ଆମେ ଡଙ୍ଗର ପିଲା: ମାଣ୍ଡିଆ, ପେଜ ଖାଇ ବଞ୍ଚିଛୁ, ଆମର ଟିକା ଦରକାର ନାହିଁ

କଲ୍ୟାଣସିଂହପୁର(ମାଉଡି ବାରିକ): ପୁଣି ନିରାଶ ପ୍ରଶାସନ। ବୁଝାଇବାରେ ଅସଫଳ ହେଲେ ପ୍ରଶାସନିକ ଅଧିକାରୀ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ଅଞ୍ଚଳର ପାରସାଲି ରେ ଆଜି ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କୁ କୋଭିଡ୍ ଟିକା କରଣ କରିବାର ଥିଲା କିନ୍ତୁ କେହି ହେଲେ ଆସିଲେନାହିଁ ଟିକା କରଣ କେନ୍ଦ୍ରକୁ। ଟେବୁଲ୍ ଉପରେ ଭେକସିନ ବକ୍ସ ଓ ଟିକା କରଣ ସରଞ୍ଜାମ, ପୁରା ପ୍ରସ୍ତୁତ ହେଇ ନିକଟରେ ବସିଥିଲେ କର୍ମଚାରୀ । କିନ୍ତୁ ଜଣେ ହେଲେ ଟୀକା […]

dangarea kandha

dangarea kandha

Tapas Behera
  • Published: Monday, 24 May 2021
  • Updated: 24 May 2021, 09:41 PM IST

Sports

Latest News

କଲ୍ୟାଣସିଂହପୁର(ମାଉଡି ବାରିକ): ପୁଣି ନିରାଶ ପ୍ରଶାସନ। ବୁଝାଇବାରେ ଅସଫଳ ହେଲେ ପ୍ରଶାସନିକ ଅଧିକାରୀ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ଅଞ୍ଚଳର ପାରସାଲି ରେ ଆଜି ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କୁ କୋଭିଡ୍ ଟିକା କରଣ କରିବାର ଥିଲା କିନ୍ତୁ କେହି ହେଲେ ଆସିଲେନାହିଁ ଟିକା କରଣ କେନ୍ଦ୍ରକୁ।

ଟେବୁଲ୍ ଉପରେ ଭେକସିନ ବକ୍ସ ଓ ଟିକା କରଣ ସରଞ୍ଜାମ, ପୁରା ପ୍ରସ୍ତୁତ ହେଇ ନିକଟରେ ବସିଥିଲେ କର୍ମଚାରୀ । କିନ୍ତୁ ଜଣେ ହେଲେ ଟୀକା କନେବାକୁ କେହି ଆସି ନଥିଲେ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ ଅଞ୍ଚଳ ପାରସାଲିର କ ଏମିତି ଦୃଶ୍ୟ ଦେଖିବାକୁ ମିଳି ଥିଲା ।

ଆଜି ନିୟମଗିରି ବସବାସ କରୁଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କୁ ଟୀକାକରଣ କରିବାକୁ ସ୍ୱତନ୍ତ୍ର କ୍ୟାମ୍ପ କରିଥିଲେ । କିନ୍ତୁ କେହି ହେଲେ ଜଣେ ଟିକା ନେବାକୁ ଆସିଲେନି । ମନା କରିଦେଲେ । ଫଳରେ ନିରାଶ ହୋଇ ଫେରିଆସିଲେ ମେଡିକାଲ୍ ଟିମ୍। ଗତ କିଛିଦିନ ପୂର୍ବରୁ ଟିକାକରଣ ନିମନ୍ତେ ସ୍ଥାନୀୟ ମହିଳା  ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି ଓ ଆଶାକର୍ମୀ ଘରଘରକୁ ଜାଇ ଲୋକଙ୍କୁ ଟିକା ନେବା ପାଇଁ ବୁଝାସୁଝା କରିଥିଲେ ଓ ଲୋକେ ରାଜି ବି ଥିଲେ ।

କିନ୍ତୁ ଆଜି ସକାଳୁ ଡାକିବାକୁ ଯାଇଥିବା କର୍ମଚାରୀଙ୍କୁ ନାହିଁ ନଥିବା ଗାଳିଗୁଲଜ କରି ଫେରାଇ ଦେଇଥିଲେ ଓ ଯୁକ୍ତି କରିଥିଲେ କି ଆମେ ଡଙ୍ଗରର ପିଲା । କୁସୂଳାଭାତ, ମାଣ୍ଡିଆ ପେଜ ଖାଇ ଜଙ୍ଗଲରେ ବଞ୍ଚିଛୁ । ଆମର କଛି ହେବନାହିଁ । ପରେ ଆଇ.ଟି.ଡି.ଏ ପ୍ରକଳ୍ପ ପ୍ରଶାସକ ଟୁକୁ ବାରିକ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁଚାରଣ ନାୟକ ଜାଇ ବୁଝାସୁଝା କରିବାକୁ ଚେଷ୍ଟା କରି ନିରାଶ ହେବାକୁ ପଡ଼ିଥିଲା। ତେବେ  ବୁଝାସୁଝା କରି ବିଫଳ ହେବା କଥାକୁ ସ୍ୱୀକାର କରିଛନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ସଫଳ ହେବୁ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos