ଏବେ କେବଳ ୫ ମହାନଗରରେ ହେବ ଟିକାକରଣ: ଅନ୍ୟ ଜିଲ୍ଲାରେ ସ୍ଥିତି ସଙ୍ଗୀନ, ତଥାପି ହେବ ପରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ୧୮ରୁ ୪୪ବର୍ଷ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ କାର୍ଯ୍ୟକ୍ରମ କେବଳ ୫ଟି ମହାନଗର ନିଗମରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବୟସର ବ୍ୟକ୍ତିଙ୍କୁ ଏବେ ରାଜଧାନୀ ଭୁବନେଶ୍ୱରରେ ଟିକା ଦିଆଯାଉଛି ଓ ବାକି ୪ଟି ମହାନଗର ନିଗମ କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ସରକାର ତୁରନ୍ତ ଆରମ୍ଭ କରିବାକୁ ଯାଉଛନ୍ତି। ଟିକା ଆମଦାନୀ ପରିମାଣରେ ସୁଧାର ଆସିଲେ ଅନ୍ୟ ଜିଲ୍ଲାରେ ଏହି ଟିକାକରଣ […]

Vaccine

Vaccine

Ordigital Desk
  • Published: Saturday, 08 May 2021
  • Updated: 08 May 2021, 09:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ୧୮ରୁ ୪୪ବର୍ଷ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ କାର୍ଯ୍ୟକ୍ରମ କେବଳ ୫ଟି ମହାନଗର ନିଗମରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବୟସର ବ୍ୟକ୍ତିଙ୍କୁ ଏବେ ରାଜଧାନୀ ଭୁବନେଶ୍ୱରରେ ଟିକା ଦିଆଯାଉଛି ଓ ବାକି ୪ଟି ମହାନଗର ନିଗମ କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ସରକାର ତୁରନ୍ତ ଆରମ୍ଭ କରିବାକୁ ଯାଉଛନ୍ତି। ଟିକା ଆମଦାନୀ ପରିମାଣରେ ସୁଧାର ଆସିଲେ ଅନ୍ୟ ଜିଲ୍ଲାରେ ଏହି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସରକାର କହିଛନ୍ତି। ତେବେ ଅନ୍ୟ ଜିଲ୍ଲାରେ ସ୍ଥିତି ସଙ୍ଗୀନ ଥିବାବେଳେ ଅପେକ୍ଷାକୃତ ଭଲ ସ୍ଥିତିରେ ଥିବା ବ୍ରହ୍ମପୁର ମହାନଗର ନିଗମରେ ଟିକାକରଣକୁ ପ୍ରାଥମିକତା ଦେବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ୫ଟି ମହାନଗର ନିଗମର କମିଶନର ଓ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି କହିଛନ୍ତି ଯେ, ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରେ ୧୮ରୁ ୪୪ବର୍ଷ ବୟସର ଲୋକଙ୍କ କୋଭିଡ୍‌-୧୯ ଟିକାକରଣ ପାଇଁ ଟିକା କ୍ରୟ ପ୍ର୍ରକିୟା ଆରମ୍ଭ କରିଛନ୍ତି। ଟିକା ଉତ୍ପାଦନକାରୀ କମ୍ପାନୀ ଏବେ କମ୍ ପରିମାଣରେ ଟିକା ଯୋଗାଣ କରୁଥିବାରୁ କେବଳ ୫ଟି ମହାନଗର ନିଗମ ଅଂଚଳରେ ୧୮ରୁ ୪୪ବର୍ଷ ବୟସର ବ୍ୟକ୍ତିଙ୍କ ଟିକାକରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ମହାନଗର ନିଗମ ଅଂଚଳରେ କୋଭିଡ୍ ସଂକ୍ରମଣ ମାମଲା ଅଧିକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଅବଶ୍ୟ ଟିକା ଯୋଗାଣରେ ସୁଧାର ଆସିଲେ ଅନ୍ୟ ଜିଲ୍ଲାକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ୧୮ରୁ ୪୪ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ ରେଖାଙ୍କିତ କରାଯାଇ ଟିକା ପଠାଗଲେ ସମ୍ପୃକ୍ତ ଜିଲ୍ଲା ଅବା ମହାନଗର ନିଗମ ଏହାକୁ ସରକାରୀ ଟିକାକରଣ କେନ୍ଦ୍ରରେ ଉକ୍ତ ବୟସର ବ୍ୟକ୍ତିଙ୍କୁ ଟିକା ଦେବା କାର୍ଯ୍ୟ ଆରମ୍ଭ କରିବେ। ୧୮ରୁ ୪୪ବର୍ଷ ବୟସର ଲୋକଙ୍କୁ ସକାଳ ୮ଟାରୁ ଦିନ ୧ଟା ଏବଂ ୪୫ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକାକରଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଟିକାର ହିସାବ (କେନ୍ଦ୍ରୀୟ ଯୋଗାଣ ଓ ରାଜ୍ୟ ଯୋଗାଣ) ମଧ୍ୟ ସଠିକ୍ ଭାବେ ରଖିବାକୁ ପରାମର୍ଶ ଦେଇଛନ୍ତି।

