ବେଦାନ୍ତ କାରଖାନା କାର୍ଯ୍ୟକ୍ଷମ ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବିସ୍ଥାପିତ ଓ କମ୍ପାନୀ କର୍ମଚାରୀ

ଭୁବନେଶ୍ୱର: ବେଦାନ୍ତ କାରଖାନାକୁ ବନ୍ଦ ଲାଗି ଆନ୍ଦୋଲନ ଓ ସମାବେଶ ଚାଲିଥିବା ବେଳେ ଏହାକୁ କାର୍ଯ୍ୟକ୍ଷମ ଲାଗି ମଧ୍ୟ ଦାବି ଜୋର ଧରୁଛି । ବେଦାନ୍ତ କାରଖାନାକୁ ହଟାଇବା ଦାବିରେ ଗତକାଲି ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ବିଶାଳ ସମାବେଶ କରିଥିଲା। ଏପଟେ କାରଖାନାକୁ କାର୍ଯ୍ୟକ୍ଷମ ଦାବି ନେଇ ବିସ୍ଥାପିତ ଲୋକେ ଓ କମ୍ପାନୀ କର୍ମଚାରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ନେଇ ସେମାନେ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, ଗତକାଲି […]

vedanta

Rakesh Mallick
  • Published: Sunday, 18 October 2015
  • , Updated: 18 October 2015, 01:11 PM IST

ଭୁବନେଶ୍ୱର: ବେଦାନ୍ତ କାରଖାନାକୁ ବନ୍ଦ ଲାଗି ଆନ୍ଦୋଲନ ଓ ସମାବେଶ ଚାଲିଥିବା ବେଳେ ଏହାକୁ କାର୍ଯ୍ୟକ୍ଷମ ଲାଗି ମଧ୍ୟ ଦାବି ଜୋର ଧରୁଛି । ବେଦାନ୍ତ କାରଖାନାକୁ ହଟାଇବା ଦାବିରେ ଗତକାଲି ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ବିଶାଳ ସମାବେଶ କରିଥିଲା। ଏପଟେ କାରଖାନାକୁ କାର୍ଯ୍ୟକ୍ଷମ ଦାବି ନେଇ ବିସ୍ଥାପିତ ଲୋକେ ଓ କମ୍ପାନୀ କର୍ମଚାରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ନେଇ ସେମାନେ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ବେଦାନ୍ତ କମ୍ପାନୀ ବନ୍ଦ ଦାବିରେ ନିୟମଗିରିରେ ବସବାସ କରୁଥିବା କଳାହାଣ୍ଡି ଓ ରାୟଗଡା ଜିଲ୍ଲା ହଜାର ହଜାର ଡଙ୍ଗରିଆ ଓ ଝରଣିଆ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଦିବାସୀ ସମ୍ପ୍ରଦାୟର ଲୋକେ ଜଗନ୍ନାଥପୁରଠାରେ ଏକତ୍ରିତ ହେବା ସହ ଶୋଭାଯାତ୍ରାରେ ବାହାରି  କମ୍ପାନୀର ମୁଖ୍ୟ ଫ।ଟକ ପାଖରେ ପହଞ୍ଚି ବେଦାନ୍ତ ବିରୋଧୀ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Related story