ବଢ଼ିଲା ଭାଟ୍, ରାଜ୍ୟରେ ମହଙ୍ଗା ହେବ କାର୍ ଓ ବିଦେଶୀ ମଦ

ଭୁବନେଶ୍ୱର: ରାଜ୍ୟରେ ମହଙ୍ଗ। ହେବ ଟିଭି, ଫ୍ରିଜ୍, ଏସି, ୱାସିଂମେସିନ୍, କାର୍ ଓ ଅନ୍ୟ ବିଳାସ ସାମଗ୍ରୀ। ଏସବୁ ସାମଗ୍ରୀ ଉପରେ ଅଧିକ ଏକ ପ୍ରତିଶତ ଭାଟ୍ ଲଗାଇବା ପ୍ରସ୍ତାବ ଉପରେ ଗୁରୁବାର ମୋହର ମାରିଛି ରାଜ୍ୟ କ୍ୟାବିନେଟ୍। ସେହିପରି ବିଦେଶୀ ମଦ ଉପରେ ଭାଟ୍ ଏକା ବେଳକେ ୧୦ ପ୍ରତିଶତ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ତେବେ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଭାଟ୍ ବଢ଼ିବ ନା ନାହିଁ ତାର ତର୍ଜମା କରି ଅର୍ଥ ବିଭାଗ ନିଷ୍ପତ୍ତି […]

a.padhi

a.padhi

Rakesh Mallick
  • Published: Thursday, 31 December 2015
  • Updated: 31 December 2015, 02:25 PM IST

ଭୁବନେଶ୍ୱର: ରାଜ୍ୟରେ ମହଙ୍ଗ। ହେବ ଟିଭି, ଫ୍ରିଜ୍, ଏସି, ୱାସିଂମେସିନ୍, କାର୍ ଓ ଅନ୍ୟ ବିଳାସ ସାମଗ୍ରୀ। ଏସବୁ ସାମଗ୍ରୀ ଉପରେ ଅଧିକ ଏକ ପ୍ରତିଶତ ଭାଟ୍ ଲଗାଇବା ପ୍ରସ୍ତାବ ଉପରେ ଗୁରୁବାର ମୋହର ମାରିଛି ରାଜ୍ୟ କ୍ୟାବିନେଟ୍। ସେହିପରି ବିଦେଶୀ ମଦ ଉପରେ ଭାଟ୍ ଏକା ବେଳକେ ୧୦ ପ୍ରତିଶତ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ତେବେ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଭାଟ୍ ବଢ଼ିବ ନା ନାହିଁ ତାର ତର୍ଜମା କରି ଅର୍ଥ ବିଭାଗ ନିଷ୍ପତ୍ତି ନେବ।

କାର୍, ବାଇକ୍, ଟିଭି, ଫ୍ରିଜ୍, ଏସି, ୱାସିଂ ମେସିନ ଓ ଏୟାରକୁଲର ପରି ବିଳାସ ସାମଗ୍ରୀ ଉପରେ ପୂର୍ବରୁ ଭାଟ୍ ୧୩.୫ ପ୍ରତିଶତ ଥିବା ବେଳେ ଏବେ ଏହା ବଢ଼ି ୧୪.୫ ପ୍ରତିଶତ ହେବ। ଅନ୍ୟ ରାଜ୍ୟ ସରକାରମାନେ ବିଳାସ ସାମଗ୍ରୀ ଉପରେ ଭାଟ୍ ବୃଦ୍ଧି କରିଥିବାରୁ ଓଡ଼ିଶା ସରକାର ମଧ୍ୟ ଅନୁରୂପ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ରାଜ୍ୟକୁ ବାର୍ଷିକ ୨୮୦ କୋଟି ଟଙ୍କା ଅଧିକ ରାଜସ୍ୱ ମିଳିବା ଆକଳନ କରାଯାଇଛି।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି,‘କାର୍, ବାଇକ୍, ଫ୍ରିଜ୍ ଆଦି ଉପରେ ଭାଟକୁ ୧ ପ୍ରତିଶତ ବଢ଼ାଇବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକର ସରକାରମାନେ ବିଳାସ ସାମଗ୍ରୀ ଉପରେ ଭାଟ୍ ବୃଦ୍ଧି କରିଥିବାରୁ ରାଜ୍ୟ ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ରାଜ୍ୟ ବାର୍ଷିକ ଅଧିକ ପ୍ରାୟ  ୨୮୦ କୋଟି ଟଙ୍କାର ରାଜସ୍ୱ ପାଇବ। ଚଳିତ ବର୍ଷ ରାଜ୍ୟ ଏଥିରୁ ପ୍ରାୟ ୭୦ କୋଟି ଅଧିକ ରାଜସ୍ୱ ପାଇବ ବୋଲି ଆକଳନ କରାଯାଇଛି।’

