ରଜ ବଜାରରେ ପରିବା ଦର ଆକାଶ ଛୁଆଁ

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜ ଅବସରରେ ପରିବା ଦର ଆଶାତୀତ ଭାବେ ବଢି ଯାଇଛି। ସପ୍ତାହ ମଧ୍ୟରେ ଅଧିକାଂଶ ପରିବାରର ଦର ଦେଢରୁ ଦୁଇଗୁଣା ମହଙ୍ଗା ହୋଇଯାଇଛି। ଭୁବନେଶ୍ୱର ୪ ନମ୍ବର ମାର୍କେଟରେ ବାଇଗଣ କିଲୋଗ୍ରାମ ପ୍ରତି ୬୦ ଟଙ୍କା, କଲରା ୬୦, ପୋଟଳ ୮୦, ଭେଣ୍ଡି ଆଉ କୁନ୍ଦୁରୀ ୪୦ ଟଙ୍କା କେଜି ପ୍ରତି ରହୁଛି। କଟକର ସବୁଠାରୁ ବଡ ପରିବା ମଣ୍ଡି ଛାତ୍ର ବଜାରରେ ଦର ସାମାନ୍ୟ କମ୍‌ ରହିଛି। ତଥାପି ଦରକୁ ନେଇ […]

vagitable

Rakesh Mallick
  • Published: Wednesday, 15 June 2016
  • , Updated: 15 June 2016, 10:20 PM IST

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜ ଅବସରରେ ପରିବା ଦର ଆଶାତୀତ ଭାବେ ବଢି ଯାଇଛି। ସପ୍ତାହ ମଧ୍ୟରେ ଅଧିକାଂଶ ପରିବାରର ଦର ଦେଢରୁ ଦୁଇଗୁଣା ମହଙ୍ଗା ହୋଇଯାଇଛି। ଭୁବନେଶ୍ୱର ୪ ନମ୍ବର ମାର୍କେଟରେ ବାଇଗଣ କିଲୋଗ୍ରାମ ପ୍ରତି ୬୦ ଟଙ୍କା, କଲରା ୬୦, ପୋଟଳ ୮୦, ଭେଣ୍ଡି ଆଉ କୁନ୍ଦୁରୀ ୪୦ ଟଙ୍କା କେଜି ପ୍ରତି ରହୁଛି।

କଟକର ସବୁଠାରୁ ବଡ ପରିବା ମଣ୍ଡି ଛାତ୍ର ବଜାରରେ ଦର ସାମାନ୍ୟ କମ୍‌ ରହିଛି। ତଥାପି ଦରକୁ ନେଇ ଖାଉଟି ଚିନ୍ତାରେ ଅଛନ୍ତି।

ବ୍ୟବସାୟୀଙ୍କ କହିବା କଥା ହେଲା ରାଜ୍ୟରେ ଶୀତଳଭାଣ୍ଡର ଅଭାବ ଯୋଗୁଁ ଅମଳ ସମୟରେ ପରିବା ଗଚ୍ଛିତ ରଖାଯାଇପାରୁ ନାହିଁ। ପରେ ପରିବା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଏହି କାରଣରୁ ବର୍ଷର ଅଧିକାଂଶ ସମୟ ରାଜ୍ୟରେ ପରିବା ଦର ଅଧିକ ରହୁଛି। ଫଳରେ ବାହାର ରାଜ୍ୟର ବ୍ୟବସାୟୀଙ୍କ ପ୍ରଭାବ ଆମ ପରିବା ମାର୍କେଟ ଉପରେ ଦେଖିବାକୁ ମିଳୁଛି।

ଜଣେ ଗୃହିଣୀ କହିଛନ୍ତି, “ ପରିବା ଦର ଏପରି ବୃଦ୍ଧି ପାଇବା ବହୁତ ବାଧୁଛି। ଏପରି ଦର ବୃଦ୍ଧି ଯୋଗୁଁ ରାଜଧାନୀରେ ପରିବାର ସହ ରହି ଘର ଚଳେଇବା କଷ୍ଟକର ହୋଇପଡିଲାଣି।”

କଟକର ଶୈଳେନ୍ଦ୍ର ବଳ କହିଛନ୍ତି, “ରଜ ବଜାରରେ ବିଲାତି ୬୦ ଟଙ୍କା, ବନ୍ଧାକୋବି କେଜି ୪୦, ଫୁଲକୋବି ଗୋଟା ୬୦ ଟଙ୍କା, କଲରା କେଜି ୪୦ ଟଙ୍କା ଓ ଭେଣ୍ଡି କେଜି ୩୦ ଟଙ୍କା ରହିଛି। ରଜ ବଜାରରେ ଏପରି ମହଙ୍ଗା ମାଡ ପକେଟ୍‌କୁ ବାଧୁଛି।”

ଭୁବନେଶ୍ୱର ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ କହିଛନ୍ତି, “କଖାରୁ କେଜି ପ୍ରତି ୨୫ ଟଙ୍କା ଓ ବିଲାତି ୮୦ ଟଙ୍କା ଥିବା ବେଳେ ଅନ୍ୟ ପରିବା ଦାମ କେଜି ପ୍ରତି ୫୦ ଟଙ୍କା ଉପରେ ରହିଛି। କେତେ ଟଙ୍କା ପେନ୍‌ସନ୍‌ ପାଇବୁ ଯେ ତଟକା ପରିବା କିଣିକି ଖାଇବୁ।”

ୟୁନିଟ୍‌-୪ ହାଟ ବ୍ୟବସାୟୀ ସଂଘ ସଭାପତି ବିରଞ୍ଚି ନାରାୟଣ ମିଶ୍ର କହିଛନ୍ତି, “ରଜ ସମୟରେ ବର୍ଷାପବନ ହୋଇ ଫସଲ ନଷ୍ଟ ହୋଇଯାଇଥାଏ। ଅମଳ ସମୟରେ ଚାଷୀଙ୍କ ପରିବା ରଖିବାକୁ ଶୀତଳଭଣ୍ଡାର ନାହିଁ। ତେଣୁ ପରିବା ନଷ୍ଟ ହୋଇଯିବା ଆଶଙ୍କା ଥିବାରୁ ଚାଷୀ ଅମଳ ପରିବା ଶାଗମାଛ ଦରରେ ବିକ୍ରି କରିଦେଇଥାନ୍ତି।”

Related story