ଏମିତି ଢଙ୍ଗରେ ପାଳିଲେ ଭାଲେଣ୍ଟାଇନ୍ସ ଡେ: ଆପଣ ବି କହିବେ, ପ୍ରେମ କରିବ ତ ଏମିତି

ନୟାଗଡ଼ (ଓଡ଼ିଶା ରିପୋର୍ଟର): ଆଜି ଦିନଟିକୁ କିଛି ଯୁବକ ଯୁବତୀ ଭାଲେଣ୍ଟାଇନ୍ସ ଡେ ଭାବେ ପାଳନ କରୁଛନ୍ତି। ଏହି ମୌକାରେ ଅଧିକାଂଶ ନିଜ ପ୍ରେମିକ ବା ପ୍ରେମିକାଙ୍କ ପାଖରେ ପ୍ରେମ ଜଣେଇବା ସହ ପ୍ରେମ ସଂପର୍କକୁ ପାଳନ କରିଛନ୍ତି। କିନ୍ତୁ ଏମିତିବି କିଛି ଯୁବକ ଯୁବତୀ ଅଛନ୍ତି, ଯେଉଁମାନେ ଭାଲେଣ୍ଟାଇନ୍ସ ଦିବସକୁ ନୂଆ ଢଙ୍ଗରେ ପାଳନ କରିବାକୁ ଯୋଜନା କରୁଛନ୍ତି, ପାଳିଛନ୍ତି ମଧ୍ୟ। ଭେଟନ୍ତୁ ନୟାଗଡ଼ର ସେମିତି କିଛି ପ୍ରଗତିଶୀଳ ଯୁବକଙ୍କୁ। ନୟାଗଡ଼ର କିଛି ଯୁବକ ଆଜି […]

Prema

Ordigital Desk
  • Published: Wednesday, 14 February 2018
  • , Updated: 14 February 2018, 04:26 PM IST

ନୟାଗଡ଼ (ଓଡ଼ିଶା ରିପୋର୍ଟର): ଆଜି ଦିନଟିକୁ କିଛି ଯୁବକ ଯୁବତୀ ଭାଲେଣ୍ଟାଇନ୍ସ ଡେ ଭାବେ ପାଳନ କରୁଛନ୍ତି। ଏହି ମୌକାରେ ଅଧିକାଂଶ ନିଜ ପ୍ରେମିକ ବା ପ୍ରେମିକାଙ୍କ ପାଖରେ ପ୍ରେମ ଜଣେଇବା ସହ ପ୍ରେମ ସଂପର୍କକୁ ପାଳନ କରିଛନ୍ତି। କିନ୍ତୁ ଏମିତିବି କିଛି ଯୁବକ ଯୁବତୀ ଅଛନ୍ତି, ଯେଉଁମାନେ ଭାଲେଣ୍ଟାଇନ୍ସ ଦିବସକୁ ନୂଆ ଢଙ୍ଗରେ ପାଳନ କରିବାକୁ ଯୋଜନା କରୁଛନ୍ତି, ପାଳିଛନ୍ତି ମଧ୍ୟ। ଭେଟନ୍ତୁ ନୟାଗଡ଼ର ସେମିତି କିଛି ପ୍ରଗତିଶୀଳ ଯୁବକଙ୍କୁ।

ନୟାଗଡ଼ର କିଛି ଯୁବକ ଆଜି ଦିନଟିକୁ ସ୍ମରଣୀୟ କରିବାକୁ ଏକ ନୂଆ ବାଟ ବାହାର କରିଥିଲେ। ଏମାନେ ସକାଳୁ ବୁଲି ବୁଲି ନୟାଗଡ଼ ସହରର ବିଭିନ୍ନ ଛକରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଗୁଡ଼ିକର ଯତ୍ନ ନେଇଥିଲେ। ଅର୍ଥାତ୍ ଦୈନିକ ସଫାସୁତର କରାଯାଉ ନଥିବାରୁ ମୂର୍ତ୍ତି ଗୁଡ଼ିକ ଅପରିଷ୍କାର ହୋଇଯାଇଥିଲା। ଏହି ଯୁବକମାନେ ବୁଲି ବୁଲି ମୂର୍ତ୍ତି ଗୁଡ଼ିକରୁ ଧୂଳି ଝାଡ଼ିବା ସହ ତାକୁ ପାଣିରେ ଧୋଇ ସଫା କରିଥିଲେ। ତା ପରେ ନୂଆ ଫୁଲମାଳ କିଣି ମହାପୁରୁଷ ମାନଙ୍କ ବେକରେ ପିନ୍ଧାଇଥିଲେ। ପିଲାମାନଙ୍କର ଏପରି କାର୍ଯ୍ୟ ଦେଖି ନୟାଗଡ଼ ସହରର ବୁଦ୍ଧିଜୀବି ଓ ସାଧାରଣ ଲୋକେ ଖୁବ୍ ପ୍ରଶଂସା କରିଛନ୍ତି। ଛାତ୍ରନେତା ଶିବରାମ ମହାପାତ୍ରଙ୍କ ନେତୃତ୍ୱରେ ଶିବ ସୁନ୍ଦର ସାହୁ, ସ୍ୱୟମ୍‌ଜିତ୍ ପଟ୍ଟନାୟକ, ରଜତ ପଣ୍ଡା, ବିଶ୍ୱଜିତ ପ୍ରଧାନ, ସୁଧାଂଶୁ କୁମାର ସାହୁ, ଅଜୟ ପଲେଇ, ବିଶୁଦ୍ଧାନନ୍ଦ ଖିଲାର ଓ ଭାରତ ଭୂଷଣ ଦାଶ ପ୍ରମୁଖ ଏହି ମହନୀୟ କାର୍ଯ୍ୟ କରିଥିଲେ।

ଭାଲେଣ୍ଟାଇନ୍ ଡେ ର ଅର୍ଥ ହେଲା ପ୍ରେମ ଦିବସ। କିଏ ନିଜ ପ୍ରେମିକ ପ୍ରେମିକାଙ୍କୁ ପ୍ରେମ କରୁଥିବା ବେଳେ, ଏହି ପ୍ରଗତିଶୀଳ ଯୁବକ ଯୁବତୀମାନେ ସମାଜସେବା ଓ ମହାପୁରୁଷମାନଙ୍କ ପ୍ରତି ସେମାନଙ୍କର ପ୍ରେମ ଭାବ ପ୍ରକଟ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି।

Related story