ଏହାବ୍ୟତୀତ ଘରୋଇ ହସ୍ପିଟାଲ ପରିସରରେ ସରକାରୀ ଟିକାକରଣ କେନ୍ଦ୍ର ସ୍ଥାପନ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାରୁ ୧୮ରୁ ୪୪ବର୍ଷ ବୟସର ଲୋକଙ୍କୁ ଏଠାରେ ଟିକା ପ୍ରଦାନ କରାଯାଇ ପାରିବ । ଘରୋଇ ହସ୍ପିଟାଲଗୁଡ଼ିକୁ ରାଜ୍ୟ ସରକାର ମାଗଣାରେ ଟିକା ଯୋଗାଇ ଦେବେ ଓ ସମ୍ପୃକ୍ତ ଘରୋଇ ହସ୍ପିଟାଲ ପ୍ରତି ଡୋଜ୍ ପିଛା ୧୦୦ଟଙ୍କା ସର୍ଭିସ ଚାର୍ଜ ରଖି ଏହି ଟିକା ଲୋକଙ୍କୁ ଦେବେ। ସରକାର ମାଗଣାରେ ଟିକା ଦେଉଥିଲେ ମଧ୍ୟ ଘରୋଇ ହସ୍ପିଟାଲଗୁଡ଼ିକ କେବଳ ସର୍ଭିସ ଚାର୍ଜ ନେବେ। ତେବେ ଏଥିପାଇଁ ଘରୋଇ ହସ୍ପିଟାଲଗୁଡ଼ିକୁ ସରକାରଙ୍କ ସହ ନିର୍ଦ୍ଦିଷ୍ଟ ଫର୍ମାଟରେ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପଡ଼ିବ। ଘରୋଇ ହସ୍ପିଟାଲ ନିଜେ ଯେଉଁଦିନ ଟିକା ଆମଦାନୀ କରିବେ, ସେହିଦିନଠୁ ଏହି ମାଗଣା ଟିକାକରଣ କାର୍ଯ୍ୟକ୍ରମ ସେଠାରେ ବନ୍ଦ କରାଯିବ ବୋଲି ଶ୍ରୀ ମହାପାତ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ କୋଭିଡ୍ ଡ୍ୟାସବୋର୍ଡ ଅନୁସାରେ ଏବେ ଖୋର୍ଦ୍ଧା ଜିଲ୍ଲା(ଭୁବନେଶ୍ୱର ମହାନଗରକୁ ମିଶାଇ) ସର୍ବାଧିକ ୧୩୦୨୫ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ସୁନ୍ଦରଗଡ଼ (ରାଉରକେଲା ମହାନଗର)ରେ ୧୦୧୨୧ଜଣ, କଟକ ଜିଲ୍ଲା (କଟକ ମହାନଗରକୁ ମିଶାଇ) ୬୬୭୭ଜଣ ସକ୍ରିୟ ସଂକ୍ରମିତ, ସମ୍ବଲପୁର ଜିଲ୍ଲା(ସମ୍ବଲପୁର ମହାନଗର)ରେ ୪୧୮୪ଜଣ ସକ୍ରିୟ ସଂକ୍ରମିତ, ଗଞ୍ଜାମ ଜିଲ୍ଲା(ବ୍ରହ୍ମପୁର ମହାନଗରକୁ ମିଶାଇ) ୧୬୨୫ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

ତେବେ ବରଗଡ଼ ଜିଲ୍ଲାରେ ୪୦୮୪ଜଣ, ଅନୁଗୁଳ ଜିଲ୍ଲାରେ ୩୪୬୩ଜଣ, ପୁରୀ ଜିଲ୍ଲାରେ ୩୩୪୮ଜଣ, କଳାହାଣ୍ଡିରେ ୩୧୯୧ଜଣ, ନବରଙ୍ଗପୁରରେ ୨୮୮୧ଜଣ, ଝାରସୁଗୁଡ଼ାରେ ୨୭୦୧ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ତଥାପି ଏସବୁ ଜିଲ୍ଲାଗୁଡ଼ିକରେ ଟିକା ଆସିଲେ ଟିକାକରଣ କରାଯିବ ବୋଲି ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story