ଭେଦିବେ ଅଭେଦ୍ୟ ଗଡ଼? ଓଡ଼ିଶା ପାଇଁ କ’ଣ ରହିଛି ଶାହଙ୍କ ସିକ୍ରେଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା କେମିତି ହେବ ବିଜେପିର ଅଭେଦ୍ୟ ଗଡ଼? ଅମିତ ଶାହଙ୍କ ଅଧୁରା କାମକୁ କେମିତି ପୂରଣ କରିବେ ଜେ.ପି ନ଼ଡ୍ଡା ?  ସଂଗଠନ ସୁଦୃଢ ସହ ବିଜେଡି ବିରୋଧରେ ଆଭିମୁଖ୍ୟକୁ ଶାଣିତ କରିବ କି ଦଳ ? ଗତକାଲି ଓଡ଼ିଶା ଜନସମ୍ବାଦ ଭର୍ଚୁଆଲ ରାଲିରେ ଶାହଙ୍କ ଅଭେଦ୍ୟ ଗଡ଼ ଆହ୍ୱାନ ପରେ ଏମିତି କିଛି ପ୍ରଶ୍ନ ଠିଆ  ହୋଇଛି । ତେବେ ପଞ୍ଚାୟତ ନିର୍ବାଚନକୁ ଦୁଇ ବର୍ଷ ଓ ସାଧାରଣ ନିର୍ବାଚନକୁ ୪ ବର୍ଷ […]

amit-1-1

amit-1-1

Tapas Behera
  • Published: Tuesday, 09 June 2020
  • Updated: 09 June 2020, 08:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା କେମିତି ହେବ ବିଜେପିର ଅଭେଦ୍ୟ ଗଡ଼? ଅମିତ ଶାହଙ୍କ ଅଧୁରା କାମକୁ କେମିତି ପୂରଣ କରିବେ ଜେ.ପି ନ଼ଡ୍ଡା ?  ସଂଗଠନ ସୁଦୃଢ ସହ ବିଜେଡି ବିରୋଧରେ ଆଭିମୁଖ୍ୟକୁ ଶାଣିତ କରିବ କି ଦଳ ? ଗତକାଲି ଓଡ଼ିଶା ଜନସମ୍ବାଦ ଭର୍ଚୁଆଲ ରାଲିରେ ଶାହଙ୍କ ଅଭେଦ୍ୟ ଗଡ଼ ଆହ୍ୱାନ ପରେ ଏମିତି କିଛି ପ୍ରଶ୍ନ ଠିଆ  ହୋଇଛି । ତେବେ ପଞ୍ଚାୟତ ନିର୍ବାଚନକୁ ଦୁଇ ବର୍ଷ ଓ ସାଧାରଣ ନିର୍ବାଚନକୁ ୪ ବର୍ଷ ଥିବା ବେଳେ ବିଜେପି ତାର ଆଭିମୁଖ୍ୟ ଓ ରଣନୀତିରେ ବଡ଼ ପରିବର୍ତ୍ତନ ଆଣିବା ନେଇ ଶାହଙ୍କ ସନ୍ଦେଶ, ସଙ୍କେତ ଦେଇଥିବା ଚର୍ଚ୍ଚା ହେଉଛି ।

ଶାହଙ୍କ ସ୍ୱପ୍ନ ଥିଲା ମିଶନ ୧୨୦ । ହେଲେ ଦଳ ୨୩ରେ ସୀମିତ ରହିଲା । ହେଲେ ଲୋକସଭାର ୮ ଆସନ ଓ ୯୧ ଲକ୍ଷ ଭୋଟକୁ  ଆଧାର କରି ପୁଣି ଗଡ଼ ଜୟର ଆହ୍ୱାନ ଦେଇଛନ୍ତି ଅମିତ ଶାହ। ଶାହଙ୍କ ମନ୍ତ୍ର ଦଳର କର୍ମୀଙ୍କ ଭିତରେ ଯୋଶ ବି ଭରିଛି । ତେବେ ଏଥିପାଇଁ କଣ ହେବ ଦଳର ରଣନୀତି? ମୋଦିଙ୍କ ସଫଳତାର ଗାଥାକୁ ନେଇ ଲୋକଙ୍କ ପାଖକୁ ଯିବା ପାଇଁ  ରୋଡ ମ୍ୟାପ ପ୍ରସ୍ତୁତ କରିଛି ରାଜ୍ୟ ବିଜେପି । ଆସନ୍ତାକାଲିଠାରୁ ମାସେ ଧରି  ପ୍ରତି ବୁଥକୁ ଯିବେ ଦଳୀୟ ନେତା । ସମାଜିକ ଦୂରତା ରଖି ବୁଥର ୧୦୦ ପରିବାର ପାଖରେ ଦୁଇ ଜଣ ନେତା ପହଁଞ୍ଚାଇବେ ମୋଦିଙ୍କ ଚିଠି ଓ ଏ ପ୍ରଚାରପତ୍ର ବଷର୍କରେ ଓଡିଶା କେନ୍ଦ୍ରଠାରୁ କି କି ସହାୟତା ପାଇଛି ଏଥିରେ ରହିଛି ତାର  ପୁରା ହିସାବ।

ତେବେ ଲୋକଙ୍କ ପାଖକୁ ଗଲା ବେଳେ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ଆସ୍ଥାନ ଜମାଇ ଥିବା ବିଜେଡିର ଦୋଷ ଦୁର୍ବଳତା ବଖାଣିବେ କି ଦଳୀୟ ନେତା?  ପ୍ରସ୍ତୁତ ଖସଡାରେ ଏହା ସ୍ଥାନ ପାଇଛି କି ନାହିଁ ସେ ନେଇ ନେତା କିନ୍ତୁ ସ୍ପଷ୍ଟ କରୁନାହାଁନ୍ତି । ଏପଟେ ନିର୍ବାଚନ ପରଠାରୁ ବିଜେଡି ସହ ବିଜେପିର ପୂର୍ବ ତିକ୍ତତା ଆଉ ନାହିଁ । କେନ୍ଦ୍ର ଓ ରାଜ୍ୟ କାନ୍ଧରେ କାନ୍ଧ ମିଶାଇ କାମ କରିବାର ଅନେକ ନଜିର୍ ଦେଖିଲେଣି ରାଜ୍ୟବାସୀ । ଗତକାଲି ବି ଶାହ କଂଗ୍ରେସକୁ ନିଶାନା କରିଥିବା ବେଳେ ରାଜ୍ୟ ସରକାର କି ନବୀନଙ୍କ ବିରୋଧରେ ପଦୁଟିଏ ବି କହି ନଥିଲେ । ଏପରି ସ୍ଥିତିରେ ଦୁହିଁଙ୍କ ସଂପର୍କକୁ ନେଇ ବିଜେପିକୁ ପୁଣି ନିଶାନା କରିଛି କଂଗ୍ରେସ । ଏପଟେ ନବୀନଙ୍କ ଦୁଇ ଦଶନ୍ଧିର ପତିଆରାର ପତନ ଘଟାଇ ଓଡ଼ିଶାକୁ ଅଭେଦ୍ୟ ଗଡ଼ରେ ପରିଣତ କରିବା ବିଜେପିର ଅବାସ୍ତବ ପରିକଳ୍ପନା ବୋଲି କହିଛନ୍ତି ବିଶ୍ଳେଷକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story