀୟ ଡୋଜ୍ ଟିକା ନେବେ। ଏହି ବର୍ଗରେ ଅନଲାଇନ୍ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ। ଲୋକମାନେ ନିକଟସ୍ଥ ଟିକାଦାନ କେନ୍ଦ୍ରରେ ପହଞ୍ଚି ସେଠାରେ ଟିକାଦାନ କରିପାରିବେ।

ଟିକାଦାନ ପାଇଁ ରାଉରକେଲା ସହରରେ ୮ଟି କେନ୍ଦ୍ର କରାଯାଇଛି। ରାଉରକେଲା ମହାନଗର ନିଗମ କମିଶନ ଦିବ୍ୟଜ୍ୟୋତି ପରିଡ଼ା ଆଜି ବିଭିନ୍ନ ଟିକାକରଣ କେନ୍ଦ୍ର ବୁଲି ପ୍ରସ୍ତୁତିର ତଦାରଖ କରିଛନ୍ତି। ନିଜର ପାଳି ଅନୁଯାୟୀ ଟିକାଦାନ କେନ୍ଦ୍ରକୁ ଆସିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି। ଟିକାଦାନ କେନ୍ଦ୍ରରେ କୋଭିଡ୍ ନିୟମ ପାଳନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।
ସୂଚନାରୁ ପ୍ରକାଶ, ମହାମାରୀ କରୋନା ଆଜି ସୁନ୍ଦରଗଡ଼ ଜିଲ୍ଲାରୁ 3 ଜୀବନ ନେଇଥିବାବେଳେ 824 ଜଣଙ୍କୁ ଆକ୍ରାନ୍ତ ଚିହ୍ନଟ କରିଛି। ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ 11139 ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos