ଦିନକରେ ୩.୩୨ ଲକ୍ଷ ଲୋକଙ୍କୁ ଟିକା, ଡୋଜ୍ କୋଟିଏ ଟପିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମୁହିକ ଟିକାକରଣ ମାଧ୍ୟମରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ରଣନୀତି ପ୍ରସ୍ତୁତ କରିଥିବାବେଳେ ଆଜିଠୁ କେନ୍ଦ୍ର ସରକାର ସବୁ ବର୍ଗର ଲୋକଙ୍କ ପାଇଁ ଦେଶବ୍ୟାପୀ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ଗୋଟିଏ ଦିନରେ ଓଡ଼ିଶାରେ ୩.୩୨ଲକ୍ଷ ଡୋଜ୍ ଟିକା ଦିଆଯାଇଛି, ଯାହାକି ଏକ ରେକର୍ଡ ହୋଇଥିବାବେଳେ ରାଜ୍ୟରେ ଆଜିସୁଦ୍ଧା କୋଟିଏ ଡୋଜ୍ ଟିକା ଦିଆଯାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ଟ୍ୱିଟ୍ କରି […]

VaccinationDrive

VaccinationDrive

Ordigital Desk
  • Published: Monday, 21 June 2021
  • Updated: 21 June 2021, 10:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମୁହିକ ଟିକାକରଣ ମାଧ୍ୟମରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ରଣନୀତି ପ୍ରସ୍ତୁତ କରିଥିବାବେଳେ ଆଜିଠୁ କେନ୍ଦ୍ର ସରକାର ସବୁ ବର୍ଗର ଲୋକଙ୍କ ପାଇଁ ଦେଶବ୍ୟାପୀ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ଗୋଟିଏ ଦିନରେ ଓଡ଼ିଶାରେ ୩.୩୨ଲକ୍ଷ ଡୋଜ୍ ଟିକା ଦିଆଯାଇଛି, ଯାହାକି ଏକ ରେକର୍ଡ ହୋଇଥିବାବେଳେ ରାଜ୍ୟରେ ଆଜିସୁଦ୍ଧା କୋଟିଏ ଡୋଜ୍ ଟିକା ଦିଆଯାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ଟ୍ୱିଟ୍ କରି ସ୍ୱାସ୍ଥ୍ୟକର୍ମୀମାନଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଆଜି ରାଜ୍ୟବ୍ୟାପୀ ୧୬୧୩ଟି କେନ୍ଦ୍ରରେ ଟିକାଦାନ କରାଯାଇଛି ଓ ଏଥିରେ ୬୫ଟି ସ୍ଥାନରେ କୋଭାକ୍ସିନ୍ ଏବଂ ଅନ୍ୟ ସମସ୍ତ କେନ୍ଦ୍ରରେ କୋଭିଶିଲଡ୍ ଟିକା ଦିଆଯାଇଥିଲା। ଆଜି ଗୋଟିଏ ଦିନରେ ମୋଟ ୩ଲକ୍ଷ ୩୨ହଜାର ୭୧୭ ଡୋଜ୍ ଟିକା ଦିଆଯାଇଛି। ଯାହାକି ଓଡ଼ିଶାରେ ନୂଆ ରେକର୍ଡ। ପ୍ରଥମଥର ପାଇଁ ଏକକାଳୀନ ଏତେ ଲୋକଙ୍କୁ ଟିକା ଦିଆଯାଇଛି। ଆଜି ୧୮ରୁ ୪୪ବର୍ଷ ବୟସର ୨ଲକ୍ଷ ୩୪ହଜାର ୭୯ଜଣଙ୍କୁ ପ୍ରଥମ ଡୋଜ୍ ଓ ୧୮ରୁ ୪୪ବର୍ଷର ୫୦୯୦ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଥିବାବେଳେ ୪୫ବର୍ଷରୁ ଊର୍ଦ୍ଧ୍ୱ ବୟସର ୫୭୩୮୯ଜଣଙ୍କୁ ପ୍ର୍‌ଥମ ଡୋଜ୍ ଏବଂ ୩୩୮୮୯ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ପ୍ରଦାନ କରାଯାଇଛି। ଏମାନଙ୍କ ବ୍ୟତୀତ ୩୭ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଓ ୧୯୫ଜଣଙ୍କୁ ଦ୍ୱିତୀୟ ଡୋଜ୍‌, ଆଗଧାଡ଼ିର ୯୪୬ଜଣ କୋଭିଡ୍ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍ ଓ ୧୦୯୨ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି।

ମୋଟ ଉପରେ ଆଜିସୁଦ୍ଧା ୩,୩୨,୮୮୪ଜଣ(୯୯.୪%) ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଓ ୨୮୧୦୦୯(୮୮.୨%)ଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଥିବାବେଳେ ଆଗଧାଡ଼ିର ୩,୦୮,୧୩୩ଜଣ କୋଭିଡ୍ ଯୋଦ୍ଧା(୧୩୭.୪%)ଙ୍କୁ ପ୍ରଥମ ଡୋଜ୍ ଓ ୧,୮୧,୪୫୬(୮୯.୯)ଙ୍କର ଦ୍ୱିତୀୟ ଡୋଜ୍ ଟିକାକରଣ ହୋଇଛି।
ସେହିପରି ରାଜ୍ୟରେ ଆଜିସୁଦ୍ଧା ୪୫ବର୍ଷରୁ ଊର୍ଦ୍ଧ୍ୱ ମୋଟ ୫୮ଲକ୍ଷ ୪୫ହଜାର ୬୯୦ଜଣଙ୍କୁ ପ୍ରଥମ ଡୋଜ୍ ଓ ୧୮ରୁ ୪୪ବର୍ଷ ବୟସର ୧୬ ଲକ୍ଷ ୪୩ହଜାର ୮୬୬ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ୧୩ଲକ୍ଷ ୧୭ହଜାର ୬୬ଜଣ ୪୫ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକ କୋଭିଟ୍ ଟିକା ସମ୍ପୂର୍ଣ୍ଣ କରିଛନ୍ତି। ଆଜିସୁଦ୍ଧା ମୋଟ ୧କୋଟି ୨୫ହଜାର ୬୨୯ ଡୋଜ୍ ଟିକା ଦିଆସରିଛି । ଆସନ୍ତାକାଲି ୧୨୨୨ଟି କେନ୍ଦ୍ରରେ ଟିକାଦାନ କରାଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି ଯେ, ଟିକାକରଣ କ୍ଷେତ୍ରରେ ଓଡ଼ିଶା ଏକ ଉଦାହରଣ ସୃଷ୍ଟି କରିଛି। ରାଜ୍ୟରେ ୧କୋଟିରୁ ଅଧିକ ଟିକାକରଣ କରାଯାଇଛି । ସମ୍ମୁଖ ଯୋଦ୍ଧାଙ୍କ ସହ ଅନ୍ୟମାନଙ୍କର ଟିକାକରଣ ହୋଇଛି । ଜୀବନ ରକ୍ଷା ଦିଗରେ ସ୍ୱାସ୍ଥ୍ର‌୍ୟକର୍ମୀଙ୍କ ପ୍ରତିବଦ୍ଧତା ପ୍ରଶଂସନୀୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story