ବିଦେଶୀ ମଦ ଉପରେ ୧୦ ପ୍ରତିଶତ ଅଧିକ ଭାଟ୍ ଲାଗୁ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଂଜୁରୀ ମିଳିଛି। ବିଦେଶୀ ମଦ ଉପରେ ଏବେ ୨୫ ପ୍ରତିଶତ ଟିକସ ଆଦାୟ ହେଉଥିବା ବେଳେ ଭାଟ୍ ବୃଦ୍ଧି ପରେ ଟିକସ ପରିମାଣ ୩୫ ପ୍ରତିଶତ ହେବ। ଏହାଦ୍ୱାରା ସରକାର ୧୪୦ କୋଟି ଟଙ୍କ। ଅଧିକ ରାଜସ୍ୱ ପାଇବେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଅର୍ଥ) ଆର୍. ବାଲକ୍ରିଷ୍ଣନ କହିଛନ୍ତି, ସବୁ ପ୍ରକାର ବିଦେଶୀ ମଦ ଉପରେ ସରକାର ଟିକସ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ତଥା ଭାରତ ବାହାରେ ପ୍ରସ୍ତୁତ ହେଉଥିବା ବିଦେଶୀ ମଦ ଉପରେ ଟିକସ ବଢ଼ାଯିବ। ବର୍ତ୍ତମାନ ବିଦେଶୀ ମଦ ଉପରେ ୨୫ ପ୍ରତିଶତ ଟିକସ ଆଦାୟ କରାଯାଉଥିବା ବେଳେ କ୍ୟାବିନେଟ୍ ଏହାକୁ ୩୫ ପ୍ରତିଶତକୁ ବଢ଼ାଇ ଦେଇଛନ୍ତି।

ପେଟ୍ରୋଲ ଓ ଡିଜେଲ ଉପରେ କିନ୍ତୁ ଏବେ ଭାଟ୍ ବୃଦ୍ଧି କରାଯାଇନାହିଁ। ଏନେଇ ନିଷ୍ପତ୍ତି ନେବାକୁ ଅର୍ଥ ବିଭାଗକୁ କ୍ଷମତା ଦିଆଯାଇଛି। ପେଟ୍ରୋଲ୍  ଓ ଡିଜେଲର ଦର କମିବା ପରେ ଭାଟ୍ ଓ ପ୍ରବେଶକର ବାବଦକୁ ସରକାର ବର୍ଷକୁ ୪୧୭ କୋଟି କ୍ଷତି ସହୁଛନ୍ତି। କ୍ଷତି ଭରଣା ପାଇଁ ତୈଳ ଉପରେ ଟିକସ ବୃଦ୍ଧି ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି।

ଗତବର୍ଷ ଜୁନ୍ ଓ ଡିସେମ୍ୱରରେ ପେଟ୍ରୋଲ ଓ ଡିଜେଲ ଉପରେ ସରକାର ଦୁଇ ଥର ଭାଟ୍ ବୃଦ୍ଧି କରିଥିଲେ। ପ୍ରଥମେ ୧୮ରୁ ୨୦ ଓ ପରେ ଏହାକୁ ୨୦ରୁ ୨୩ ପ୍ରତିଶତକୁ ବଢାଇଥିଲେ। ତୈଳ ଦର ବାରମ୍ୱାର କମ୍ ବେଶି ହେଉଥିବାରୁ ରାଜସ୍ୱ ବୃଦ୍ଧି ପାଇଁ ସରକାର ଅର୍ଥ ବିଭାଗକୁ କ୍ଷମତା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story