ଥାନାରେ ବର୍ଷା, ଅନୁଭବଙ୍କ ଘରେ ପୁଲିସ

କଟକ(ଓଡ଼ିଶା ରିପୋର୍ଟର): ପୁଣି ଥାନାକୁ ଗଲେ ବର୍ଷା ପ୍ରିୟଦର୍ଶିନୀ। ପୁରୀଘାଟ ଥାନାରେ ଆଉଥରେ ଅଭିଯୋଗ କଲେ। ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ। ଅନୁଭବ ମହାନ୍ତିଙ୍କ ସହ ତାଙ୍କର ୨ ସହଯୋଗୀଙ୍କ ନାଁରେ ଅଭିଯୋଗ ହୋଇଛି। ଗତକାଲି  ରାତିରେ ରୁମ୍‌ରେ ଅନୁଭବ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି। ଫଳରେ ରାସ୍ତାରେ ଏକ ଘଣ୍ଟା ଛିଡ଼ା ହୋଇ ରହିଥିବା ବର୍ଷାଙ୍କ ଅଭିଯୋଗ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅନୁଭବ ଘରେ ରହିବାକୁ ବାଧା ଦେଉଥିବା ଅଭିଯୋଗ କରିଛନ୍ତି ବର୍ଷା। ଏତଲା ପରେ ଅନୁଭବ ମହାନ୍ତିଙ୍କ ଘରେ ପୁଲିସ ପହଞ୍ଚିଛି।

ଦୁଇ ଦିନ ପୂର୍ବରୁ ଦୁହେଁ ପରସ୍ପରକୁ ଆକ୍ଷେପ କରୁଥିବାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେବା ପରେ ଏନେଇ ଗତକାଲି ବିଳମ୍ବିତ ରାତିରେ ପୁରୀଘାଟ ଥାନାରେ ଲିଖତ ଅଭିଯୋଗ କରିଛନ୍ତି ବର୍ଷା।

୨ ଦିନ ତଳେ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଓ ଏହାର ଭିଡିଓ ଭାଇରାଲ ହୋଇଥିଲା। ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିବା ପାଇଁ ତଥା ତାଙ୍କୁ ବଦନାମ କରିବାକୁ ଏହି ଭିଡିଓକୁ ଭାଇରାଲ କରାଯାଇଥିବା ଅଭିଯୋଗ କରିଛନ୍ତି ବର୍ଷା।

ଭାଇରାଲ ହୋଇଥିବା ଭିଡିଓରେ କେବଳ ଅନୁଭବଙ୍କୁ ଦେଖିବାକୁ ମିଳିଛି। ହେଲେ ଭିଡିଓରେ ଚାଲିଥିବା ଯୁକ୍ତିତର୍କରୁ ତାଙ୍କ ପାଖରେ ବର୍ଷା ମଧ୍ୟ ଅଛନ୍ତି ବୋଲି ଅନୁମାନ କରାଯାଉଛି। ଭାଇରାଲ ହୋଇଥିବା ଏହି ଭିଡିଓରେ ବର୍ଷା କହୁଛନ୍ତି, ତମେ ଯାହା କରୁଛ ‘ଅଲ୍ ଦି ବେଷ୍ଟ’। ଜବାବରେ ଅନୁଭବ କହୁଛନ୍ତି, ମୋତେ ତମେ ଅଲ୍ ଦି ବେଷ୍ଟ କହିବା ଦରକାର ନାହିଁ। ମୋ ପାଖରେ ବାପା-ମାଆଙ୍କର ଆଶୀର୍ବାଦ ଅଛି। ପୃଥିବୀରେ କେହି ହରାଇ ପାରିବେନି। ଲକ୍ଷେ ବର୍ଷା ଆସିଲେ ବି ହରାଇପାରିବେନି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।